Posted inରାଜ୍ୟ

୪ ତାରିଖରେ ଉପକୂଳ ଛୁଇଁବ ସମ୍ଭାବ୍ୟ ବାତ୍ୟା! ଜାଣନ୍ତୁ ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର,୩୦।୧୧: ଆସୁଛି ବାତ୍ୟା ବଢୁଛି ଭୟ। ଆସନ୍ତା ସପ୍ତାହରେ ପୁଣି ଭାରତୀୟ ଉପକୂକଳ ଛୁଇଁବ ବାତ୍ୟା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶ-ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ପରବର୍ତ୍ତୀ ସମୟରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ୩ତାରିଖ ବେଳକୁ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପରବର୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୪ ତାରିଖ ପାହାନ୍ତିଆ ବେଳକୁ ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଁଚିବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଉପକୂଳବର୍ତ୍ତୀ ୭ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପରାମର୍ଶ ଦେଇଛନ୍ତି। ଉକ୍ତ ଜିଲାଗୁଡ଼ିକ ହେଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ। ତେବେ ବାତ୍ୟାର ତୀବ୍ରତା ଓ ଗତିପଥ କ’ଣ ରହିବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ଆକଳନ କରାଯାଇ ନାହିଁ। ଲଘୁଚାପ ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୪ରୁ ୮ ତାରିଖ ଯାଏ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୧ ତାରିଖରୁ ୪୦ରୁ ୫୦ କିମି ବେଗରେ ପବନ ବହିବ। ପବନର ବେଗ ୨ ତାରିଖ ବେଳକୁ ୫୦ରୁ ୬୦ କିମି ଓ ବେଳେ ବେଳେ ସର୍ବାଧିକ ୭୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଡିସେମ୍ବର ୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ସମୁଦ୍ରରେ ରହିଛନ୍ତି, ସେମାନେ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଏହିମାନଙ୍କୁ ମିଳିବ ଘର, ଦୁଇ ଚକିଆ ଯାନ, ଫ୍ରିଜ୍‌ ଥିଲେ…

ଭୁବନେଶ୍ୱର,୨୦।୧: ରାଜ୍ୟରେ ୨୪ ତାରିଖରୁ ପ୍ରଧାନମନ୍ତୀ ଆବାସ ଆବାସ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ସର୍ଭେ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି।...

ଧନୁଯାତ୍ରାରୁ ନିଖୋଜ ଯୁବତୀଙ୍କୁ ବଳାତ୍କାର ମାମଲା: ଭାଜପା କହିଲା, ଫେରାର ମୁଖ୍ୟ ଅଭିଯୁକ୍ତ ବିଜେଡ଼ି ନେତାଙ୍କ…

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ସମୟରେ ନିଖୋଜ ଯୁବତୀଙ୍କୁ ଅପହରଣ, ବଳତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାଁ...

ପ୍ରସ୍ତୁତ ହେଲା ପଠାଣି ସାମନ୍ତ ପ୍ଲାନେଟୋରିୟମ: ଜାନୁଆରି ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିହେବ ଗ୍ରହପୁଞ୍ଜ

ଭୁବନେଶ୍ୱର,୨୦।୧: ଆମ ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହଜଗତିକ ଦୃଶ୍ୟ ଆସନ୍ତା...

ସୀମାନ୍ତରେ ପୁଣି ଗୁଳି ବିନିମୟ: ୨ ମାଓବାଦୀ ନିହତ, ଜଣେ ଯବାନ ଆହତ

ନୂଆପଡ଼ା,୨୦ା୧(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ଛତିଶଗଡ-ନୂଆପଡ଼ା ଜିଲା ସୀମାନ୍ତରେ ପୁଣି ମାଓବାଦୀ ଓ ଯୁବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣେ ମାଓବାଦୀ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି- ୨୦୨୦: ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ଏତିକି ହେବା ଜରୁରୀ

ଭୁବନେଶ୍ୱର,୨୦।୧: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ...

ଘରେ କେହି ନ ଥିବା ବେଳେ ୮ ମାସର ଗର୍ଭବତୀ ଖୁଡିଙ୍କୁ ବଳାତ୍କାର କଲେ ପୁତୁରା, ପ୍ରତିବାଦ କରିବାରୁ…

ବାଲିଗୁଡା,୨୦।୧: (ସଞ୍ଜୟ କୁମାର ପାଣିଗ୍ରାହୀ): ୮ ମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟର ଜଣେ ପୁତୁରା ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି।  ଏପରିକି ଗର୍ଭବତୀ ଖୁଡି...

ବିଷାକ୍ତ ଦୟା ନଦୀ ପାଣି: ଚାରି ଜଣଙ୍କ ମୃତ୍ୟୁ ପରେ ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୦।୧: ପୁରୀ ଜିଲାର ସ୍ୱାସ୍ଥ୍ୟ ବିଭାଗ ସୋମବାର ଦୟା ନଦୀର ପାଣି ସମ୍ପୂର୍ଣ୍ଣ ପ୍ରଦୂଷିତ ବୋଲି ନିଶ୍ଚିତ କରିଛି ଏବଂ ସ୍ଥାନୀୟ ଲୋକଙ୍କୁ ଏହାକୁ ବ୍ୟବହାର...

ଓଡ଼ିଶାରେ ‘ମୂଲ୍ୟ ବୃଦ୍ଧି, ବେକାରୀ’ ବିରୋଧରେ ଯୁବ କଂଗ୍ରେସ ପ୍ରତିବାଦ କରିଛି

ଭୁବନେଶ୍ୱର,୨୦ା୧: ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ବେକାରୀ ବୃଦ୍ଧି ଅଭିଯୋଗ କରି, ସୋମବାର ଓଡ଼ିଶା ପ୍ରଦେଶ କଂଗ୍ରେସର ଯୁବ ଶାଖା ଭୁବନେଶ୍ୱରର ଲୋୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri