ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଲମାନ୍‌ଙ୍କ ଏଣ୍ଟ୍ରି

ସାଉଥ ସିନେମାର ବଢୁଥିବା ଲୋକପ୍ରିୟତା ଦେଖି ଏବେ ବଲିଉଡ ତାରକାମାନେ ଟଲିଉଡ ଆଡକୁ ମୁହାଁଉଛନ୍ତ। ଅଜୟ ଦେବଗନଙ୍କ ପରେ ଆଲିଆ ଭଟ୍ଟ ଏବେ ସଲମାନ ଖାନ ମଧ୍ୟ ସାଉଥ ଫିଲ୍ମ ଜଗତରେ ପ୍ରବେଶ କରିଛନ୍ତି। ତାଙ୍କୁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଗଡଫାଦରରେ ଦେଖିବାକୁ ମିଳିବ।
ଚିରଞ୍ଜୀବୀ ନିଜେ ସୋସିଆଲ ମିଡିଆରେ ସଲମାନଙ୍କ ସହ ଏକ ଫଟୋ ଶେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଫଟୋରେ ଉଭୟ ଫୁଲ ତୋଡା ଧରିଥିବାର ଦେଖାଯାଏ। ଯାହାର କ୍ୟାପସନରେ ଚିରଞ୍ଜୀବୀ ଲେଖିଛନ୍ତି -ଗଡଫାଦରରେ ଭାଇ ସଲମାନ ଖାନଙ୍କୁ ସ୍ବାଗତ। ତୁମର ଏଣ୍ଟ୍ରି ସମସ୍ତଙ୍କ ଉତ୍ସାହ ବୃଦ୍ଧି କରିଛି। ତୁମ ସହିତ ସ୍କ୍ରିନ ଶେୟାର ନିହାତି ଖୁସିର ବିଷୟ।
ଗଡଫାଦର ହେଉଛି ମାଲାୟଲମ ଫିଲ୍ମ ଲୁସିଫର୍‌୍‌ର ତେଲୁଗୁ ରିମେକ। ଲୁସଫିରରେ ମୋହନଲାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଚିରଞ୍ଜୀବୀ ଗଡଫାଦରରେ ଏହି ଭୂମିକାରେ ଅଭିନୟ କରୁଛନ୍ତି। ସେହି ସମୟରେ ବିବେକ ଓବରୟ ମଧ୍ୟ ଲୁସିଫର୍‌ରେ ଥିଲେ। ସେ ଭିଲେନ ଭୂମିକାରେ ନଜର ଆସିଥିଲେ। ଏହା ବ୍ୟତୀତ ଫିଲ୍ମରେ ଆଉ ଏକ ଚରିତ୍ର ଅଛି, ଯେଉଁଥିଲେ ପ୍ରୀତିରାଜ ସୁକୁମାରନ ଅଭିନୟ କରିଥିଲେ। ଏଭଳି ପରିସ୍ଥିତିରେ ସଲମାନ ପ୍ରୀତିରାଜ ସୁକୁମାରନଙ୍କ ଚରିତ୍ରରେ ଅଭିନୟ କରିବେ ନା ବିବେକଙ୍କ ପରି ଭିଲେନ ହେବେ ତାହାକୁ ନେଇ ଚର୍ଚ୍ଚା ହେଉଛି।
ଆଲିଆ ଏବଂ ଅଜୟ ଦେବଗାନ ମଧ୍ୟ ଆରଆରଆର ସହିତ ସାଉଥ୍‌ରେ ଡେବ୍ୟୁ କରିଥିଲେ। ମାର୍ଚ୍ଚ ୨୫ରେ ଆର୍‌ଆର୍‌ଆର୍‌ ରିଲିଜ ହେବା ସହିତ ଉଭୟ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗାନ ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?