Posted inଫୁରସତ

କପଡା କଣ୍ଢେଇକୁ ବାହା ହେଲେ, ମା’ ବି ହେଲେ

କିଛି ଲୋକ ପ୍ରସିଦ୍ଧି ହାସଲ କରିବା ପାଇଁ କିଛି ବି କରିପାରନ୍ତି। ଏମିତିକି ଅନେକ ଅଜବ କାମ କରିବାକୁ ବି ପଛାଇ ନ ଥାନ୍ତି। ସେଇଭଳି ଜଣେ ମଣିଷ ହେଉଛନ୍ତି ବ୍ରାଜିଲର ୩୭ ବର୍ଷୀୟା ମହିଳା ମେରିବୋନ ରୋଚା ମୋରେସ୍‌। ସେ ଚର୍ଚ୍ଚାରେ ରହିବା ପାଇଁ ବିବାହ କରିଛନ୍ତି ଜୀବନ ନ ଥିବା କପଡାର ଏକ କଣ୍ଢେଇକୁ। କେବଳ ସେତିକି ନୁହେଁ ସେ ସମସ୍ତଙ୍କୁ ଏହା କହି ଚକିତ କରି ଦେଇଛନ୍ତି ଯେ, ଜୀବନବିହୀନ କଣ୍ଢେଇ ସ୍ବାମୀଙ୍କ ସନ୍ତାନର ଜନନୀ ବି ସେ ହୋଇସାରିଛନ୍ତି। ମେରିବୋନ କହନ୍ତି, ‘ମୋ ମା’ କପଡାର ଏକ କଣ୍ଢେଇ ତିଆରି କରିଥିଲେ। ତାହା ମତେ ଏତେ ଭଲ ଲାଗିଥିଲା ଯେ, ତାକୁ ଭଲ ପାଇବସିଲି। ଆଉ ଶେଷରେ ନିଷ୍ପତ୍ତି ନେଲି ସେଇ କଣ୍ଢେଇକୁ ବିବାହ କରିବି। ବେଶ୍‌ ଧୁମ୍‌ଧାମ୍‌ରେ ଆମର ବିବାହ ବି ହେଲା। ଏଇ ବିବାହରେ ୨୫୦ଜଣ ସାମିଲ ଥିଲେ। ବିବାହ ପରେ କଣ୍ଢେଇ ସ୍ବାମୀଙ୍କ ସହ ହନିମୁନ୍‌ରେ ବି ଯାଇଥିଲି।’ ତେବେ କଥା ଏତିକିରେ ସରି ନ ଥିଲା। ବିବାହର କିଛିଦିନ ପରେ ମେରିବୋନ କହିଥିଲେ ଯେ ସେ ଗର୍ଭବତୀ ଅଛନ୍ତି, ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ପରେ ସେ କପଡାର ଏକ କଣ୍ଢେଇ ଛୁଆ ସହ ମେଡିକାଲ ବେଡ୍‌ରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ସେହି କପଡାର ଛୋଟ କଣ୍ଢେଇଟି ତାଙ୍କ ସନ୍ତାନ ପାଲଟିଛି। ସେ ନିଜର କଣ୍ଢେଇ ସ୍ବାମୀ ଓ ପିଲାଙ୍କୁ ନେଇ ସୁଖର ସଂସାର କରୁଛନ୍ତି। ନିଜ ସୁଖର ସଂସାରର ଅନେକ ଫଟୋକୁ ସେ ସୋସିଆଲ ମିଡିଆରେ ଅପଲୋଡ ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?