୪ଦିନ ହେଲା ବଙ୍କରରେ ଲୁଚି ରହିଛନ୍ତି ସାଧାରଣ ନାଗରିକ: ସାମ୍ନାକୁ ଆସିଲା ୟୁକ୍ରେନବାସୀଙ୍କ ଦାରୁଣ ଦୁଃଖ

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ନିରୀହ ସାଧାରଣ ନାଗରିକ ଟାର୍ଗେଟ ହେଉଛନ୍ତି। ୟୁକ୍ରେନର କ୍ୱିଭ ଓ ଖାର୍କ୍ୱିଭ ସହରରେ ରୁଷିଆ ସୈନ୍ୟଙ୍କ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ ଅନେକ ୟୁକ୍ରେନବାସୀ ନିଜର ପ୍ରାଣ ହରାଇଥିବା ଜଣାପଡ଼ିଛି। ପୂର୍ବ ଓ କେନ୍ଦ୍ରୀୟ ୟୁକ୍ରେନରେ ବାରମ୍ବାର ଏୟାର ଷ୍ଟାଇକ୍‌ ସାଇରନ ଓ ରୁଷିଆ ପକ୍ଷରୁ ହେଉଥିବା ବିସ୍ଫୋରଣ ଯୋଗୁ ଅନେକ ଲୋକ ବଙ୍କରରେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି। ଯୁଦ୍ଧ ଆରମ୍ଭରୁ ଲଗାତର ୬ଦିନ ଧରି ବଙ୍କରରେ ଲୁଚି ରହିଥିବା ଲୋକଙ୍କ ଧର୍ଯ୍ୟର ବନ୍ଧ ଏବେ ଭାଙ୍ଗିବାକୁ ଆରମ୍ଭ କରିଛି। ଶୀତରୁ ରକ୍ଷା ପାଇବା ପାଇଁ ନା ଅଛି ପୋଷାକ ନା ଖାଇବାକୁ ଖାଦ୍ୟ କି ପାନୀୟ ଜଳ କିଛି ବି ନାହିଁ। ତା’ଉପରେ ଜୀବନ ପ୍ରତି ରହିଛି ବିପଦ। ଏଭଳି ରହିଛି ୟୁକ୍ରେନବାସୀଙ୍କ ଦୁଃଖ। ଯୁଦ୍ଧର ଉତ୍ତେଜନା ପରିସ୍ଥିତି ମଧ୍ୟରେ ଯାହାକୁ ସୁଯୋଗ ମିଳୁଛି ସେମାନେ କ୍ୱିଭ ଓ ଖାର୍କ୍ୱିଭ ଛାଡି ପଡ଼ୋଶୀ ଦେଶରେ ଶରଣ ନେଉଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମ ୟୁକ୍ରେନ ସୀମାବର୍ତ୍ତୀ ୟୁରୋପର ୪ଟି ଦେଶ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ଓ ରୋମାନିଆର ସୀମାରେ ବହୁ ସଂଖ୍ୟକ ଲୋକ ପହଞ୍ଚୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ୟୁକ୍ରେନ ଛାଡୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହଙ୍ଗେରୀ ପ୍ରଥମେ ଆଗେଇ ଆସିଛି। ୟୁକ୍ରେନ ଛକରୁ ହଙ୍ଗେରୀ ସୀମା ଜାହୋନୀ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏଥିସହ ଜାହୋନିରେ ପହଞ୍ଚିଥିବା ୟୁକ୍ରେନର ସମସ୍ତ ଶରଣାର୍ଥୀଙ୍କ ପାଇଁ ରାଜଧାନୀ ବୁଦ୍ଧାପେଷ୍ଟ ଲାଗି ମଧ୍ୟ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କର ମଧ୍ୟରେ ଅତ୍ୟଧିକ ମହିଳା ଏବଂ ଶିଶୁ ରହିଛନ୍ତି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଜ ଯନ୍ତ୍ରଣାର କାହାଣୀ ବଖାଣିଛନ୍ତି। ସେମାନେ କହିଛନ୍ତି, ୪ଦିନ ଧରି ବଙ୍କରରେ ଲୁଚିି ରହିଥିବାରୁ ସେମାନେ କିଛି ଖାଇ ନାହାନ୍ତି। ଅନ୍ୟପଟେ ୟୁକ୍ରେନରୁ ପଳାୟନ କରୁଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ହଙ୍ଗେରୀ ବୁଦ୍ଧାପେଷ୍ଟ ରେଳ ଷ୍ଟେସନରେ ବହୁ ସଂଖ୍ୟକ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହି କ୍ୟାମ୍ପରେ ଶରଣାର୍ଥୀଙ୍କ ପାଇଁ ଖାଦ୍ୟ, ରହିବା ଓ ଔଷଧ ବ୍ୟବସ୍ଥା କରାଯାଇଛି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ ପ୍ରଦର୍ଶନବେଳେ ୪ ମୃତ

ଢାକା,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଗସ୍ତ କରିଛନ୍ତି। ଏହା ବିରୋଧରେ ଚିଟ୍ଟାଗଙ୍ଗଠାରେ ଆନ୍ଦୋଳନବେଳେ ପୋଲିସର ରବର ବୁଲେଟ ମାଡ଼ରେ ପ୍ରାଣ ହରାଇଛନ୍ତି...

ଘଣ୍ଟାରେ ୨୩ଥର ମୁହଁରେ ହାତ ମାରନ୍ତି ଲୋକେ !

ଓ୍ବାଶିଂଟନ,୩୧।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା...

ବିକାଶ ପଥରେ ଆତଙ୍କବାଦ କଣ୍ଟା

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ସମଗ୍ର ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ହେଉଛି ଆତଙ୍କବାଦ। ଏହି ବିପତ୍ତି କେବଳ ନିରୀହମାନଙ୍କ ଜୀବନ ନେଉଛି ତାହା ନୁହେଁ,...

କାବୁଲ ବିମାନବନ୍ଦରରେ ଭୟଙ୍କର ପରିସ୍ଥିତି

କାବୁଲ,୧୬।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ କୌଣସି ଜିନିଷ ନ ନେଇ ଦେଶ ଛାଡି ପଳାଉଛନ୍ତି। ଅନ୍ୟପକ୍ଷରେ...

ଜାପାନରେ ୫.୫ ତୀବ୍ରତାର ଭୂକମ୍ପ

ଟୋକିଓ,୨୦ ।୨: ଥରି ଉଠିଛି ଜାପାନ । ପୁଣି ଲୋକେ ଭୟଭୀତ । ଜାପାନରେ ରିକ୍ଟର ସ୍କେଲରେ ୫.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି...

ଆଉ ଜଣେ ପାକ୍‌ ଚରମପନ୍ଥୀଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୪।୯: ପାକିସ୍ତାନର ଆଉ ଜଣେ  ଚରମପନ୍ଥୀଙ୍କୁ ଆମେରିକା ୨ ଦିନ ତଳେ ଗ୍ଲୋବାଲ୍‌ ଟେରରିଷ୍ଟ ଘୋଷଣା କରିଛି। ଏହାସହ ଆମେରିକା ଉକ୍ତ ଆତଙ୍କବାଦୀଙ୍କ ଉପରେ ୫୦...

ମସ୍‌ଜିଦରେ ବିସ୍ଫୋରଣ ଘଟଣା : ୨୦ ମୃତ, ୯୬ ଆହତ

ଇସଲାମାବାଦ,୩୦।୧: ପାକିସ୍ତାନର ଏକ ମସଜିଦ୍‌ରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ସୋମବାର ଅପରାହ୍ନରେ ପେଶୱାରର ପୋଲିସ ଲାଇନ ଅଞ୍ଚଳରେ ଏକ ମସ୍‌ଜିଦରେ ଏହି ବିସ୍ଫୋରଣ ହୋଇଥିବା...

ଥରିଲା ତାଇଓ୍ବାନ

ତାଇପେଇ,୧୭ା୯: ଶନିବାର ଦକ୍ଷିଣ ପୂର୍ବ ତାଇଓ୍ବାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି।...

Advertisement
Archives

Model This Week