ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ସହାୟତା କରିଥିଲେ ମମତା

ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର ପାଇଁ ଲାଗିପଡ଼ନ୍ତି। ସେଭଳି ଜଣେ ହେଲେ ବାବୁଲ ସୁପ୍ରିଓ। ପେସାରେ ସେ ଜଣେ ଗାୟକ ଥିଲେ। ହେଲେ ରାଜନୀତିରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୧୪ରେ ଭାଜପାରେ ଯୋଗ ଦେଇଥିଲେ ବାବୁଲ। ସେ ମନ୍ତ୍ରୀ ହେବାର ୨ ବର୍ଷ ପରେ ୨ୟ ବିବାହ କରିଥିଲେ। ତାଙ୍କ ବିବାହର ସମସ୍ତ ବନ୍ଦୋବସ୍ତ ମମତା ବାନାର୍ଜୀ କରିଥିବା କୁହାଯାଏ। ଏବେ ସେ ମୋଦି ସରକାର ଅମଳରେ ରାଜ୍ୟ ମନ୍ତ୍ରୀ ଥିବା ବେଳେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି।

୧୯୯୫ରେ ପ୍ରଥମ ବିବାହ କରିଥିଲେ ବାବୁଲ। ରିୟାଙ୍କ ହାତ ଧରିଥିଲେ ସେ। ଉଭୟଙ୍କର ଏକ ଝିଅ(ଶର୍ମିଲି) ରହିଛି। ୨୦୦୬ରେ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ପୁଣି ଥରେ ପ୍ରେମରେ ପଡ଼ିଥିଲେ ସେ। ଜେଟ୍‌ ଏୟାରଓ୍ବେଜ୍‌ର ଏୟାର ହୋଷ୍ଟ୍ରେସ୍‌ ଥିବା ରଚନାଙ୍କ ସହ କଲିକତା ଆସିବା ବେଳେ ତାଙ୍କ ଦେଖା ହୋଇଥିଲା। ପ୍ରଥମ ଦେଖାରେ ସେ ତାଙ୍କୁ ମନ ଦେଇ ବସିଥିଲେ। ଦୁଇ ବର୍ଷ ଧରି ଡେଟ୍‌ କରିବା ପରେ ୨୦୧୬ରେ ଉଭୟ ବିବାହ କରିଥିଲେ। ବିବାହର ସମସ୍ତ ଦାୟିତ୍ୱ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ବାବୁଲଙ୍କ ରାଜନୈତିକ ବିରୋଧୀ ମମତା ବାନାର୍ଜୀ କରିଥିଲେ।

ଦିଲ୍ଲୀସ୍ଥିତ ବଙ୍ଗଳା ଭବନରେ ବିବାହ କରିବାକୁ ଭାବିଥିଲେ ବାବୁଲ। ସେଠାରେ ସେ ୧୪ଟି କୋଠରୀ ବୁକ୍‌ କରିଥିଲେ। ହେଲେ ଜଣେ ଏମ୍‌ପିଙ୍କୁ ଏତେ ସଂଖ୍ୟକ କୋଠରୀ ମିଳି ପାରିବ ନାହିଁ ବୋଲି ଅଧିକାରୀ କହିଥିଲେ। ଏହା ଜାଣି ବାବୁଲ ମମତାଙ୍କ ସହ କଥା ହୋଇ ଏଥିରେ ସହାୟତା କରିବା ପାଇଁ କହିଥିଲେ। ଯେତିକି ଟଙ୍କା ଖର୍ଚ୍ଚ ହେବ, ସେତିକି ସେ ଉଠାଇବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ। ହେଲେ ମମତା ଏହାକୁ ପ୍ରତ୍ୟାଖାନ କରିଥିଲେ। ଯେତିକି କୋଠରୀ ଚାହୁଁଛନ୍ତି ନିଅନ୍ତୁ, ଟଙ୍କା ଦେବାର ଆବଶ୍ୟକତା ନାହିଁ। ବିବାହ କରୁଥିବାରୁ ଏହା ତାଙ୍କର ଉପହାର ବୋଲି ମମତା କହିଥିଲେ। ଫଳରେ ବାବୁଲ-ରଚନାଙ୍କ ବିବାହ ସେଠାରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଲାବେଳର ଭିଡିଓ ଶେୟାର କଲେ ଅନନ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ରବିବାର ବିଶ୍ୱ ମାତୃ ଦିବସ ଅବସରରେ ନିଜର ପିଲାବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି...

ନା ଖାନ୍‌, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ

ବମ୍ବେ: ବଲିଉଡ୍‌ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ...

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବଲିଉଡର ଏହି ଅଭିନେତା: ସାହାଯ୍ୟ ପାଇଁ ଅନୁରୋଧ କଲେ ପୂଜା ଭଟ୍ଟ

ବଲିଉଡ ଅଭିନେତା ଫରାଜ ଖାନ୍‌ ବର୍ତ୍ତମାନ ବାଙ୍ଗାଲୋରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମସ୍ତିଷ୍କ ସଂକ୍ରମଣ ଓ ନିମୋନିଆ ଯୋଗୁ ସେ...

ଶୁଟିଂ ସେଟ୍‌ରେ ଆହତ ହୋଇଛନ୍ତି ଏହିସବୁ ଅଭିନେତା

ଫିଲ୍ମ ଶୁଟିଂ ସମୟରେ ବଲିଉଡ୍‌ର ଅଭିନେତାମାନେ ଥରେ ନୁହେଁ ବହୁବାର ଆହତ ହୋଇଛନ୍ତି। ତଥାପି ଫିଲ୍ମ ହିଟ୍‌ ହୋଇଛି। ଜାଣନ୍ତୁ କେଉଁ ଅଭିନେତାମାନେ ଶୁଟିଂ ସେଟ୍‌ରେ...

୪୬ ବର୍ଷରେ ଟ୍ବିଙ୍କିଲ୍‌: ଫିଲ୍ମ ଫ୍ଲପ୍‌ ହେବାରୁ ଅକ୍ଷୟଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ରବିବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ।...

ପୁରୀ ଆସିବେ କଙ୍ଗନା

ମନାଲି,୨୩।୧୨-ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଗାମୀ ବର୍ଷ ଶ୍ରୀକ୍ଷେତ୍ର ପୁରୀକୁ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏ ନେଇ ନିଜେ କଙ୍ଗନା ମଙ୍ଗଳବାର...

ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି..

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ...

ରଣବୀର-ଐଶ୍ୱର୍ଯ୍ୟାଙ୍କ ଥଟ୍ଟାମଜା ଦେଖି ହସିଲେ ଝିଅ ଆରାଧ୍ୟା

ମୁମ୍ବାଇ: ବଚ୍ଚନ ପରିବାର ଏବେ ସେଲିବ୍ରେଶନ ମୁଡ୍‌ରେ ଥିବା ନଜର ଆସିଛନ୍ତି। ପ୍ରୋ କବାଡି ଲିଗ୍‌ ସିଜନ-୯ର ଟ୍ରଫି ଅଭିଷେକ ବଚ୍ଚନଙ୍କ ନାମରେ ଟିମ୍‌ ‘ପିଙ୍କ୍‌...

Advertisement
Archives

Model This Week