Posted inଜାତୀୟ

ଭାଜପା ସରକାରକୁ ଆସିଲେ ଜୋତା ଚାଟିବ ପୋଲିସ

କୋଲକତା,୨୫।୧୧: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ ମଧ୍ୟରେ ଆରୋପପ୍ରତ୍ୟାରୋପ ଲାଗି ରହିଛି। ପଶ୍ଚିମବଙ୍ଗର ଭାଜପା ଉପାଧ୍ୟକ୍ଷ ରାଜୁ ବାନାର୍ଜୀ ପଶ୍ଚିମବଙ୍ଗ ସରକାର ଏବଂ ପୋଲିସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜୁ କହିଛନ୍ତି, ପଶ୍ଚିମବଙ୍ଗରେ ପୋଲିସ ଗୁଣ୍ଡାରାଜକୁ ରୋକିବା ପାଇଁ ମମତା ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ଯଦି ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସେ ତେବେ ପୋଲିସକୁ ଜୋତା ଚାଟିବାକୁ ବାଧ୍ୟ କରିବ। ଦୁର୍ଗାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜୁ ବାନାର୍ଜୀ ଏହି ସୂଚନା ଦେଇଛନ୍ତି। ସେ କହିଥିଲେ, ଆଜିକାଲି ପଶ୍ଚିମବଙ୍ଗରେ କଣ ଘଟୁଛି ଦେଖନ୍ତୁ? ରାଜ୍ୟରେ ଗୁଣ୍ଡାରାଜ ଜାରି ରହିବ କି? ପୋଲିସ କୌଣସି ପ୍ରକାରେ ସାହାଯ୍ୟ କରୁନାହିଁ। ଏପରି ପୋଲିସ ସହିତ କ’ଣ କରିବା ଉଚିତ୍‌? ଆମେ ସେମାନଙ୍କୁ ଜୋତା ଚଟାଇବୁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ରାଜୁ ବାନାର୍ଜୀ ଏକ ସାଧାରଣ ସଭାରେ ଭାଜପା ନେତା ଓ ଶ୍ରମିକଙ୍କ ହତ୍ୟା ମାମଲା ଉଠାଇଥିଲେ। ରାଜ୍ୟ ସରକାରଙ୍କ ଉପରେ ବର୍ଷି ସେ କହିଛନ୍ତି ଯେ ଭାଜପା କାଉନସିଲରଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି ଏବଂ ପୋଲିସ କାହାକୁ ଗିରଫ କରିପାରିବ ନାହିଁ। ଯଦି ଆମେ ଚାହଁିବୁ ତେବେ ରାଜ୍ୟର ସମସ୍ତ ପୋଲିସ ଷ୍ଟେଶନକୁ ଧ୍ୱଂସ କରିଦେବୁ, ଏହା ଏକ ମିନିଟ ଲାଗିବ। ସବୁ ପୋଲିସ ଷ୍ଟେଶନ ଧ୍ୱଂସ ହେବ ଏବଂ ପୋଲିସ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ବସିବ। ପୋଲିସ କର୍ମଚାରୀମାନେ ତୃଣମୂଳ କଂଗ୍ରେସର ଦଲାଲ ଏବଂ ଚାମ୍‌ଚା ପାଲଟିଛନ୍ତି ବୋଲି ରାଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri