Posted inଫୁରସତ

ହାଇୱେରେ ବିବାହ ବିଜ୍ଞାପନ ହୋର୍ଡିଂ

ୱାଶିଂଟନ: ଜଣେ ଭଲ ଜୀବନସାଥୀ ଖୋଜିବା ପାଇଁ ଲୋକେ ପ୍ରାୟତଃ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ବୈବାହିକ ୱେବ୍‌ସାଇଟ୍‌ କିମ୍ବା ଡେଟିଂ ଆପ୍ସଗୁଡ଼ିକୁ ବ୍ୟବହାର କରିଥାନ୍ତି। ନଚେତ୍‌ ସେମାନେ ସମ୍ପର୍କୀୟଙ୍କ ପରାମର୍ଶରେ ନିଜ ଜୀବନସାଥୀଙ୍କୁ ବାଛିଥାନ୍ତି। ତେବେ ଜଣେ ୪୨ ବର୍ଷୀୟା ଆମେରିକୀୟ ଅବିବାହିତ ମହିଳା ନିଜ ବିବାହ ପାଇଁ ଏକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ସେ ଆମେରିକାର ଏକ ରାଜପଥରେ ନିଜ ବିବାହ ପାଇଁ ଏକାଧିକ ବିଜ୍ଞାପନ ବିଲ୍‌ବୋର୍ଡ ଲଗାଇଛନ୍ତି। ଏହି ବିଲବୋର୍ଡରେ ତାଙ୍କ ୱେବ୍‌ସାଇଟର ନାମ ଉଲ୍ଲେଖ ରହିଛି।
ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାର କାଲିଫର୍ନିଆ ବାସିନ୍ଦା ଲିସା କାଟାଲାନୋ ପୋଷାକ ବ୍ୟବସାୟୀ ଭାବେ ନିଜ ଜୀବିକା ନିର୍ବାହ କରୁଛନ୍ତି। ତେବେ ବିଭିନ୍ନ ଡେଟିଂ ଆପ୍ସ ଏବଂ ମାଟ୍ରିମୋନିଆଲ ପ୍ଲାଟ୍‌ଫର୍ମଗୁଡିକରେ ବିଫଳ ହେବା ପରେ ସେ ସାଣ୍ଟା କ୍ଲାରାରୁ ସାନ୍‌ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ପରିବ୍ୟାପ୍ତ ୪୫ ମାଇଲ ବିଶିଷ୍ଟ ହାଇୱେ ୧୦୧ଏର ଉଭୟ ପାର୍ଶ୍ୱରେ ଏକ ଡଜନ ବିଲବୋର୍ଡକୁ ଭଡ଼ାରେ ନେଇଛନ୍ତି। ଏହି ବିଲବୋର୍ଡଗୁଡ଼ିକରେ ଲିସାଙ୍କ ବିବାହ ପାଇଁ ବିଜ୍ଞାପନ ଦିଆଯାଇଛି। ଲିସାଙ୍କୁ ବିବାହ ପାଇଁ ଆଗ୍ରହୀ ବ୍ୟକ୍ତିମାନେ ତାଙ୍କ ୱେବ୍‌ସାଇଟ ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ। ଲିସା କହିଛନ୍ତି, ସେ ପ୍ରଥମ ଦେଖାରେ ହେଉଥିବା ପ୍ରେମକୁ ବିଶ୍ୱାସ କରନ୍ତି। ସମ୍ପ୍ରତି ସେ ଯେକୌଣସି ମୂଲ୍ୟରେ ନିଜ ପାଇଁ ଜୀବନସାଥୀ ଖୋଜିବାକୁ ସ୍ଥିର କରିଛନ୍ତି। ତେବେ ଏହା ତାଙ୍କର କୌଣସି ପବ୍ଲିସିଟି ଷ୍ଟଣ୍ଟ୍‌ ନୁହେଁ ବୋଲି ଲିସା ଜୋର୍‌ଦେଇ କହିଛନ୍ତି। ବିବାହ କରିବା ପାଇଁ ଏହା ତାଙ୍କର ଏକ ଗମ୍ଭୀର ଏବଂ ଆତ୍ମନିର୍ଭରଶୀଳ ପ୍ରୟାସ। ତାଙ୍କର ବିଜ୍ଞାପନ ହୋର୍ଡିଂକୁ ଦେଖି ଯୋଗ୍ୟ ବ୍ୟକ୍ତିମାନେ ତାଙ୍କ ବ୍ୟକ୍ତିଗତ ଡେଟିଂ ୱେବ୍‌ସାଇଟ୍‌ marrylisa.comକୁ ଯାଇ ସେଠାରେ ଲିସାଙ୍କ ମନ ମୁତାବକ ଜୀବନସାଥୀଙ୍କଠାରେ ଆବଶ୍ୟକ ଥିବା ଗୁଣଗୁଡ଼ିକ ସମ୍ପର୍କରେ ଜାଣିପାରିବେ ଓ ତାଙ୍କ ସହ ବିବାହ ପାଇଁ ସିଧାସଳଖ ଭାବେ ଆବେଦନ କରିପାରିବେ। ବିଲ୍‌ବୋର୍ଡ ବ୍ୟତୀତ ଲିସା ଟ୍ୟାକ୍ସିଗୁଡ଼ିକରେ ମଧ୍ୟ ନିଜ ବିବାହ ପାଇଁ ବିଜ୍ଞାପନ ଲଗାଇଛନ୍ତି। ତେବେ ଏହି ପ୍ରୟାସ ପାଇଁ ଅନେକେ ଲିସାଙ୍କୁ ଟ୍ରୋଲ୍‌ କରୁଛନ୍ତି। ଏହାର ଜବାବ ରଖି ଲିସା କହିଛନ୍ତି, ସେ କେବଳ ପ୍ରକୃତ ପ୍ରେମ ଚାହାନ୍ତି। ଡେଟିଂ ଆପ୍ସରେ ବାରମ୍ବାର ବିଫଳତା ପାଇବା ପରେ ସେ ଏହି ଭିନ୍ନ ପଥ ବାଛିଛନ୍ତି। ସେ ବିବାହ କରିବା ସହ ନିଜ ପରିବାର ଆରମ୍ଭ କରିବାକୁ ଚାହାନ୍ତି।
ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରୁଥିବା ୩୫ରୁ ୪୫ ବର୍ଷ ବୟସର ଜଣେ ଜୀବନସାଥୀ ସେ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri