ବନ୍ଦାପନା କରି ସ୍କୁଲରେ ପିଲାଙ୍କୁ ସ୍ବାଗତ

ଦଶମନ୍ତପୁର/ଡାବୁଗାଁ/ଜୟପୁର, ୧।୩(ଡି.ଏନ୍‌.ଏ./ନି.ପ୍ର.) – ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ସୋମବାର ସ୍କୁଲ ଯାଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାମାନଙ୍କୁ ବନ୍ଦାପନା କରି ଚକୋଲେଟ ଦେଇ ସ୍ବାଗତ କରିଛନ୍ତି। ବିଜ୍ଞାନ ଶିକ୍ଷକ ବଶିଷ୍ଠ ନାୟକ, ପ୍ରଧାନଶିକ୍ଷକ ସ୍ବପ୍ନେଶ୍ୱର ନାୟକ, ଯୁଗଳ କିଶୋର ପଣ୍ଡା, ସଞ୍ଜିତ୍‌ ବେହେରା, କୃଷ୍ଣ ମହାରଣା, ମଧୁସ୍ମିତା ମାଣ୍ଡାଙ୍ଗି, ଅଜିତ ଖସଲା, ଜୟନ୍ତୀ ଦାଶ, ଲିଲି ବାଘ ପ୍ରମୁଖ ପିଲାମାନଙ୍କୁ ସ୍କୁଲରେ ସ୍ବାଗତ କରିଛନ୍ତି। କୋଭିଡ୍‌ ନିୟମାନୁସାରେ ପାଠ ପଢ଼ାଯିବ ବୋଲି ଶିକ୍ଷୟିତ୍ରୀ ଶିକ୍ଷକମାନେ କହିଛନ୍ତି। ଏଥିସହ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି।
ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ ଓ ଜାତୀୟ ବିଜ୍ଞାନ ଦିବସ ସୋମବାର ପାଳିତ ହୋଇଯାଇଛି। ସକାଳ ୧୦ରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ସ୍ବାଗତ କରାଯାଇଛି। ବିଦ୍ୟାଳୟ ଫାଟକ, ଶ୍ରେଣୀ ଗୃହ ଓ ଛାତ୍ରୀ ନିବାସକୁ ଫୁଲ ଓ ବେଲୁନରେ ସଗାଯିବା ସହ ରାସ୍ତର ବିଭିନ୍ନ ସ୍ଥାନରେ ସୁନ୍ଦର ଝୋଟି ପକା ଯାଇଥିଲା। ଗେଟ୍‌ ପାଖରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାଙ୍କ ଟେମ୍ପରେଚର ମାପିବା ସହ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ। ସ୍କୁଲ ସଭାଗୃହରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁକାନ୍ତ ସ୍ବାଇଁଙ୍କ ସଭାପତିତ୍ୱରେ ଏକ ସ୍ବାଗତ ସଭା କରାଯାଇଥିଲା। ଏହି ସଭାରେ ଡାବୁଗାଁ ବିଡିଓ ଶରତ ମାଝି ଉପସ୍ଥିତ ରହି ପିଲାଙ୍କୁ ପାଠ୍ୟ ଉପକରର ପ୍ରଦାନ କରିଥିଲେ। ଶିକ୍ଷକ ସନାତନ ଭୋଇ, ସୁକାନ୍ତ ସରକାର ଓ ମହେଶ୍ୱର ନାଥ ପ୍ରମୁଖ ବିଜ୍ଞାନ ଦିବସ ସମ୍ବନ୍ଧରେ ଛାତ୍ରୀମାନଙ୍କୁ ବୁଝାଇଥିଲେ। ଚାନ୍ଦିନୀ ପନକା ଓ ଅମିତା ଭତ୍ରା ବିଜ୍ଞାନ ଦିବସ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଦୀପ୍ତିରଞ୍ଜନ ବେହେରା ଓ ବରିଷ୍ଠ ଶିକ୍ଷୟତ୍ରୀ ଆରତି ବିଶୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜୟପୁରର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ଖୋଲାଯାଇଛି। ମୁଖ୍ୟ ଫାଟକରେ ପିଲାଙ୍କୁ କୋଭିଡ୍‌ ନିୟମାନୁଯାୟୀ ସମସ୍ତ ପରୀକ୍ଷା ନିରୀକ୍ଷା କରି ବିଦ୍ୟାଳୟକୁ ଆସିବା ପାଈଁ ଅନୁମତି ଦିଆଯାଇଛି। ଶିକ୍ଷୟତ୍ରୀ ଶିକ୍ଷକମାନେ ପିଲାଙ୍କୁ ଚିତା ଚନ୍ଦନ ଓ ଫୁଲ ଦେଇଥିଲେ। । ବିଦ୍ୟାଳୟର ସିନିୟର ଛାତ୍ରୀଛାତ୍ର ପାରମ୍ପରିକ ବାଦ୍ୟ ବଜାଇ ସେମାନଙ୍କୁ ସ୍ବାଗତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?