Posted inଫୁରସତ

ଭ୍ରମଣର ମଜା ସି-ବିଚ୍‌ରେ

ସି-ବିଚ୍‌ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍‌ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ ପାଇଁ ହେଉନା କାହିଁକି ଲାଗେ ସତେ ଯେମିତି ମନରେ କିଛି ବି ଚିନ୍ତା କି ଅବସୋସ ନାହିଁ।
ଖାସ୍‌ ସେଥିପାଇଁ ଏଥରର ଏହି ଆଲେଖ୍ୟରେ କେତୋଟି ଆକର୍ଷଣୀୟ ସି-ବିଚ୍‌ ସମ୍ପର୍କରେ ଉଲ୍ଲେଖ କରାଯାଇଛି …

ସି-ବିଚ୍‌ ବା ସମୁଦ୍ରତଟର ଆକର୍ଷଣ ସବୁବେଳେ ନିଆରା। ଏହାର ସୁନେଲି ବାଲିର ତଟରେ ବସି ସମୁଦ୍ରର ଲହଡ଼ି ସାଙ୍ଗକୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା କାହାକୁ ବା ଭଲ ନ ଲାଗେ। ତା’ସାଙ୍ଗକୁ ଆହୁରି ଆନନ୍ଦ ଦିଏ ସମୁଦ୍ରର ନୀଳ ଜଳରାଶିରେ ଟିକେ ଗାଧୋଇ ପଡ଼ିଲେ। ବିଶେଷକରି ଖରାଦିନେ ହିଁ ବିଚ୍‌ଗୁଡ଼ିକରେ ଦେଖିବାକୁ ମିଳେ ପର୍ଯ୍ୟଟକଙ୍କର ଲମ୍ବା ଭିଡ଼। ତେଣୁ ଏଠାରେ ସେମିତି କେତୋଟି ବିଚ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା; ଯାହା ନିଜର ଆକର୍ଷଣୀୟ ତଥା ସ୍ବଚ୍ଛ ପରିବେଶ ପାଇଁ ଆଗନ୍ତୁକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ଅଗୋଣ୍ଡା ବିଚ୍‌: ଦକ୍ଷିଣ ଗୋଆରେ ଅବସ୍ଥିତ ଏକ ଛୋଟ ଗାଁ ହେଉଛି ଅଗୋଣ୍ଡା। ଏହି ଗାଁ ନିକଟରେ ରହିଛି ଅଗୋଣ୍ଡା ବିଚ୍‌, ଯାହା ନିଜର ସଫାସୁତୁରା ବେଳାଭୂମି ତଥା ଶାନ୍ତ, ସୁରକ୍ଷିତ ପରିବେଶ ପାଇଁ ବେଶ୍‌ ଲୋକପ୍ରିୟ। ଏଠାକାର ସମୁଦ୍ର ଜଳ ମଧ୍ୟ ବହୁତ ପରିଷ୍କାର। ଜନଗହଳିଠାରୁ ଦୂରରେ ଥିବା ଏହି ବେଳାଭୂମିରେ ପର୍ଯ୍ୟଟକ ନିରୋଳାରେ କିଛି ସମୟ ବିତାଇବା ସହ ସୁଇମିଂର ମଧ୍ୟ ମଜା ନେଇପାରିବେ। ତା’ସହିତ ଏଠାରେ ସି-ଫୁଡ୍‌ ବି ଖାଇପାରିବେ।

ଅଲାପ୍ପୁଝା ବିଚ୍‌: ଅଲାପ୍ପୁଝା ହେଉଛି କେରଳର ଏକ ସୁନ୍ଦର ସହର। ଏହା ଅଲ୍ଲେପ୍ପୀ ନାମରେ ବି ପରିଚିତ। ଏଠାରେ ରହିଛି ଅଲାପ୍ପୁଝା ନାମକ ଏକ ଲୋକପ୍ରିୟ ସମୁଦ୍ରତଟ। ଶାନ୍ତ, ସ୍ବଚ୍ଛ ତଥା ଅପୂର୍ବ ଆକର୍ଷଣରେ ଭରା ଏହି ସମୁଦ୍ରତଟରେ ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ବେଶ୍‌ ମନୋମୁଗ୍ଧକର ହୋଇଥାଏ। ତା’ଛଡ଼ା ଏହି ସମୁଦ୍ରକୂଳର ଧାରେ ଧାରେ ଲଗାଯାଇଥିବା ଖଜୁରି ଗଛ ଏଠାକାର ପରିବେଶକୁ ଆହୁରି ଆକର୍ଷଣୀୟ କରି ଦେଇଥାଏ। ତେବେ ଅଲାପ୍ପୁଝାର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାକାର ବ୍ୟାକ୍‌ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ଅପୂର୍ବ ଆନନ୍ଦ ଉପଭୋଗ କରିବା।

ପଦୁବିଦ୍ରି ବିଚ୍‌: କର୍ନାଟକର ଉଡୁପିସ୍ଥିତ ଏକ ଛୋଟ ସହର ହେଉଛି ପଦୁବିଦ୍ରି। ଏଠାରେ ରହିଛି ଏକାଧିକ ବିଚ୍‌ କିନ୍ତୁ ତନ୍ମଧ୍ୟରୁ ପଦୁବିଦ୍ରି ବିଚ୍‌ର ଆକର୍ଷଣ ସବୁଠୁ ନିଆରା। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହି ବିଚ୍‌ରେ ସମସ୍ତ ସୁବିଧା ଉପଲବ୍ଧ। ଏଠାକାର ଶାନ୍ତ ବାତାବରଣ ତଥା ସ୍ବଚ୍ଛ ପରିବେଶରେ କିଛି ସମୟ ବିତାଇବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକଙ୍କର ଭିଡ଼ ଲାଗିଥାଏ।

ପାଲୋଲେମ୍‌ ବିଚ୍‌: ଗୋଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ଏହା ପରିଚିତ। ମୁଖ୍ୟତଃ ଏଠାକାର ପ୍ରଶସ୍ତ ଧଳାବାଲିର ବେଳାଭୂମି ତଥା ଶାନ୍ତ ଜଳରାଶି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଖାସ୍‌କରି ଏହି ବେଳାଭୂମିରେ ରାତ୍ରି ସମୟରେ ଅନେକ ପାର୍ଟି ଫଙ୍କ୍‌ସନ୍‌ର ଆୟୋଜନ କରାଯାଇଥାଏ; କିନ୍ତୁ ସେଥିରେ ଆଦୌ କୋଳାହଳ ନ ଥାଏ। କାରଣ ଏଠାକାର ଶାନ୍ତ ବାତାବରଣକୁ ବ୍ୟାଘାତ କରିବାକୁ କେହି ଚାହାନ୍ତି ନାହିଁ। ସେଥିପାଇଁ ସେମାନେ କାନରେ ହେଡ୍‌ଫୋନ୍‌ ଲଗାଇ ପାର୍ଟିକୁ ଉପଭୋଗ କରିଥାନ୍ତି। ତେଣୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବି ଏହି ନିୟମ ମାନିବାକୁ ହୋଇଥାଏ। ସେହିପରି ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ବେଳାଭୂମି ନିକଟରେ ଛୋଟବଡ଼ ଅନେକ ରିସୋର୍ଟର ସୁବିଧା ମଧ୍ୟ ରହିଛି।

ରାଧାନଗର ବିଚ୍‌: ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ହାଭ୍‌ଲକ୍‌ ଦ୍ୱୀପ ନିକଟରେ ଥିବା ରାଧାନଗର ବିଚ୍‌କୁ ଦୁନିଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ବିବେଚନା କରାଯାଇଥାଏ। ଏହି ଆଶ୍ଚର୍ଯ୍ୟକର ସମୁଦ୍ରତଟ ନିଜର ଶାନ୍ତ ବାତାବରଣ ତଥା ରୋମାଞ୍ଚକ ଗତିବିଧି ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଏଠାକାର ଧଳାରଙ୍ଗର ବେଳାଭୂମିର ଗୋଟିଏ ପାର୍ଶ୍ୱରେ ନୀଳ ଜଳରାଶି ଓ ଅନ୍ୟପାର୍ଶ୍ୱରେ ଜଙ୍ଗଲର ଅପୂର୍ବ ଦୃଶ୍ୟ କାହାକୁ ବି ଆକର୍ଷିତ କରିବା ପାଇଁ ଯଥେଷ୍ଟ। ତା’ଛଡ଼ା ଏହି ବିଚ୍‌ର ଲହଡ଼ି ବହୁତ ଉଚ୍ଚକୁ ଉଠେନାହିଁ; ଫଳରେ ଆଗନ୍ତୁକ ଏଠାରେ ବେଶ୍‌ ମଉଜରେ ଗାଧୋଇବାର ମଜା ନେଇଥାନ୍ତି।
କେବଳ ଏତିକି ନୁହେଁ, ଭାରତରେ ଆହୁରି ଅନେକ ଏମିତି ବିଚ୍‌ ରହିଛି, ଯାହାର ସ୍ବଚ୍ଛ, ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ କିଛିଟା ନିଆରା ଅନୁଭୂତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri