Posted inଖେଳ

ଏଫ୍‌ସି ବେୟର୍ନ ବିଶ୍ୱ ଦଳରେ ଶୁଭୋ ପଲ୍‌

ନୂଆଦିଲ୍ଲୀ, ୧୨ା୬ (ପି.ଟି.)- ଦିଲ୍ଲୀଭିତ୍ତିକ ସୁଦେଭା ଏଫ୍‌ସି ଆଇ-ଲିଗ୍‌ ଦଳର ଅଧିନାୟକ ଶୁଭୋ ପଲ୍‌ ପ୍ରସିଦ୍ଧ ଜର୍ମାନ ଫୁଟ୍‌ବଲ କ୍ଲବ ଏଫ୍‌ସି ବେୟର୍ନର ୧୯ ବର୍ଷରୁ କମ୍‌ ବିଶ୍ୱ ଦଳରେ ସ୍ଥାନ ପାଇଛନ୍ତି। ଏଫ୍‌ସି ବେୟର୍ନ ବିଶ୍ୱ ଦଳର ଏକ ଟ୍ରେନିଂ କ୍ୟାମ୍ପ ମ୍ୟୁନିକ୍‌ରେ ହେବ। ଏଥିରେ ୧୭ ବର୍ଷୀୟ ପଲ୍‌ ଯୋଗ ଦେବେ। ଏଥିରେ ଯୁବ ଫୁଟ୍‌ବଲରମାନେ ଏଫ୍‌ସି ବେୟର୍ନ ସମ୍ପର୍କରେ ଜାଣିବା ଲାଗି ଏକ ସୁଯୋଗ ପାଇବେ। ସେମାନେ ୧୯ବର୍ଷରୁ କମ୍‌ ଏଫ୍‌ସି ବେୟର୍ନ ଦଳ ସହିତ ଏକ ମ୍ୟାଚ ଖେଳିବେ। ବିଶ୍ୱକପ୍‌ ବିଜେତା କିମ୍ବଦନ୍ତୀ କ୍ଲାଅସ୍‌ ଅଗେନଥଲର ଏବଂ ସେମାନଙ୍କ ଇଣ୍ଟରନ୍ୟାଶନାଲ ପ୍ରୋଗ୍ରାମ୍‌ର କୋଚ୍‌ ଖ୍ରୀଷ୍ଟୋଫର ଲୋଚ୍‌ଙ୍କ ନେତୃତ୍ୱରେ ଏଫ୍‌ସି ବେୟର୍ନ ଏକ ଟ୍ୟାଲେଣ୍ଟ ହଣ୍ଟ୍‌ କାର୍ଯ୍ୟକ୍ରମ ଜରିଆରେ ସମଗ୍ର ବିଶ୍ୱର ୧୫ଜଣ ଖେଳାଳିଙ୍କୁ ମନୋନୀତ କରାଯାଇ ଏକ ବିଶ୍ୱ ଦଳ ଗଠନ କରାଯାଇଥାଏ। ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଖେଳାଳିମାନଙ୍କୁ ସେମାନଙ୍କର ଏକ ଶର୍ଟ ଭିଡିଓ ପଠାଇବାକୁ ହୋଇଥାଏ। ଖେଳାଳି ଜଣକ ୨୦୦୩ କିମ୍ବା ୨୦୦୪ରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଫ୍‌ସି ବେୟର୍ନ ୧୯ ବର୍ଷରୁ କମ୍‌ ବିଶ୍ୱ ଦଳ ଅନ୍ୟ ବୁନ୍ଦେସ୍‌ଲିଗା ଟିମ୍‌ ସହ ଖେଳିବ ଏବଂ ସେଠାରେ ପ୍ରାୟ ଦୁଇ ସପ୍ତାହ ଧରି ଟ୍ରେନିଂ ନେବ। ଭାରତର ୧୭ ବର୍ଷରୁ କମ୍‌ ଦଳର ଅନ୍ୟତମ ସଦସ୍ୟ ପଲ୍‌ଙ୍କୁ ଯେତେବେଳେ ମାତ୍ର ୧୨ବର୍ଷ ବୟସ ହୋଇଥିଲା, ସେ ସୁଦେଭାରେ ଫୁଟ୍‌ବଲ ଖେଳିବା ଆରମ୍ଭ କରିଥିଲେ। ୨୦୧୭ରେ ଗ୍ରାସ୍‌ରୁଟ୍‌ ଓ ୟୁଥ୍‌ ଟ୍ରାଏଲ୍‌ ବେଳେ ସେ ସୁଦେଭାର ସ୍କାଉଟିଂ ଟିମ୍‌ ପାଇଁ ମନୋନୀତ ହୋଇଥିଲେ। ୨୦୧୭ ମେ’ ମାସଠାରୁ ପଲ୍‌ ବୋର୍ଡିଂ, ଲଜିଂ, ଟ୍ରେନିଂ ଓ ସ୍କୁଲିଂ ସୁବିଧା ପାଇ ଆସୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri