Posted inଜାତୀୟ

ମମତାଙ୍କ କ୍ୟାବିନେଟରେ ଲାଗିଲା ମୋହର: ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ମୁଖ୍ୟମନ୍ତ୍ରୀ

କୋଲକାତା,୬।୬: ପଶ୍ଚିମବଙ୍ଗରେ ସୋମବାର ଏକ ବଡ଼ ପରିବର୍ତ୍ତନ ହୋଇଛି। ଯାହାକୁ ମମତାଙ୍କ କ୍ୟାବିନେଟ ମଧ୍ୟ ମୋହର ଲଗାଇଥିବା ଜଣାପଡ଼ିଛି। ରାଜ୍ୟପାଳ ଜଗଦୀପ ଧନଖରଙ୍କ ବଦଳରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତିି ଭାବେ ନିଯୁକ୍ତ କରିବା ପାଇଁ ଦିଆଯାଇଥିବା ଏକ ପ୍ରସ୍ତାବକୁ ପଶ୍ଚିମବଙ୍ଗ କ୍ୟାବିନେଟ ସୋମବାର ଅନୁମୋଦନ କରିଛି। ଏଥିସହ ରାଜ୍ୟପାଳଙ୍କୁ ବେସରକାରୀ ବିଶ୍ୱବିଦ୍ୟାଳୟର ‘ପରିଦର୍ଶକ’ ପଦରୁ ହଟାଯିବା ସହ ତାଙ୍କ ସ୍ଥାନରେ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ନିଯୁକ୍ତ କରିବାକୁ ଆଉ ଏକ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ କୃଷି ଏବଂ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ନିଯୁକ୍ତ କରିବା ପାଇଁ କ୍ୟାବିନେଟ ସମ୍ମତି ପ୍ରଦାନ କରିଛି। ତେବେ ଜୁନ ୧୦ରୁ ଆରମ୍ଭ ହେବାକୁଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବକୁ ବିଲ ଆକାରରେ ଉପସ୍ଥାପନ କରାଯିବ। ଅନ୍ୟପଟେ ଏହି ପ୍ରସ୍ତାବ ରାଜ୍ୟ ସଭାରେ ବିଲ ଭାବେ ପାରିତ ହେବା ଜରୁରୀ। କେବଳ ସେତିକି ନୁହେଁ, ସେଗୁଡିକ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟପାଳଙ୍କ ସହମତି ନିଆଯିବା ମଧ୍ୟ ଆବଶ୍ୟକ। ସୂଚନାଯୋଗ୍ୟ, ମେ’ ୨୬ରେ ରାଜ୍ୟପାଳ ଧନଖରଙ୍କୁ ହଟାଇବା ଏବଂ ତାଙ୍କ ସ୍ଥାନରେ ମମତାଙ୍କୁ କୁଳାଧିପତି କରିବା ପାଇଁ ରାଜ୍ୟ କ୍ୟାବିନେଟ ଏକ ପ୍ରସ୍ତାବ ପାରିତ କରିଥିଲା। ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏବଂ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ଚାଲିଥିବା ବିବାଦ ପରେ ଏହି ପଦକ୍ଷେପ ନିଆଯାଇଛି। ସୂଚନା ଅନୁଯାୟୀ, ରାଜ୍ୟପାଳ ଧନଖର ଏହାପୂର୍ବରୁ ତାଙ୍କ ସହମତି ବିନା ଅନେକ କୁଳପତିଙ୍କୁ ନିଯୁକ୍ତ କରିଥିବା ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri