Posted inଜାତୀୟ

ମହିଳାଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ସରକାର ବିଫଳ, କାହିଁକି ଏମିତି କହିଲେ…

ନୂଆଦିଲ୍ଲୀ,୨୭।୮: ପଶ୍ଚିମବଙ୍ଗରେ ୪୮,୬୦୦ ବଳାତ୍କାର ଏବଂ ପୋକ୍‌ସୋ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଥିବାବେଳେ ମମତା ବାନାର୍ଜୀ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା କେନ୍ଦ୍ର କହିଛି। ମହିଳା ଓ ଝିଅମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ପଦକ୍ଷେପ କାର୍ଯ୍ୟକାରୀ କରିବାରେ ବିଫଳତା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମମତା ଲେଖିଥିବା ପତ୍ରର ଜବାବରେ ସୋମବାର କେନ୍ଦ୍ର କହିଛି, ଉକ୍ତ ରାଜ୍ୟକୁ ୧୨୩ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ମଞ୍ଜୁର ହୋଇଥିଲା, କିନ୍ତୁ ସେଥିରୁ ଅଧିକାଂଶ କାର୍ଯ୍ୟକ୍ଷମ ନୁହେଁ। ଦେଶର ୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ଜୁନ୍‌ ସୁଦ୍ଧା ୪୦୯ ପୋକ୍‌ସୋ କୋର୍ଟ ସମେତ ୭୫୨ ଫାଷ୍ଟଟ୍ରାକ୍‌ କୋର୍ଟ କାର୍ଯ୍ୟ କରୁଛି। ଏହି କୋର୍ଟଗୁଡ଼ିକ ଜରିଆରେ ୨,୫୩,୦୦୦ରୁ ଅଧିକ ମାମଲାର ଫଇସଲା ହୋଇଛି। ବଳାତ୍କାର ଓ ଶିଶୁ ଯୌନ ଅପରାଧ ମାମଲାର ସମାଧାନ ପାଇଁ ଏହି ଯୋଜନାରେ ପଶ୍ଚିମବଙ୍ଗକୁ ୨୦ ପୋକ୍‌ସୋ କୋର୍ଟ ଏବଂ ୧୦୩ଟି ଫାଷ୍ଟଟ୍ରାକ୍‌ କୋର୍ଟ ମଞ୍ଜୁର ହୋଇଥିଲା। ୨୦୨୩ ଜୁନ୍‌ ପର୍ଯ୍ୟନ୍ତ କୌଣସି କୋର୍ଟ କାର୍ଯ୍ୟକ୍ଷମ ହୋଇ ନ ଥିଲା।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଦେଶରେ ବଳାତ୍କାର ସଂଖ୍ୟା ବଢ଼ୁଥିବା ନେଇ ଚିନ୍ତାବ୍ୟକ୍ତ କରିବା ସହ ତ୍ୱରିତ୍‌ ନ୍ୟାୟ ସୁନିଶ୍ଚିତ କରିବାରେ ପ୍ରସ୍ତାବିତ ଆଇନ କେତେ ସକ୍ଷମ ବୋଲି ପ୍ରଶ୍ନ ଉଠାଇଥିଲେ। ଦେଶରେ ଦୈନିକ ହାରାହାରି ୯୦ ବଳାତ୍କାର ଘଟୁଛି, ଯାହା ସମାଜର ଆତ୍ମବିଶ୍ୱାସ ଓ ବିବେକକୁ ଦୋହଲାଇଦେଇଛି। ମହିଳାମାନେ ଯେପରି ସୁରକ୍ଷିତ ଓ ନିରାପଦ ଅନୁଭବ କରିବେ, ସେଥିପାଇଁ ଏଭଳି ଅପରାଧକୁ ବନ୍ଦ କରାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମମତା ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?