ବନ୍ଦାପନା କରି ସ୍କୁଲରେ ପିଲାଙ୍କୁ ସ୍ବାଗତ

ଦଶମନ୍ତପୁର/ଡାବୁଗାଁ/ଜୟପୁର, ୧।୩(ଡି.ଏନ୍‌.ଏ./ନି.ପ୍ର.) – ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ସୋମବାର ସ୍କୁଲ ଯାଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାମାନଙ୍କୁ ବନ୍ଦାପନା କରି ଚକୋଲେଟ ଦେଇ ସ୍ବାଗତ କରିଛନ୍ତି। ବିଜ୍ଞାନ ଶିକ୍ଷକ ବଶିଷ୍ଠ ନାୟକ, ପ୍ରଧାନଶିକ୍ଷକ ସ୍ବପ୍ନେଶ୍ୱର ନାୟକ, ଯୁଗଳ କିଶୋର ପଣ୍ଡା, ସଞ୍ଜିତ୍‌ ବେହେରା, କୃଷ୍ଣ ମହାରଣା, ମଧୁସ୍ମିତା ମାଣ୍ଡାଙ୍ଗି, ଅଜିତ ଖସଲା, ଜୟନ୍ତୀ ଦାଶ, ଲିଲି ବାଘ ପ୍ରମୁଖ ପିଲାମାନଙ୍କୁ ସ୍କୁଲରେ ସ୍ବାଗତ କରିଛନ୍ତି। କୋଭିଡ୍‌ ନିୟମାନୁସାରେ ପାଠ ପଢ଼ାଯିବ ବୋଲି ଶିକ୍ଷୟିତ୍ରୀ ଶିକ୍ଷକମାନେ କହିଛନ୍ତି। ଏଥିସହ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି।
ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ ଓ ଜାତୀୟ ବିଜ୍ଞାନ ଦିବସ ସୋମବାର ପାଳିତ ହୋଇଯାଇଛି। ସକାଳ ୧୦ରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ସ୍ବାଗତ କରାଯାଇଛି। ବିଦ୍ୟାଳୟ ଫାଟକ, ଶ୍ରେଣୀ ଗୃହ ଓ ଛାତ୍ରୀ ନିବାସକୁ ଫୁଲ ଓ ବେଲୁନରେ ସଗାଯିବା ସହ ରାସ୍ତର ବିଭିନ୍ନ ସ୍ଥାନରେ ସୁନ୍ଦର ଝୋଟି ପକା ଯାଇଥିଲା। ଗେଟ୍‌ ପାଖରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାଙ୍କ ଟେମ୍ପରେଚର ମାପିବା ସହ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ। ସ୍କୁଲ ସଭାଗୃହରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁକାନ୍ତ ସ୍ବାଇଁଙ୍କ ସଭାପତିତ୍ୱରେ ଏକ ସ୍ବାଗତ ସଭା କରାଯାଇଥିଲା। ଏହି ସଭାରେ ଡାବୁଗାଁ ବିଡିଓ ଶରତ ମାଝି ଉପସ୍ଥିତ ରହି ପିଲାଙ୍କୁ ପାଠ୍ୟ ଉପକରର ପ୍ରଦାନ କରିଥିଲେ। ଶିକ୍ଷକ ସନାତନ ଭୋଇ, ସୁକାନ୍ତ ସରକାର ଓ ମହେଶ୍ୱର ନାଥ ପ୍ରମୁଖ ବିଜ୍ଞାନ ଦିବସ ସମ୍ବନ୍ଧରେ ଛାତ୍ରୀମାନଙ୍କୁ ବୁଝାଇଥିଲେ। ଚାନ୍ଦିନୀ ପନକା ଓ ଅମିତା ଭତ୍ରା ବିଜ୍ଞାନ ଦିବସ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଦୀପ୍ତିରଞ୍ଜନ ବେହେରା ଓ ବରିଷ୍ଠ ଶିକ୍ଷୟତ୍ରୀ ଆରତି ବିଶୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜୟପୁରର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ଖୋଲାଯାଇଛି। ମୁଖ୍ୟ ଫାଟକରେ ପିଲାଙ୍କୁ କୋଭିଡ୍‌ ନିୟମାନୁଯାୟୀ ସମସ୍ତ ପରୀକ୍ଷା ନିରୀକ୍ଷା କରି ବିଦ୍ୟାଳୟକୁ ଆସିବା ପାଈଁ ଅନୁମତି ଦିଆଯାଇଛି। ଶିକ୍ଷୟତ୍ରୀ ଶିକ୍ଷକମାନେ ପିଲାଙ୍କୁ ଚିତା ଚନ୍ଦନ ଓ ଫୁଲ ଦେଇଥିଲେ। । ବିଦ୍ୟାଳୟର ସିନିୟର ଛାତ୍ରୀଛାତ୍ର ପାରମ୍ପରିକ ବାଦ୍ୟ ବଜାଇ ସେମାନଙ୍କୁ ସ୍ବାଗତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri