ଓଜନ କମ କରୁଥିବା ଔଷଧ ହୃଦରୋଗୀଙ୍କ ପାଇଁ ଭଲ

ଆମଷ୍ଟରଡର୍ମ,୨୯।୮: ୟୁରୋପୀୟ ସୋସାଇଟି ଅଫ କାର୍ଡିଓଲୋଜି (ଇଏସସି) କଂଗ୍ରେସ ୨୦୨୩ରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଓଜନ ହ୍ରାସ କରୁଥିବା ଔଷଧ ସେମାଗ୍ଲୁଟାଇଡ ହୃଦରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଏହା ହୃଦଘାତ ହେତୁ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିଥାଏ। ଅନୁସନ୍ଧାନ ଅନୁଯାୟୀ, ୨.୪ ମିଲିଗ୍ରାମ ଡୋଜ ହୃଦରୋଗ ସମ୍ବନ୍ଧିତ ଆଶଙ୍କାକୁ ୨୦ ପ୍ରତିଶତ ହ୍ରାସ କରିପାରେ।

ଇଏସସି କଂଗ୍ରେସରେ କୁହାଯାଇଥିଲା ଯେ ଏହି ଔଷଧ ମେଦବହୁଳ ରୋଗୀଙ୍କ ଓଜନ ହ୍ରାସ ଏବଂ ହାର୍ଟ ଫେଲିଓର ଓ୍ବିଥ ପ୍ରିଜର୍ଭ ଇଞ୍ଜେକସନ ଫ୍ରାକ୍ସନ(ଏଚଏଫପିଇଏଫ) ଏମିତି ରୋଗୀ ଯେଉଁମାନଙ୍କର ହାର୍ଟ ପମ୍ପ କାମ କରିବାର ଗତି ସାଧାରଣ ଠାରୁ ସାମାନ୍ୟ କମ, କିନ୍ତୁ ଓଜନ କମ କରିବାରେ ବ୍ୟବହାର କରାଯାଉଥିବା ଏହି ଔଷଧର ପରୀକ୍ଷଣ କରାଯାଇଛି। ଏହା ଦେଖାଗଲା ଯେ ପ୍ଲେସିବୋ ତୁଳନାରେ ଏହି ଔଷଧ ମେଦବହୁଳ ଏବଂ ଏଚଏଫପିଇଏଫ ରୋଗୀଙ୍କ ଉପରେ ଶୀଘ୍ର ପ୍ରଭାବ ପ୍ରଦର୍ଶନ କରିଥିଲା। ସେମାଗ୍ଲୁଟାଇଡ ହେଉଛି ଏକ ଶକ୍ତିଶାଳୀ ଗ୍ଲୁକାଗନ ପରି ପେପ୍ଟାଇଡ -୧ ରିସେପ୍ଟର, ଯାହା ମେଦବହୁଳ ବ୍ୟକ୍ତିଙ୍କ ଓଜନ ହ୍ରାସ କରିବାରେ ଅପେକ୍ଷାକୃତ ଫଳାଫଳ ପ୍ରଦର୍ଶନ କରିଛି। ଷ୍ଟେପ-ଏଚଏଫପିଇଏଫ ପରୀକ୍ଷା, ସେମାଗ୍ଲୁଟାଇଡର ବ୍ୟବହାର ହୃଦଘାତରେ ଲକ୍ଷଣ ଏବଂ କାର୍ଯ୍ୟ / ବ୍ୟାୟାମ କ୍ଷମତାକୁ ଉନ୍ନତ କରେ କି ନାହିଁ ତାହାର ଅନୁମାନ ସହିତ କରାଯାଇଥିଲା। ଏସିଆ, ୟୁରୋପ, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାର ୧୩ଟି ଦେଶର ୯୬ଟି ସାଇଟରେ ଏହା ଏକ ଡବଲ-ବ୍ଲାଇଣ୍ଡ, ପ୍ଲେସେବୋ-ନିୟନ୍ତ୍ରିତ ଏବଂ ରାଣ୍ଡମ ଟ୍ରାଏଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି।…

ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri