
ଧୂଷୁରୀ, ୬।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଅଧୀନ ପଙ୍ଗଟା ଗ୍ରାମର ଶକ୍ତିମୟୀ ଦାସ(୮) କୋଚିଳା ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ପରିବାର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୫ଟାରେ କିଛି ଅଦରକାରୀ କାଗଜ ନଦୀକୁ ପକାଇବାକୁ ଯାଇଥିଲାବେଳେ ଗୋଡ ଖସିଯିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଧୂଷୁରୀ ଏରିଆ ହସପିଟାଲକୁ ପଠାଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଶକ୍ତିମୟୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ। ଗୁରୁବାର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ମୃତ ଶିଶୁର ବ୍ୟବଚ୍ଛେଦ କରାଯାଇ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।