Posted inଫୁରସତ

କାର୍‌ କିଣିନାହାନ୍ତି, କିନ୍ତୁ ଭିଆଇପି ନମ୍ବର ପ୍ଲେଟ୍‌ ପାଇଁ ଏହି ବ୍ୟକ୍ତି ଖର୍ଚ୍ଚ କଲେଣି ଲକ୍ଷାଧିକ ଟଙ୍କା

ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଗାଡ଼ି କିଣିବାରେ ଭାରି ସଉକ। ଖାଲି ଗାଡ଼ି କିଣିବା ନୁହେଁ, ମନପସନ୍ଦର ନମ୍ବର ପ୍ଲେଟ୍‌ ଲଗାଇବା ମଧ୍ୟ ଏମାନଙ୍କର ସଉକ। ଏଥିପାଇଁ ଜଣେ ଲୋକ ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାବେଳକେ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନିଜ ଗାଡ଼ିରେ ଭିଆଇପି ନମ୍ବର ଅର୍ଥାତ୍‌ ସ୍ପେଶାଲ ନମ୍ବର ଲଗାଇବାରେ ମଧ୍ୟ ସଉକ ରହିଥାଏ। ଏଠାକାର ଜଣେ ବ୍ୟକ୍ତି ନିଜ ଗାଡ଼ି ପାଇଁ ଭିଆଇପି ନମ୍ବର ଆଣିବାକୁ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଏହି ପଇସାରେ ଜଣେ ଲୋକ ଆଉ ଏକ କାର୍‌ ବି କିଣିପାରିଥାନ୍ତେ।

ରାଜଧାନୀ ଲକ୍ଷ୍ନୌରେ ଭିଆଇପି ନମ୍ବର MA0001ପାଇଁ ନିଲାମକାରୀ ୧ ଲକ୍ଷ ଟଙ୍କାରୁ ନିଲାମ ଡାକ ଆରମ୍ଭ କରିଥିଲେ। ଯାହା ଶେଷରେ ୬ ଲକ୍ଷ ଟଙ୍କାରେ ଶେଷ ହୋଇଥିଲା। ପ୍ରବୀଣ ନାମକ ଜଣେ ବ୍ୟକ୍ତି ୧ ହଜାର ଟଙ୍କା ଅଧିକ ଡାକି ନମ୍ବରକୁ ନିଜ ନାମରେ କରି ନେଇଥିଲେ।

ଟ୍ରାନ୍ସପୋର୍ଟ ନଗର ଆରଟିଓଙ୍କ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଭିଆଇପି ନମ୍ବର ୪ ଲକ୍ଷ ୧୦ ହଜାରରୁ ଅଧିକ ନିଲାମ ଡକାଯାଇନାହିଁ। ମାତ୍ର ଏହି ଥର ରେକର୍ଡ ଭାଙ୍ଗିଛି। ୨୭ ମାର୍ଚ୍ଚ ୨୦୨୧ରେ ଭିଆଇପି ନମ୍ବର ନିଲାମୀ ଡାକିବା ଆରମ୍ଭ ହୋଇଥିଲା। ନିଲାମୀର ଶେଷ ପର୍ଯ୍ୟାୟରେ ପ୍ରବୀଣ ନାମକ ଜଣେ ବ୍ୟକ୍ତି ୬ ଲକ୍ଷ ଟଙ୍କା ଡାକି ଏହାକୁ କିଣିଛନ୍ତି।

ପ୍ରବୀଣ ଏପର୍ଯ୍ୟନ୍ତ ଗାଡ଼ି କିଣିନାହାନ୍ତି ମାତ୍ର ନମ୍ବର ପ୍ଲେଟ୍‌ ପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଯାହା ସମସ୍ତଙ୍କୁ ଚକିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri