ସୁପୋଷିତ ଓଡ଼ିଶା ମିଶନ: ତଥ୍ୟ ସଂଗ୍ରହ କରିବେ ୧୦୦୦୦ ଏନଏସଏସ ଛାତ୍ରୀ

ଭଞ୍ଜନଗର,୧୩/୭(ବାବୁଲା ପ୍ରଧାନ)- ପୋଷଣ ଅଭିଯାନ ଅବସରରେ ବର୍ତ୍ତମାନ ଓଜନ ଉତ୍ସବ ରାଜ୍ୟରେ ଚାଲିଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଓଜନ ଉତ୍ସବ ପ୍ରଥମ ପର୍ଯ୍ୟାୟ ଚାଲିଛି। ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ସମୟରେ ଭଞ୍ଜନଗର ସିଡିପିଓ ମିଲିମା କୁମାରୀ ପଣ୍ତା ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅପରପକ୍ଷେ ସୁପୋଷିତ ଓଡ଼ିଶା ମିଶନ ହେଉଛି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପୋଷଣ କାର୍ଯ୍ୟକ୍ରମ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଶିଶୁମାନଙ୍କ ମଧ୍ୟରେ ଥିବା କୁପୋଷଣକୁ ଦୂର କରିବା ଏବଂ ସେମାନଙ୍କୁ ସୁସ୍ଥ ଓ ଅଳ୍ପ ଓଜନ ସମସ୍ୟା ହ୍ରାସ କରିବା। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ‘ସୁପୋଷିତ ଅଙ୍ଗନବାଡ଼ି’ କେନ୍ଦ୍ରରେ ପରିଣତ କରିବା। ଶିଶୁମାନଙ୍କର ନିୟମିତ ଉଚ୍ଚତା ଓ ଓଜନ ମାପି ସେମାନଙ୍କର ପୋଷଣ ସ୍ଥିତି ନିରୀକ୍ଷଣ କରିବା। ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୋଷଣ ଏବଂ ସ୍ବାସ୍ଥ୍ୟର ଉନ୍ନତି କରିବା।
ପ୍ରକାଶ ଯେ ରାଜ୍ୟରେ ଥିବା ୭୨୨୨୩ରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରକୁ ପର୍ଯ୍ୟାୟକ୍ରମେ ସୁପୋଷିତ ଅଙ୍ଗନବାଡ଼ିରେ ପରିଣତ କରାଯିବ। ତେଣୁ ସରକାର ଅଙ୍ଗନୱାଡି କର୍ମୀ ମାନଙ୍କ ମାଧ୍ୟମରେ ଶିଶୁ ମାନଙ୍କ ପୋଷଣ ତଥ୍ୟ ସଂଗ୍ରହ କରନ୍ତି। ବର୍ତ୍ତମାନ ପୋଷଣ ଟ୍ରାକର ମାଧ୍ୟମରେ ଶିଶୁମାନଙ୍କ ଡିଜିଟାଲ ଭାବେ ନିରୀକ୍ଷଣ କରାଯିବ। ଏଥିରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ୧୦୦୦୦ରୁ ଉଦ୍ଧର୍‌ବ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବିନୀ ( କେବଳ ଛାତ୍ରୀ) ସାମିଲ ହେବେ। ବର୍ତ୍ତମାନ ସ୍ବେଚ୍ଛାସେବୀ ତାଲିକା ସଂଗ୍ରହ ୧୧ ତାରିଖରେ ସରିଛି। ଏହାପରେ ସେମାନଙ୍କୁ ଅନଲାଇନ ମ୍ଯଯଯମରେ ତାଲିମ ଦିଆଯିବ। ଯେଉଁମାନେ ତାଲିମରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ଡିଜିଟାଲ ନିରୀକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ରାଜ୍ୟର ୩୦ଟି ଜିଲାରେ ଥିବା ପ୍ରାୟ ୭୨ ହଜାର ୨୨୩ କେନ୍ଦ୍ରରେ ଥିବା ୩୦ ଲକ୍ଷ ଶିଶୁ ଉପରେ ଏହି ନିରୀକ୍ଷଣ ହେବ। ତେଣୁ ଏହା ପୂର୍ବରୁ ଯୋଜନା ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ସଂଯୋଜକ, ଜିଲା ସଂଯୋଜକ ଏବଂ ଯୋଜନା ଅଧିକାରୀ ମାନଙ୍କୁ ନେଇ ଅନଲାଇନ ମାଧ୍ୟମରେ ସମୀକ୍ଷା ସରିଛି। ଆଗାମୀ ଦିନରେ ଛାତ୍ରୀମାନଙ୍କୁ ତାଲିମ ଦିଆଯିବ। ଏହାପରେ ସେମାନେ ଜୁଲାଇ ୨୦ ତାରିଖରୁ ପୋଷଣ ଟ୍ରାକର ମାଧ୍ୟମରେ ଶିଶୁମାନଙ୍କ ଡିଜିଟାଲ ନିରୀକ୍ଷଣରେ ସାମିଲ ହେବେ। ଏହି ସମୟରେ ଶିଶୁମାନଙ୍କ ପୋଷଣ ସମ୍ବନ୍ଧୀୟ ସଂଗ୍ରହ କାରାଯିବ। ଶିଶୁମାନଙ୍କ ସୁସ୍ଥ ଶାରୀରିକ ଓ ମାନସିକ ବିକାଶକୁ ସୁନିଶ୍ଚିତ କରିବା ସହ
କୁପୋଷଣମୁକ୍ତ ଓଡ଼ିଶା ଗଠନରେ ଏହି ଯୋଜନା ସହାୟକ ହେବ। ଛାତ୍ରୀମାନେ ତଥ୍ୟ ସଂଗ୍ରହ କରି ଡାଟା ଲୋଡ କରିବେ। ଡାଟା ଅପଲୋଡ଼ ସଫଳ ହେଲେ ଛାତ୍ରୀମାନଙ୍କୁ ଦୈନିକ ୫୦୦ ଟଙ୍କା ଲେଖାଏ ସହାୟତା ରାଶି ପାଇବେ। ଏଥିସହ ସେମାନଙ୍କ ଗମନାଗମନ ସୁବିଧା କରାଯିବ। ଯୋଜନା ଅଧିକାରୀ ମାନଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ମିଳିବ। ଭଞ୍ଜନଗର ବ୍ଲକରେ ଏହି କାର୍ଯ୍ୟ ସଫଳତାର ସହ କିଭଳି ହୋଇପାରିବ ସେନେଇ ଭଞ୍ଜନଗର ବ୍ଲକର ଜାତୀୟ ସେବା ଯୋଜନା ଅଧିକାରୀ ମାନେ ସିଡିପିଓ ମିଲିମା କୁମାରୀ ପଣ୍ଡାଙ୍କ ସହ ସୋମବାର ଆଲୋଚନା କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଜନଶୁଣାଣିରେ ଯୋଗଦେଲେ କନ୍ଧମାଳ ଜିଲାପାଳ-ଏସ୍‌ପି

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ…

ନେପାଳ ବନ୍ୟା ବିଭୀଷିକା: ଗଞ୍ଜାମ ଦମ୍ପତିଙ୍କ ସହ ଝିଅ-ପୁଅ ମୃତ, ଜଳଖିଆ ଖାଉଥିବାବେଳେ ମାଡ଼ିଆସିଲା ପାଣି

ଦିଗପହଣ୍ଡି,୩୧ା୮(ଅଶେଷ ନାଥ ମିଶ୍ର): ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪)…

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri