Posted inଖେଳ

ମାଲେସିଆ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଦଳକୁ ସ୍ବାଗତ

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): ଆସନ୍ତା ହକି ବିଶ୍ୱକପ ଖେଳିବା ପାଇଁ ମାଲେସିଆ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା ଓ ନ୍ୟୁଜିଲାଣ୍ଡ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦଳଗୁଡ଼ିକୁ ଭବ୍ୟ ସ୍ବାଗତ କରାଯାଇଛି। ଆଗାମୀ ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ମାଲେସିଆ ଦଳ ପୁଲ୍‌ ‘ସି’ରେ ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ ଓ ଚିଲି ସହିତ ସ୍ଥାନ ପାଇଛି। ଆଗାମୀ ବିଶ୍ୱକପରେ ପ୍ରଦର୍ଶନର ଛାପ ଛାଡ଼ିବା ଏହି ଦଳର ମୁଖ୍ୟ ଲକ୍ଷ୍ୟ। ”ଓଡ଼ିଶାରେ ଖେଳିବାପାଇଁ ଆମେ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ। ଏହି ଟୁର୍ନାମେଣ୍ଟ ଆମପାଇଁ ସ୍ବତନ୍ତ୍ର ହେବ ବୋଲି ଆଶା ରଖିଛୁ। ଅଭ୍ୟାସ ଭଲ ହୋଇଥିବାରୁ ପ୍ରଦର୍ଶନର ଛାପ ଛାଡ଼ିପାରିବୁ ବୋଲି ଆଶା ରହିଛି“ ବୋଲି ଅଧିନାୟକ ମାରହାନ ଜଲିଲ ପ୍ରକାଶ କରିଛନ୍ତି। କୋଚ୍‌ ଅରୁଲ ଆନ୍ଥୋନୀଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ୨୦୨୨ ସୁଲତାନ ଆଜଲାନ ଶାହ କପ୍‌ ଚାମ୍ପିୟନ ହୋଇଥିଲା। ୧୯୭୫ ବିଶ୍ୱକପରେ ଦଳ ଏହାର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଆୟୋଜକ ଦଳଭାବେ ୪ର୍ଥ ସ୍ଥାନ ଅଧିକାର କରିଥିଲା। ଏହି ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା। ବିଶ୍ୱର ୧୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରୁଥିବାରୁ ଭଲ ଆରମ୍ଭ ଆମର ପ୍ରଥମ ଲକ୍ଷ୍ୟ ରହିବ ବୋଲି ଆନ୍ଥୋନୀ ପ୍ରକାଶ କରିଛନ୍ତି।
ଦକ୍ଷିଣ ଆଫ୍ରିକା ଦଳ ପୁଲ୍‌ ‘ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ଫ୍ରାନ୍ସ ସହିତ ସ୍ଥାନ ପାଇଛି। ”ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ଉପରେ ଆମର ମୁଖ୍ୟତଃ ଫୋକସ ରହିବ। ଏଥର ୨ଟି ଭେନ୍ୟୁରେ ଟୁର୍ନାମେଣ୍ଟ ହେବାକୁ ଯାଉଛି। ଭରପୂର ଦର୍ଶକଙ୍କ ସମ୍ମୁଖରେ ଖେଳିବାର ଭିନ୍ନ ଅନୁଭୂତି ରହିବ“ ବୋଲି ମୁଖ୍ୟ କୋଚ୍‌ ଚେସଲିନ୍‌ ଗି’ ପ୍ରକାଶ କରିଛନ୍ତି। ୧୯୭୪ରେ ଅଷ୍ଟ୍ରେଲିଆର ସିଡ୍‌ନୀରେ ପ୍ରଥମ ବିଶ୍ୱକପ ଖେଳିଥିବା ଦକ୍ଷିଣ ଆଫ୍ରିକା ପାଇଁ ଏହା ହେବ ହକି ମହାକୁମ୍ଭ। ଡାୟାନ କାସିଏମ୍‌ ଦଳର ଅଧିନାୟକ ଅଛନ୍ତି। ପ୍ରଦର୍ଶନ ମାଧ୍ୟମରେ ଦେଶକୁ ଗର୍ବିତ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କାସିଏମ ପ୍ରକାଶ କରିଛନ୍ତି।
ବ୍ଲାକ୍‌ ଷ୍ଟିକ୍ସ (ନ୍ୟୁଜିଲାଣ୍ଡ) ଦଳର ନେତୃତ୍ୱ ନେଉଛନ୍ତି ନିକ୍‌ ଉଡ୍ସ। ଏହି ଦଳ ୨୦୨୨-୨୩ ପ୍ରୋ-ଲିଗ୍‌ରେ ଏଠାରେ ଭାରତ ବିପକ୍ଷରେ ମ୍ୟାଚ ଖେଳିଥିଲା। ଗ୍ରେଗ୍‌ ନିକୋଲ ଏହାର ମୁଖ୍ୟ କୋଚ୍‌। ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରି ଆମେ ବହୁତ ଖୁସି। ଏଠାକାର ହକିପ୍ରିୟ ଦର୍ଶକଙ୍କ ସମ୍ମୁଖରେ ଖେଳିବାର ମଜା ଭିନ୍ନ ରହିବ। ପ୍ରୋ ଲିଗ୍‌ରେ ଆମେ ଏଠାରେ ଭାରତ ଓ ସ୍ପେନ୍‌ ବିପକ୍ଷରେ ଖେଳିଥିଲୁ। ଏହାପରେ ସ୍ବଦେଶ ଯାଇ ଟ୍ରେନିଂ କ୍ୟାମ୍ପ କରିଥିଲୁ। ଆକ୍ରମଣାତ୍ମ ରଣନୀତିରେ ଖେଳିବା ଆମର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଉଡ୍ସ ପ୍ରକାଶ କରିଛନ୍ତି।
ଲିଓନେଲ ମେସି ଓ ଜାତୀୟ ଫୁଟବଲ ଦଳରୁ ପ୍ରେରଣା ଲାଭ କରିଥିବା ଆର୍ଜେଣ୍ଟିନା ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ। ଆର୍ଜେଣ୍ଟିନା ଦଳ କାତାରରେ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଥିଲା। ଆଗାମୀ ହକି ବିଶ୍ୱକପରେ ମଧ୍ୟ ଦଳ ଅନୁରୂପ ପ୍ରଦର୍ଶନ ଆଶା ରଖିଛି। ଏହା କଷ୍ଟସାଧ୍ୟ ହୋଇଥିଲେ ହେଁ ଆମେ ଟ୍ରଫି ଜିତି ଦେଶକୁ ଗର୍ବିତ କରିବାକୁ ଚାହୁଁ ବୋଲି ଅଧିନାୟକ ମାଥିଆସ ରେ’ ପ୍ରକାଶ କରିଛନ୍ତି। ମାରିଆନୋ ରୋନକୋନି ଆର୍ଜେଣ୍ଟିନା ଦଳର କୋଚ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri