ବିବାହର ବିଚିତ୍ର ମାନସିକତା

ଆଜିକାଲି ‘କମ୍ବଳ ସହ ବାହାଘର, ଏକୁଟିଆପଣ ଦୂର ହେବ’ ଶୀର୍ଷକ ଏକ ଖବରକୁ ନେଇ ଖୁବ୍‌ ଚର୍ଚ୍ଚା। ଏକୁଟିଆପଣ ଦୂର କରିବାକୁ ଏଭଳି ଉଦ୍ଭଟ ଉପାୟର ସାହାରା ନେବା ମାନସିକ ବିକୃତି ନା ପରମ୍ପରାର ନବୀକରଣ ବିଚାର କରାଯିବା ଉଚିତ୍‌। ଜୀବନଶୈଳୀର ଏଭଳି ବିଚିତ୍ର ଆଧାର ମନକୁ ଆନ୍ଦୋଳିତ କରୁଛି। ବିବାହର ଆବଶ୍ୟକତାକୁ ନେଇ ବିଭିନ୍ନ ଧର୍ମରେ ପ୍ରଚଳିତ ପରମ୍ପରାଚ୍ୟୁତ ଘଟଣାବଳୀ ସାମାଜିକ ବିବର୍ତ୍ତନର ସତର୍କ ଘଣ୍ଟି ନା ଶୁଭାରମ୍ଭ ? ଅତୀତରେ ବିବାହକୁ ନେଇ ବହୁ ପରୀକ୍ଷାନିରୀକ୍ଷା ହୋଇଆସିଛି। ବିଶ୍ୱାସ ବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ଗଛ ବା କୌଣସି ପଶୁକୁ ବିବାହ କରୁଛି। କିନ୍ତୁ ମଣିଷ ସହିତ ଗୋଟେ ନିର୍ଜୀବ ବସ୍ତୁର ବିବାହ ସମ୍ପୂର୍ଣ୍ଣ ଭିନ୍ନ।
ଇଂଲଣ୍ଡର ଏକ୍ସଟର୍‌ରେ ବାସ କରୁଥିବା ପାସ୍କେଲ୍‌ ସେଲିକ୍‌ ନାମ୍ନୀ ଜଣେ ମହିଳାଙ୍କର ନିଜ କମ୍ବଳ ସହ ବିବାହକୁ ତାଙ୍କ ପୁରୁଷବନ୍ଧୁ ବି ସମର୍ଥନ କରିଛନ୍ତି। ପାସ୍କେଲ୍‌ ନିଜ ବିବାହକୁ ପ୍ରିୟଜନଙ୍କ ସହିତ ଖୁବ୍‌ ଉପଭୋଗ କରିଥିଲେ। ଲୋକମାନଙ୍କ ନିଃସଙ୍ଗତା ଦୂର କରି ମନୋବଳ ବୃଦ୍ଧି କରିବାକୁ ସେ ଏପରି କରିଛନ୍ତି ବୋଲି ସଫେଇ ଦେଉଥିଲେ ମଧ୍ୟ ଘଟଣାଟି ଉଦ୍ଭଟ ମନେହୁଏ। ଗତବର୍ଷ ମଧ୍ୟ ଆମେରିକାର ଜଣେ ମହିଳା ନିଜ ପସନ୍ଦର ଗୋଲାପି ରଙ୍ଗକୁ ବିବାହ କରିଥିଲେ। ଗୁଜରାଟର ଝିଅ ଶମା ବିନ୍ଦୁ ୨୦୨୨ରେ ନିଜକୁ ବିବାହ କରି ଚର୍ଚ୍ଚିତା ହୋଇଥିଲେ।
ଏସବୁ ଘଟଣାରୁ ଅନୁମେୟ ଯେ, ବିବାହକୁ ନେଇ ମନୋଭାବ ବଦଳିବାରେ ଲାଗିଛି। ଏଥିପାଇଁ ମନଲାଖି ଜୀବନଶୈଳୀ, ମହତ୍ତ୍ୱାକାଂକ୍ଷା, ସ୍ବେଚ୍ଛାଚାରିତା, ବସ୍ତୁସର୍ବସ୍ବ ମାନସିକତା, ଚର୍ଚ୍ଚିତ ହେବାର ଲୋଭ ଦାୟୀ ନା ବିଶ୍ୱାସଘାତ, ପ୍ରତାରଣା, ଅଳ୍ପରେ ଅଧିକ ରୋଜଗାର କରିବାର ଲକ୍ଷ୍ୟ, ମାଦକଦ୍ରବ୍ୟ ସେବନ, ଅତ୍ୟାଧୁନିକ ଜୀବନ ଶୈଳୀ ଦାୟୀ?
ଅବଶ୍ୟ ଏ କୋଡ଼ିଏ ବର୍ଷ ଭିତରେ ବହୁତ କିଛି ବଦଳିଛି। କେତେ ଯୁଦ୍ଧ, ବାଦବିବାଦ, ରାଜନୀତିକ ପେଞ୍ଚ, ବୈଶ୍ୱିକ ପାଣିପାଗ, ଖାଦ୍ୟପେୟରେ ଅନିୟମିତତା, ଇଣ୍ଟରନେଟ୍‌ର ଦିଗନ୍ତବିସ୍ତାରି ସେବା, ପାଶ୍ଚାତ୍ୟ ଜୀବନାଭିମୁଖିତା, ସାମାଜିକ ଗଣମାଧ୍ୟମର ପ୍ରଭାବ ସମସ୍ତଙ୍କ ଜୀବନଶୈଳୀ ଓ ମନୋଭାବକୁ ପ୍ରଭାବିତ କରିଛି। ଯେତେଶୀଘ୍ର ମଣିଷ ଭାବପ୍ରବଣତାର ଶିକାର ହେଉଛି ସେତିକି ଶୀଘ୍ର ସେ ସମ୍ପର୍କ ଭାଙ୍ଗିଯାଉଛି। ବିଶ୍ୱାସହୀନତା ଓ ନିଃସଙ୍ଗତା ମଣିଷର ମାନସିକ ସ୍ଥିତିକୁ ଏତେ ଦୋହଲାଇଦେଇଛି ଯେ ବିବାହ କରିବାକୁ ଅନେକ ଯୁବତୀଯୁବକ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେମାନଙ୍କ ରୁଚି ବଦଳିଛି। ଦାୟିତ୍ୱ ନେବାକୁ ସେମାନେ ଅମଙ୍ଗ। ଏଥିପାଇଁ ଚାକିରିର କମ୍‌ ଭୂମିକା ନାହିଁ!
ଆଜିକାଲି ଅଫିସ୍‌ ହେଉ ବା ଯେକୌଣସି କାର୍ଯ୍ୟସ୍ଥଳୀରେ ପୂର୍ବାପେକ୍ଷା ଅଧିକ ଚାପ। ଘର ଅପେକ୍ଷା ଅଫିସ୍‌ରେ, ବସ୍‌ ଓ ସହକର୍ମୀଙ୍କ ସହିତ ଅଧିକ ସମୟ ବିତୁଛି। ଫଳରେ ଘରୋଇ ସମ୍ପର୍କର ମୂଳ ଜିନିଷ ବିଶ୍ୱାସର ଖମ୍ବଟି ଦୋହଲିଯାଉଛି ପାରିବାରିକ ଦ୍ୱନ୍ଦ୍ୱରେ। ପିଲାମାନେ ମା’ବାପାଙ୍କ ଭିତରର ମତଭେଦକୁ ଦେଖୁଛନ୍ତି, ପରଖୁଛନ୍ତି। ଏଭଳି ସମସ୍ୟା ସେମାନଙ୍କ ଜୀବନରେ ଭିନ୍ନ ପ୍ରଭାବ ପକାଉଛି। ଘରଠାରୁ ଦୂରରେ ରହି ପାଠ ପଢୁଥିବା ଧନୀ ପିଲାମାନେ ସମ୍ପର୍କର ଗୁରୁତ୍ୱକୁ ବୁଝିପାରନ୍ତି ନାହିଁ। ବୁଝିଲେ ବି ସେମାନଙ୍କ ପାଖରେ ନା ଅବକାଶ ଥାଏ ନା ମା’ବାପାଙ୍କ ପାଖରେ ରହିବାର ସୁ୍‌ଯୋଗ। ସେମାନେ ମୂଳରୁ ହିଁ ଭିନ୍ନ ଦୃଷ୍ଟିକୋଣ ନେଇ ବଞ୍ଚନ୍ତି। ଏଭଳି ପରିବେଶ ଓ ପରିସ୍ଥିତି ପିଲାମାନଙ୍କ ମନରେ ଗଭୀର ଛାପ ଛାଡ଼ିଯାଏ। ସେମାନେ ବଡ଼ ହୋଇ ସମ୍ପର୍କ ଭିତରେ ଥିବା ପ୍ରତିଶ୍ରୁତି ବା ଉତ୍ତରଦାୟିତ୍ୱକୁ ବୁଝନ୍ତି ନାହିଁ। ଇଣ୍ଟରନେଟ ମାଧ୍ୟମରେ ସବୁ ପ୍ରକାରର ସୁବିଧା ସୁଯୋଗ ଆଜିକାଲି ହାତପାହାନ୍ତାରେ। ତେଣୁ ବିବାହ ଜରୁରୀ ନୁହଁ ସେମାନଙ୍କ ପାଇଁ।
ସରୋଗେସୀ ମାଧ୍ୟମରେ ପିଲାର ବାପା କିମ୍ବା ମାଆ ହେବା ବଡ଼କଥା ନୁହେଁ। ସିଙ୍ଗଲ୍‌ ମଦର, ସିଙ୍ଗଲ ଫାଦର୍‌ ହୋଇ ରହିବାରେ ସେମାନଙ୍କ ଅଜବ ଆନନ୍ଦ। ବିବାହ ପରି ପାରମ୍ପରିକ ଓ ପାରିବାରିକ ମୂଲ୍ୟବୋଧକୁ ଏମାନେ ଗ୍ରହଣ କରନ୍ତି ନାହିଁ। ଯେଉଁ ସମ୍ପର୍କକୁ ଜନ୍ମଜନ୍ମାନ୍ତରର ସମ୍ପର୍କ ରୂପେ ବିବେଚନା କରାଯାଏ ଆମ ସଂସ୍କୃତିରେ, କେତେ ଦାୟିତ୍ୱ, କର୍ତ୍ତବ୍ୟ, ତ୍ୟାଗ, ସହନଶୀଳତା ଭିତରେ ପରିବାରଟେ ଗଢ଼ିହୁଏ, ବଢ଼େ, ସମ୍ପୂର୍ଣ୍ଣ ହୁଏ, ସେଭଳି ସମ୍ପର୍କ କ୍ରମଶଃ ନିଷ୍ପ୍ରଭ ହେବାରେ ଲାଗିଛି।
ଆଜିକାର ଯୁବବର୍ଗ ଲିଭ୍‌-ଇନ୍‌ରେ ରହିବାକୁ ପସନ୍ଦ କରୁଛନ୍ତି। ମହତ୍ତ୍ୱାକାଂକ୍ଷା, ପ୍ରତିଯୋଗିତା, ରୋଜଗାରର ସୀମିତ ସମ୍ଭାବନା ଓ ଅତ୍ୟାଧୁନିକ ଜୀବନଶୈଳୀ ସେମାନଙ୍କ ଭିତରର ସମ୍ବେଦନାକୁ ମାରିଦେଇଛି। ମନଲାଖି ଚାକିରି ଓ ଜୀବନ ପାଇଁ ସେମାନେ ଯେକୌଣସି ସାଲିସ୍‌ କରୁଛନ୍ତି। ଯେତେଯେତେ ସମ୍ପର୍କ ଗାଢ଼ ହୁଏ, ସେତେ ଶୀଘ୍ର ଭାଙ୍ଗି ମଧ୍ୟ ଯାଏ। ଆବେଗ ସରିଗଲା ତ ସମ୍ପର୍କ ବି ମରିଗଲା। ଆଜୀବନ ଜୀବନସାଥୀଟି ପ୍ରତି ବିଶ୍ୱସ୍ତ ବା ଦାୟିତ୍ୱବାନ୍‌ ହେବା ପାଇଁ ନିଜ ସ୍ବାଧୀନତା ହରାଇବାକୁ ଅଧିକାଂଶ ଇଚ୍ଛା କରୁନାହାନ୍ତି। ସେଥିପାଇଁ ଲିଭ୍‌-ଇନ୍‌ ପରି ସମ୍ପର୍କକୁ ବାଛିନେଉଛନ୍ତି ଯୁବପିଢ଼ି, ଯାହାକୁ ୨୦୧୩ରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଆଇନଗତ ସ୍ବୀକୃତି ମିଳିଯାଇଛି।
ନିର୍ଜୀବ ବସ୍ତୁକୁ ବା ନିଜକୁ ନିଜେ ବିବାହ କରିବାର ମାନସିକତା କେତେଦୂର ଗ୍ରହଣଯୋଗ୍ୟ ସମୟ କହିବ। ଅବଶ୍ୟ ଏଥିପାଇଁ କୌଣସି ନିୟମକାନୁନ ପ୍ରସ୍ତୁତ ହୋଇନାହିଁ। ବହୁଳ ପ୍ରସାର ହେଲେ ପାରିପାର୍ଶ୍ୱିକ ସ୍ଥିତି ବା ଆବଶ୍ୟକତାନୁଯାୟୀ ବୈଧ ହୋଇପାରେ କି ନା ଦେଖିବାର କଥା। ବିବାହର ପ୍ରକୃତ ଉଦ୍ଦେଶ୍ୟ କ’ଣ? ବିବାହ ଦୁଇଟି ମନ ଓ ଶରୀରର ସମ୍ପର୍କ, ଯାହାର ଶକ୍ତ ରଜ୍ଜୁଟି ଯେ ଆଜିକାଲି କ୍ଷୀଣ ହେବାରେ ଲାଗିଛି ସେକଥା ଅସ୍ବୀକାର କରିହେବ ନାହିଁ।
ବିବାହ ନ କରି, କୌଣସି ଶାରୀରିକ ତ୍ରୁଟିବିଚ୍ୟୁତି ନ ଥାଇ, ସରୋଗେସି ଦ୍ୱାରା ଏକାକୀ ମା’ବାପା ହେବା ସମାଜରେ ଖରାପ ପରମ୍ପରା ସୃୃଷ୍ଟି କରୁଛି। ଏହାଦ୍ୱାରା ପ୍ରକୃତିର ଭାରସାମ୍ୟ ବିଗିଡ଼ିଯିବ। ପିଲା ବଡ଼ ହେବା ପରେ ଯଦି ଜନ୍ମ କରିଥିବା ମାଆକୁ ଖୋଜିବ କିମ୍ବା ପ୍ରକୃତ ବାପାର ଠିକଣା ପଚାରିବ, ନିଜ ମା’ବାପା ପ୍ରତି ତାର ସମ୍ମାନ ଓ ପାରିବାରିକ ମୂଲ୍ୟବୋଧ କମିଯିବନି ତ? ପିଲାକୁ ମା’ବାପା ଉଭୟଙ୍କ ସ୍ନେହଶ୍ରଦ୍ଧା ଦରକାର। ସେମାନଙ୍କ ସ୍ଥାନ ଆଉ କେହି ନେଇପାରିବେ ନାହିଁ। କିନ୍ତୁ ଏସବୁକୁ ଅଣଦେଖା କରି ସିଙ୍ଗଲ୍‌ ଫାଦର୍‌ ମଦର୍‌ର ଟ୍ରେଣ୍ଡ ପାରିବାରିକ ଭିତ୍ତିଭୂମିକୁ ପ୍ରଦୂଷିତ କରୁଛି। ଏସବୁ ବାଦ୍‌ ନିଜେ ନିଜକୁ ବା ନିର୍ଜୀବ ପଦାର୍ଥକୁ ବିବାହ କରିବାର ବିକୃତ ମାନସିକତା ଆମକୁ ସମ୍ପର୍କର ଭିନ୍ନ ମୋଡ଼ରେ ଛିଡ଼ା କରେଇ ଦେଉଛି।

  • ଡ.ମୌସୁମୀ ପରିଡ଼ା
    ମୋ: ୯୪୩୭୩୧୭୦୨୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?