Posted inଫୁରସତ

ଆଲ୍‌ଫାବେଟ୍‌ ସୁପ୍‌ରେ ରେକର୍ଡ

ସୁପ୍‌ ବିଭିନ୍ନ ପ୍ରକାରର ପିଇଥିବେ। ତେବେ ଆଲ୍‌ଫାବେଟ୍‌ ସୁପ୍‌ ବିଷୟରେ ହୁଏତ ଅନେକେ ଜାଣି ନ ଥିବେ। ଏହି ସୁପ୍‌ରେ ଇଂରାଜୀର ଲେଟର୍‌ ‘ଏ’ଠାରୁ ‘ଜେଡ୍‌’ ପର୍ଯ୍ୟନ୍ତ ଦେଖିବାକୁ ମିଳେ। କାନାଡା, ସ୍ପେନ, ଆମେରିକାରେ ଏହାର ଚାହିଦା ବହୁତ। ଛୋଟରୁ ବଡ ସମସ୍ତଙ୍କୁ ଏହା ବହୁତ ଭଲ ଲାଗେ। ଆଉ ଏହି ସୁପ୍‌କୁ ନେଇ ଜଣେ ରେକର୍ଡ ବି କରିଛନ୍ତି। ଆମେରିକା, ଓରେଗାନରେ ରହୁଥିବା ଜ୍ୟାକବ ଚାଣ୍ଡଲର ନାମକ ଏହି ବ୍ୟକ୍ତି ଜଣକ ମାତ୍ର ୨ ମିନିଟ ୮.୬ ସେକେଣ୍ଡରେ ଆଲଫାବେଟ୍‌ ସୁପ୍‌ର ଆଲଫାବେଟ୍‌ ଖୋଜି ଏହି ରେକର୍ଡ କରିଛନ୍ତି। ଜ୍ୟାକବ କହନ୍ତି, ମୁଁ ସବୁବେଳେ ଆଲଫାବେଟ୍‌ ସୁପ୍‌ ପିଏ। ଦିନେ ମୁଣ୍ଡକୁ ଏକ ଭାବନା ଆସିଲା ଯେ, ଏହି ସୁପ୍‌କୁ ନେଇ ରେକର୍ଡ କଲେ କେମିତି ହେବ। ଆଉ କମ୍‌ ସମୟ ଭିତରେ ସୁପ୍‌ରୁ ଆଲ୍‌ଫାବେଟ୍‌ ବାହାର କରିବାକୁ ନିଷ୍ପତ୍ତି ନେଲେ। ହେଲେ ସେ ଆଶଙ୍କାରେ ଥିଲେ ଯେ, ସୁପ୍‌ରୁ ସବୁ ଆଲ୍‌ଫାବେଟ୍‌ ବାହାରିବ କି ନାହିଁ। ସେ ପୁଣି କ୍ୟାମେରା ସାମ୍‌ନାରେ ଏହି କାମ କରିବାକୁ ହେବ। ପୂର୍ବରୁ କେହି ବି ଏଭଳି କାରନାମା କରି ନ ଥିଲେ। ଆଉ ସେ ଏହାକୁ ସଫଳତାର ସହ କରି ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?