ଅଜବ ହ୍ୟାଟ୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କର ଉତ୍ତାପରୁ ରକ୍ଷା ପାଇବା ପାଇଁ ଅନେକେ ମୁଣ୍ଡରେ ହ୍ୟାଟ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଏଠାରେ ଯେଉଁ ହ୍ୟାଟ୍‌ଗୁଡିକ ସମ୍ପର୍କରେ କୁହାଯାଉଛି, ତାହାକୁ ଖରାଦିନେ ବ୍ୟବହାର କରିହେବ ସତ ହେଲେ ଏହାର ଅଜବ ଡିଜାଇନ୍‌ ଭିନ୍ନ ଲୁକ୍‌ ଦେବା ସହିତ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ବି କରିପାରିବ…

ସୋଲାର ପ୍ୟାନେଲ ଫ୍ୟାନ୍‌ ହ୍ୟାଟ୍‌: ଆଜିକାଲି ସୋଲାର୍‌ ପ୍ୟାନେଲ୍‌କୁ ଉପଯୋଗ କରି ଅନେକ କାମ ସହଜ ହୋଇପାରୁଥିବା ଦେଖିବାକୁ ମିଳୁଛି। ଏଇ ଯେମିତି ସୋଲାର୍‌ ପ୍ୟାନେଲ୍‌ ଯୁକ୍ତ ଫ୍ୟାନ୍‌ ହ୍ୟାଟ୍‌। ଏହି ହ୍ୟାଟ୍‌କୁ ମୁଣ୍ଡରେ ପିନ୍ଧି ଖରାକୁ ଗଲେ ଏଥିରେ ଲାଗିଥିବା ସୋଲାର୍‌ ପ୍ୟାନେଲ୍‌ ଚାର୍ଜ ହୋଇ ହ୍ୟାଟ୍‌ରେ ଲାଗିଥିବା ଫ୍ୟାନକୁ ଘୂରାଇଥାଏ; ଯଦ୍ଦ୍ବାରା ମୁଣ୍ଡକୁ ଥଣ୍ଡା ପବନ ବାଜି ଗରମରୁ ଟିକେ ଆଶ୍ୱସ୍ତି ମିଳେ।

ଦି ଫ୍ଲାମିଙ୍ଗୋ ହ୍ୟାଟ୍‌: ଫ୍ଲାମିଙ୍ଗୋ ଏକ ସୁନ୍ଦର ପକ୍ଷୀ। ଅବିକଳ ଏହି ପକ୍ଷୀ ଡିଜାଇନ୍‌ର ହ୍ୟାଟ୍‌ ବି ଅଛି। ଯାହାକୁ ପିନ୍ଧି ଯୁବପିଢି ଖାସ୍‌କରି ଯୁବତୀମାନେ ପାଇପାରିବେ ଡିଫରେଣ୍ଟ ଲୁକ୍‌।

ଫେସ୍‌ ମାସ୍କ ହ୍ୟାଟ୍‌: କରୋନା ମହାମାରୀ ତଥା ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଏବେ ପ୍ରାୟ ସମସ୍ତେ ମୁହଁରେ ମାସ୍କ ପିନ୍ଧୁଛନ୍ତି। ଆଉ ତାକୁ ହିଁ ନଜରରେ ରଖି ଏବେ ମାର୍କେଟକୁ ମାସ୍କ ଲାଗିଥିବା ହ୍ୟାଟ୍‌ ଆସିଗଲାଣି; ଯଦ୍ଦ୍ବାରା ଦୁଇ ପ୍ରକାରର ସୁବିଧା ହୋଇପାରିବ। ପ୍ରଥମରେ ଖରାରୁ ରକ୍ଷା ପାଇଁ ହ୍ୟାଟ୍‌ କାମରେ ଆସିବ, ଦ୍ବିତୀୟରେ ଏଥିରେ ଲାଗିଥିବା ମାସ୍କ ଯୋଗୁ ନାକ ଓ ପାଟି ଘୋଡାଇ ହୋଇ ସଂକ୍ରମଣରୁ ମୁକ୍ତି ପାଇହେବ।

ଦି କ୍ୟାଣ୍ଡି ଡିସ୍‌ ହ୍ୟାଟ୍‌: ଏହି ହ୍ୟାଟକୁ ଯିଏ ଦେଖିବ, ତାଙ୍କ ପାଟିରୁ ଲାଳ ବୋହିବା ସ୍ବାଭାବିକ। କାରଣ ଏଥିରେ ଲାଗିଛି ଅନେକ ସୁଆଦିଆ ଚକୋଲେଟ୍‌। ଖରାରୁ ମୁକ୍ତି ଦେବା ସଙ୍ଗେ ସଙ୍ଗେ କିଛି ସମୟ ପାଇଁ କ୍ଷୁଧା ମେଣ୍ଟାଇବାକୁ ଏହି ହ୍ୟାଟ୍‌ ବେଶ୍‌ ଉପଯୋଗୀ ହୋଇପାରିବ।

ଲିଓପାର୍ଡ ପୋନିଟେଲ୍‌ ହ୍ୟାଟ୍‌: ଲିଓପାର୍ଡ ବା ଚିତାବାଘ ଦେହର ପ୍ରିଣ୍ଟ ଥିବା ଏହି ହ୍ୟାଟ୍‌ର ଏକ ବିଶେଷତ୍ୱ ହେଉଛି, ଏଥିରେ ଲାଗିଥିବା ଆର୍ଟିଫିସିଆଲ୍‌ ପୋନିଟେଲ୍‌। ଯେଉଁ ଯୁବତୀଙ୍କର ଚୁଟି ଅତି ଛୋଟ, ସେମାନେ ଏହି ହ୍ୟାଟ୍‌କୁ ପିନ୍ଧି ଖରାରୁ ମୁକ୍ତି ପାଇବା ସହ ଲମ୍ବା ଚୁଟିର ଅନୁଭବ ମଧ୍ୟ ନେଇପାରିବେ। ଆଉ ଯେଉଁ ଯୁବତୀଙ୍କର ନିଜର ଲମ୍ବା ଚୁଟି ଅଛି, ସେମାନେ ଚାହିଁଲେ ଏଥିରୁ ଆର୍ଟିଫିସିଆଲ୍‌ ପୋନିଟେଲ୍‌କୁ କାଢି ତା’ ଜାଗାରେ ନିଜ ଚୁଟିକୁ ପୋନିଟେଲ୍‌ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।

ଅମ୍ବ୍ରେଲା ହ୍ୟାଟ୍‌: ଛତା ଡିଜାଇନ୍‌ର ଏହି ହ୍ୟାଟ୍‌ ଦେଖିବାକୁ ସିନା କୌତୁକିଆ ଲାଗେ କିନ୍ତୁ ଏହାର ଅନେକ ଫାଇଦା ରହିଛି। ନା ଏହାକୁ ହାତରେ ଧରିବାର ଟେନ୍‌ସନ୍‌ ଅଛି ନା କେଉଁଠି ଭୁଲ୍‌ରେ ଛାଡିଦେବାର ଭୟ ଅଛି। କାରଣ ଏଥିରେ ଲାଗିଥିବା ଏକ ସ୍ବତନ୍ତ୍ର ବେଲ୍ଟ ବା ଫିତାକୁ ମୁଣ୍ଡରେ ଗଳାଇଦେଲେ ଏହା ଆରାମରେ ମୁଣ୍ଡ ଉପରେ ଫିକ୍ସ ହୋଇ ରହିଯାଏ। ଉଭୟ ଖରା ଓ ବର୍ଷାଦିନ ପାଇଁ ଏହି ହ୍ୟାଟ୍‌ ବେଶ୍‌ ଉପକାରୀ ହୋଇଥାଏ।

ଗ୍ଲୋ ଇନ୍‌ ଦ ଡାର୍କ ହ୍ୟାଟ୍‌: ଦିନବେଳା ଡହଡହ ଖରାରୁ ମୁକ୍ତି ଦେବା ସହ ଏହି ହ୍ୟାଟ୍‌ ରାତିରେ ଆମକୁ ଅନ୍ଧାରରେ ବାଟ ଦେଖାଇବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ। କାରଣ ଏହି ହ୍ୟାଟ୍‌ରେ ଲାଗିଥାଏ ସ୍ବତନ୍ତ୍ର ଧରଣର ଅଲ୍‌ଟ୍ରା ବ୍ରାଇଟ୍‌ ଏଲ୍‌ଇଡି ଲାଇଟ୍‌, ଯାହା ଅନ୍ଧାର ସଂସ୍ପର୍ଶରେ ଆସିବା ମାତ୍ରେ ଲାଇଟିଂ କରିବାକୁ ଆରମ୍ଭ କରିଥାଏ। ଏହି ହ୍ୟାଟ୍‌କୁ ଉଭୟ ପୁରୁଷ ଓ ମହିଳା ଚାହିଁଲେ ବ୍ୟବହାର କରିପାରିବେ।

ମ୍ୟାନ୍‌ ଆର୍ଟିଫିସିଆଲ୍‌ ହେୟାର୍‌ ହ୍ୟାଟ୍‌: ଯେଉଁ ପୁରୁଷଙ୍କ ମୁଣ୍ଡରେ ଚୁଟି ନାହିଁ କିମ୍ବା ଚନ୍ଦାପଣର ସମସ୍ୟା ରହିଛି, ସେମାନଙ୍କ ପାଇଁ ଏବେ ଏକ ସ୍ବତନ୍ତ୍ର ଧରଣର ହ୍ୟାଟ୍‌ ଆସିଗଲାଣି। ଆର୍ଟିଫିସିଆଲ୍‌ ଚୁଟି ଡିଜାଇନ୍‌ର ଏହି ହ୍ୟାଟ୍‌କୁ ମୁଣ୍ଡରେ ଲଗାଇବା ଦ୍ୱାରା ଖରା ଦାଉରୁ ରକ୍ଷା ମିଳିବା ସହ ଚୁଟି ନ ଥିବା ଦୁଃଖକୁ ମଧ୍ୟ କିଛି ସମୟ ପାଇଁ ଭୁଲି ହୋଇଯିବ। ଏହାକୁ କେବଳ ଖରାଦିନେ ନୁହେଁ ବାକି ଦିନମାନଙ୍କରେ ବି ପିନ୍ଧିହେବ।

 


Enter your email to get our daily news in your inbox.

All Right Reserved By Dharitri.Com

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

ପ୍ରଶାନ୍ତ କିଶୋରଙ୍କ ବଡ଼ ପ୍ରସ୍ତୁତି: ନୀତୀଶ କୁମାରଙ୍କ ପୂର୍ବରୁ ନିଜେ କରିବେ ଏମିତି କାମ, ଦେଶରେ ଚହଳ

ପାଟନା,୨୧।୮: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ଏବେ ବିହାରରେ ନିଜ ରାଜନୈତିକ ପ୍ରଭାବ ଆହୁରି ମଜବୁତ କରିବାକୁ ବଡ଼ ପ୍ରସ୍ତୁତି କରୁଛନ୍ତି।…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

ହଠାତ୍‌ ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧। ୮: ଦିଲ୍ଲୀରେ ଛାତ୍ରମାନଙ୍କ ପ୍ରଦର୍ଶନ ସମୟରେ ପେଲେଟ ଗନ ବ୍ୟବହାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ପହଞ୍ଚିଛନ୍ତି।…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri