Posted inଖେଳ

ମାଲେସିଆ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଦଳକୁ ସ୍ବାଗତ

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): ଆସନ୍ତା ହକି ବିଶ୍ୱକପ ଖେଳିବା ପାଇଁ ମାଲେସିଆ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା ଓ ନ୍ୟୁଜିଲାଣ୍ଡ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦଳଗୁଡ଼ିକୁ ଭବ୍ୟ ସ୍ବାଗତ କରାଯାଇଛି। ଆଗାମୀ ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ମାଲେସିଆ ଦଳ ପୁଲ୍‌ ‘ସି’ରେ ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ ଓ ଚିଲି ସହିତ ସ୍ଥାନ ପାଇଛି। ଆଗାମୀ ବିଶ୍ୱକପରେ ପ୍ରଦର୍ଶନର ଛାପ ଛାଡ଼ିବା ଏହି ଦଳର ମୁଖ୍ୟ ଲକ୍ଷ୍ୟ। ”ଓଡ଼ିଶାରେ ଖେଳିବାପାଇଁ ଆମେ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ। ଏହି ଟୁର୍ନାମେଣ୍ଟ ଆମପାଇଁ ସ୍ବତନ୍ତ୍ର ହେବ ବୋଲି ଆଶା ରଖିଛୁ। ଅଭ୍ୟାସ ଭଲ ହୋଇଥିବାରୁ ପ୍ରଦର୍ଶନର ଛାପ ଛାଡ଼ିପାରିବୁ ବୋଲି ଆଶା ରହିଛି“ ବୋଲି ଅଧିନାୟକ ମାରହାନ ଜଲିଲ ପ୍ରକାଶ କରିଛନ୍ତି। କୋଚ୍‌ ଅରୁଲ ଆନ୍ଥୋନୀଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ୨୦୨୨ ସୁଲତାନ ଆଜଲାନ ଶାହ କପ୍‌ ଚାମ୍ପିୟନ ହୋଇଥିଲା। ୧୯୭୫ ବିଶ୍ୱକପରେ ଦଳ ଏହାର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଆୟୋଜକ ଦଳଭାବେ ୪ର୍ଥ ସ୍ଥାନ ଅଧିକାର କରିଥିଲା। ଏହି ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା। ବିଶ୍ୱର ୧୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରୁଥିବାରୁ ଭଲ ଆରମ୍ଭ ଆମର ପ୍ରଥମ ଲକ୍ଷ୍ୟ ରହିବ ବୋଲି ଆନ୍ଥୋନୀ ପ୍ରକାଶ କରିଛନ୍ତି।
ଦକ୍ଷିଣ ଆଫ୍ରିକା ଦଳ ପୁଲ୍‌ ‘ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ଫ୍ରାନ୍ସ ସହିତ ସ୍ଥାନ ପାଇଛି। ”ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ଉପରେ ଆମର ମୁଖ୍ୟତଃ ଫୋକସ ରହିବ। ଏଥର ୨ଟି ଭେନ୍ୟୁରେ ଟୁର୍ନାମେଣ୍ଟ ହେବାକୁ ଯାଉଛି। ଭରପୂର ଦର୍ଶକଙ୍କ ସମ୍ମୁଖରେ ଖେଳିବାର ଭିନ୍ନ ଅନୁଭୂତି ରହିବ“ ବୋଲି ମୁଖ୍ୟ କୋଚ୍‌ ଚେସଲିନ୍‌ ଗି’ ପ୍ରକାଶ କରିଛନ୍ତି। ୧୯୭୪ରେ ଅଷ୍ଟ୍ରେଲିଆର ସିଡ୍‌ନୀରେ ପ୍ରଥମ ବିଶ୍ୱକପ ଖେଳିଥିବା ଦକ୍ଷିଣ ଆଫ୍ରିକା ପାଇଁ ଏହା ହେବ ହକି ମହାକୁମ୍ଭ। ଡାୟାନ କାସିଏମ୍‌ ଦଳର ଅଧିନାୟକ ଅଛନ୍ତି। ପ୍ରଦର୍ଶନ ମାଧ୍ୟମରେ ଦେଶକୁ ଗର୍ବିତ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କାସିଏମ ପ୍ରକାଶ କରିଛନ୍ତି।
ବ୍ଲାକ୍‌ ଷ୍ଟିକ୍ସ (ନ୍ୟୁଜିଲାଣ୍ଡ) ଦଳର ନେତୃତ୍ୱ ନେଉଛନ୍ତି ନିକ୍‌ ଉଡ୍ସ। ଏହି ଦଳ ୨୦୨୨-୨୩ ପ୍ରୋ-ଲିଗ୍‌ରେ ଏଠାରେ ଭାରତ ବିପକ୍ଷରେ ମ୍ୟାଚ ଖେଳିଥିଲା। ଗ୍ରେଗ୍‌ ନିକୋଲ ଏହାର ମୁଖ୍ୟ କୋଚ୍‌। ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରି ଆମେ ବହୁତ ଖୁସି। ଏଠାକାର ହକିପ୍ରିୟ ଦର୍ଶକଙ୍କ ସମ୍ମୁଖରେ ଖେଳିବାର ମଜା ଭିନ୍ନ ରହିବ। ପ୍ରୋ ଲିଗ୍‌ରେ ଆମେ ଏଠାରେ ଭାରତ ଓ ସ୍ପେନ୍‌ ବିପକ୍ଷରେ ଖେଳିଥିଲୁ। ଏହାପରେ ସ୍ବଦେଶ ଯାଇ ଟ୍ରେନିଂ କ୍ୟାମ୍ପ କରିଥିଲୁ। ଆକ୍ରମଣାତ୍ମ ରଣନୀତିରେ ଖେଳିବା ଆମର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଉଡ୍ସ ପ୍ରକାଶ କରିଛନ୍ତି।
ଲିଓନେଲ ମେସି ଓ ଜାତୀୟ ଫୁଟବଲ ଦଳରୁ ପ୍ରେରଣା ଲାଭ କରିଥିବା ଆର୍ଜେଣ୍ଟିନା ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ। ଆର୍ଜେଣ୍ଟିନା ଦଳ କାତାରରେ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଥିଲା। ଆଗାମୀ ହକି ବିଶ୍ୱକପରେ ମଧ୍ୟ ଦଳ ଅନୁରୂପ ପ୍ରଦର୍ଶନ ଆଶା ରଖିଛି। ଏହା କଷ୍ଟସାଧ୍ୟ ହୋଇଥିଲେ ହେଁ ଆମେ ଟ୍ରଫି ଜିତି ଦେଶକୁ ଗର୍ବିତ କରିବାକୁ ଚାହୁଁ ବୋଲି ଅଧିନାୟକ ମାଥିଆସ ରେ’ ପ୍ରକାଶ କରିଛନ୍ତି। ମାରିଆନୋ ରୋନକୋନି ଆର୍ଜେଣ୍ଟିନା ଦଳର କୋଚ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?