ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ସହାୟତା କରିଥିଲେ ମମତା

ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର ପାଇଁ ଲାଗିପଡ଼ନ୍ତି। ସେଭଳି ଜଣେ ହେଲେ ବାବୁଲ ସୁପ୍ରିଓ। ପେସାରେ ସେ ଜଣେ ଗାୟକ ଥିଲେ। ହେଲେ ରାଜନୀତିରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୧୪ରେ ଭାଜପାରେ ଯୋଗ ଦେଇଥିଲେ ବାବୁଲ। ସେ ମନ୍ତ୍ରୀ ହେବାର ୨ ବର୍ଷ ପରେ ୨ୟ ବିବାହ କରିଥିଲେ। ତାଙ୍କ ବିବାହର ସମସ୍ତ ବନ୍ଦୋବସ୍ତ ମମତା ବାନାର୍ଜୀ କରିଥିବା କୁହାଯାଏ। ଏବେ ସେ ମୋଦି ସରକାର ଅମଳରେ ରାଜ୍ୟ ମନ୍ତ୍ରୀ ଥିବା ବେଳେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି।

୧୯୯୫ରେ ପ୍ରଥମ ବିବାହ କରିଥିଲେ ବାବୁଲ। ରିୟାଙ୍କ ହାତ ଧରିଥିଲେ ସେ। ଉଭୟଙ୍କର ଏକ ଝିଅ(ଶର୍ମିଲି) ରହିଛି। ୨୦୦୬ରେ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ପୁଣି ଥରେ ପ୍ରେମରେ ପଡ଼ିଥିଲେ ସେ। ଜେଟ୍‌ ଏୟାରଓ୍ବେଜ୍‌ର ଏୟାର ହୋଷ୍ଟ୍ରେସ୍‌ ଥିବା ରଚନାଙ୍କ ସହ କଲିକତା ଆସିବା ବେଳେ ତାଙ୍କ ଦେଖା ହୋଇଥିଲା। ପ୍ରଥମ ଦେଖାରେ ସେ ତାଙ୍କୁ ମନ ଦେଇ ବସିଥିଲେ। ଦୁଇ ବର୍ଷ ଧରି ଡେଟ୍‌ କରିବା ପରେ ୨୦୧୬ରେ ଉଭୟ ବିବାହ କରିଥିଲେ। ବିବାହର ସମସ୍ତ ଦାୟିତ୍ୱ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ବାବୁଲଙ୍କ ରାଜନୈତିକ ବିରୋଧୀ ମମତା ବାନାର୍ଜୀ କରିଥିଲେ।

ଦିଲ୍ଲୀସ୍ଥିତ ବଙ୍ଗଳା ଭବନରେ ବିବାହ କରିବାକୁ ଭାବିଥିଲେ ବାବୁଲ। ସେଠାରେ ସେ ୧୪ଟି କୋଠରୀ ବୁକ୍‌ କରିଥିଲେ। ହେଲେ ଜଣେ ଏମ୍‌ପିଙ୍କୁ ଏତେ ସଂଖ୍ୟକ କୋଠରୀ ମିଳି ପାରିବ ନାହିଁ ବୋଲି ଅଧିକାରୀ କହିଥିଲେ। ଏହା ଜାଣି ବାବୁଲ ମମତାଙ୍କ ସହ କଥା ହୋଇ ଏଥିରେ ସହାୟତା କରିବା ପାଇଁ କହିଥିଲେ। ଯେତିକି ଟଙ୍କା ଖର୍ଚ୍ଚ ହେବ, ସେତିକି ସେ ଉଠାଇବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ। ହେଲେ ମମତା ଏହାକୁ ପ୍ରତ୍ୟାଖାନ କରିଥିଲେ। ଯେତିକି କୋଠରୀ ଚାହୁଁଛନ୍ତି ନିଅନ୍ତୁ, ଟଙ୍କା ଦେବାର ଆବଶ୍ୟକତା ନାହିଁ। ବିବାହ କରୁଥିବାରୁ ଏହା ତାଙ୍କର ଉପହାର ବୋଲି ମମତା କହିଥିଲେ। ଫଳରେ ବାବୁଲ-ରଚନାଙ୍କ ବିବାହ ସେଠାରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?