Posted inଜାତୀୟ

ବେଳକୁ ବେଳ ଖରାପ ହେବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି: ମମତା

କୋଲକାତା,୭ ।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଦେଶର ଆର୍ଥିକ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେ ସନ୍ଦେହ କରିଛନ୍ତି କି ଆଗାମୀ ଦିନରେ ରାଜ୍ୟ ବେତନ ଦେବାକୁ ବି ସକ୍ଷମ ହେବନି । ଏହାସହ ମମତା କହିଛନ୍ତି ଦୀର୍ଘଦିନ ହେବ ପଡିରହିଥିବା ରାଜ୍ୟ ଜିଏସଟିକୁ ଭରଣା କରିବାକୁ କେନ୍ଦ୍ର ସୁନିଶ୍ଚିତ କରିବା ଦରକାର ।
ମମତା କହିଛନ୍ତି ଇନ୍ଧନର ଦର ବୃଦ୍ଧି ସାଧାରଣ ଜୀବନ ଉପରେ ପ୍ରଭାବ ପକାଇଛି । ସେ କେନ୍ଦ୍ର ନିକଟରେ ଅପିଲ କରିଛନ୍ତି ଇନ୍ଧନ ଦାମ ନିୟନ୍ତ୍ରଣ କରିବା ସହ ଟୋଲ ଫିକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଅନ୍ତୁ । ଏହାସହ ଜିଏସଟି ସମୟ ସୀମାକୁ ୫ ବର୍ଷ ବୃଦ୍ଧି କରିବାକୁ ସେ କେନ୍ଦ୍ରକୁ କହିଛନ୍ତି । ସୂଚନାଯୋଗ୍ୟ, ଗତ ୧୬ ଦିନ ମଧ୍ୟରେ ପେଟ୍ରୋଲ ଡିଜେଲ ଦାମ ପ୍ରାୟ ୧୦ ଟଙ୍କା ବୃଦ୍ଧି ହୋଇଛି ଯାହା ସାଧାରଣ ଜନତାଙ୍କ ଜୀବନ ଉପରେ ଖୁବ୍ ପ୍ରଭାବ ପକାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ହତ୍ୟାକାରୀଙ୍କୁ ଛଡ଼ାଯିବ ନାହିଁ’

ଚଣ୍ଡିଗଡ଼,୨୯।୫: ପଞ୍ଜାବ ସରକାର ୪୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ଦିନକ ପରେ ମନସା ଜିଲାରେ ଖ୍ୟାତନାମା ପଞ୍ଜାବୀ ଗାୟକ ସିଧୁ...

କରୋନା ସହିତ ଲଢ଼େଇ ପାଇଁ କୋଟିଏ ୨୪ ଲକ୍ଷ ଯୋଦ୍ଧା ପ୍ରସ୍ତୁତ

ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି କରୋନା ସହିତ...

ଥରିଲା ମିଜୋରାମ: ଭୋର୍‌ ୪ଟାରେ ଆତଙ୍କିତ ହେଲେ ଲୋକେ

ଆଇଜଲ, ୨୨।୬: ମିଜୋରାମରେ ସୋମବାର ଭୋର୍‌ ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୪ଟା ୧୦ ସମୟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା...

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୭: ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି।...

ବିଧାନସଭା ନିର୍ବାଚନ ପୂର୍ବରୁ ଉପହାର ସୁଅ: ବିହାରର ୪୫ ହଜାରରୁ ଅଧିକ ଗାଁରେ ବିଛାଯିବ ଅପ୍ଟିକାଲ ଫାଇବର

ପାଟନା, ୨୧।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମନୋଲୋଭାଣିଆ ପ୍ରତିଶ୍ରୁତି...

ଭିକାରୀଙ୍କ ବଦାନ୍ୟତା, କରୋନା ରିଲିଫ୍‌ ପାଣ୍ଠିକୁ ଦେଲେ…

ଚେନ୍ନାଇ,୧୯ା୮: କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ସଙ୍କଟ ସମୟରେ ଲୋକେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ...

୧୩ ଇସ୍ତଫା ପତ୍ର ମଧ୍ୟରୁ ୮ଟିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି

ବେଙ୍ଗାଲୁରୁ,୯।୭: କର୍ନାଟକ ସରକାର ଏବେ ସଙ୍କଟରେ ଥିବା ବେଳେ ବିଧାୟକମାନଙ୍କ ଇସ୍ତଫା ଦେବା କାର୍ଯ୍ୟକ୍ରମ ଯେମିତି ଏକ ପ୍ରକାର ଜାରି ରହିଛି। ଏବେ ୧୩ କଂଗ୍ରେସ...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ

ଜମ୍ମୁ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ମଙ୍ଗଳବାର ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର ସାମିଲ ହୋଇଛନ୍ତି। ଭାରତ ଯୋଡୋ...

Advertisement
Archives

Model This Week