Posted inଫୁରସତ

ହାଇୱେରେ ବିବାହ ବିଜ୍ଞାପନ ହୋର୍ଡିଂ

ୱାଶିଂଟନ: ଜଣେ ଭଲ ଜୀବନସାଥୀ ଖୋଜିବା ପାଇଁ ଲୋକେ ପ୍ରାୟତଃ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ବୈବାହିକ ୱେବ୍‌ସାଇଟ୍‌ କିମ୍ବା ଡେଟିଂ ଆପ୍ସଗୁଡ଼ିକୁ ବ୍ୟବହାର କରିଥାନ୍ତି। ନଚେତ୍‌ ସେମାନେ ସମ୍ପର୍କୀୟଙ୍କ ପରାମର୍ଶରେ ନିଜ ଜୀବନସାଥୀଙ୍କୁ ବାଛିଥାନ୍ତି। ତେବେ ଜଣେ ୪୨ ବର୍ଷୀୟା ଆମେରିକୀୟ ଅବିବାହିତ ମହିଳା ନିଜ ବିବାହ ପାଇଁ ଏକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ସେ ଆମେରିକାର ଏକ ରାଜପଥରେ ନିଜ ବିବାହ ପାଇଁ ଏକାଧିକ ବିଜ୍ଞାପନ ବିଲ୍‌ବୋର୍ଡ ଲଗାଇଛନ୍ତି। ଏହି ବିଲବୋର୍ଡରେ ତାଙ୍କ ୱେବ୍‌ସାଇଟର ନାମ ଉଲ୍ଲେଖ ରହିଛି।
ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାର କାଲିଫର୍ନିଆ ବାସିନ୍ଦା ଲିସା କାଟାଲାନୋ ପୋଷାକ ବ୍ୟବସାୟୀ ଭାବେ ନିଜ ଜୀବିକା ନିର୍ବାହ କରୁଛନ୍ତି। ତେବେ ବିଭିନ୍ନ ଡେଟିଂ ଆପ୍ସ ଏବଂ ମାଟ୍ରିମୋନିଆଲ ପ୍ଲାଟ୍‌ଫର୍ମଗୁଡିକରେ ବିଫଳ ହେବା ପରେ ସେ ସାଣ୍ଟା କ୍ଲାରାରୁ ସାନ୍‌ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ପରିବ୍ୟାପ୍ତ ୪୫ ମାଇଲ ବିଶିଷ୍ଟ ହାଇୱେ ୧୦୧ଏର ଉଭୟ ପାର୍ଶ୍ୱରେ ଏକ ଡଜନ ବିଲବୋର୍ଡକୁ ଭଡ଼ାରେ ନେଇଛନ୍ତି। ଏହି ବିଲବୋର୍ଡଗୁଡ଼ିକରେ ଲିସାଙ୍କ ବିବାହ ପାଇଁ ବିଜ୍ଞାପନ ଦିଆଯାଇଛି। ଲିସାଙ୍କୁ ବିବାହ ପାଇଁ ଆଗ୍ରହୀ ବ୍ୟକ୍ତିମାନେ ତାଙ୍କ ୱେବ୍‌ସାଇଟ ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ। ଲିସା କହିଛନ୍ତି, ସେ ପ୍ରଥମ ଦେଖାରେ ହେଉଥିବା ପ୍ରେମକୁ ବିଶ୍ୱାସ କରନ୍ତି। ସମ୍ପ୍ରତି ସେ ଯେକୌଣସି ମୂଲ୍ୟରେ ନିଜ ପାଇଁ ଜୀବନସାଥୀ ଖୋଜିବାକୁ ସ୍ଥିର କରିଛନ୍ତି। ତେବେ ଏହା ତାଙ୍କର କୌଣସି ପବ୍ଲିସିଟି ଷ୍ଟଣ୍ଟ୍‌ ନୁହେଁ ବୋଲି ଲିସା ଜୋର୍‌ଦେଇ କହିଛନ୍ତି। ବିବାହ କରିବା ପାଇଁ ଏହା ତାଙ୍କର ଏକ ଗମ୍ଭୀର ଏବଂ ଆତ୍ମନିର୍ଭରଶୀଳ ପ୍ରୟାସ। ତାଙ୍କର ବିଜ୍ଞାପନ ହୋର୍ଡିଂକୁ ଦେଖି ଯୋଗ୍ୟ ବ୍ୟକ୍ତିମାନେ ତାଙ୍କ ବ୍ୟକ୍ତିଗତ ଡେଟିଂ ୱେବ୍‌ସାଇଟ୍‌ marrylisa.comକୁ ଯାଇ ସେଠାରେ ଲିସାଙ୍କ ମନ ମୁତାବକ ଜୀବନସାଥୀଙ୍କଠାରେ ଆବଶ୍ୟକ ଥିବା ଗୁଣଗୁଡ଼ିକ ସମ୍ପର୍କରେ ଜାଣିପାରିବେ ଓ ତାଙ୍କ ସହ ବିବାହ ପାଇଁ ସିଧାସଳଖ ଭାବେ ଆବେଦନ କରିପାରିବେ। ବିଲ୍‌ବୋର୍ଡ ବ୍ୟତୀତ ଲିସା ଟ୍ୟାକ୍ସିଗୁଡ଼ିକରେ ମଧ୍ୟ ନିଜ ବିବାହ ପାଇଁ ବିଜ୍ଞାପନ ଲଗାଇଛନ୍ତି। ତେବେ ଏହି ପ୍ରୟାସ ପାଇଁ ଅନେକେ ଲିସାଙ୍କୁ ଟ୍ରୋଲ୍‌ କରୁଛନ୍ତି। ଏହାର ଜବାବ ରଖି ଲିସା କହିଛନ୍ତି, ସେ କେବଳ ପ୍ରକୃତ ପ୍ରେମ ଚାହାନ୍ତି। ଡେଟିଂ ଆପ୍ସରେ ବାରମ୍ବାର ବିଫଳତା ପାଇବା ପରେ ସେ ଏହି ଭିନ୍ନ ପଥ ବାଛିଛନ୍ତି। ସେ ବିବାହ କରିବା ସହ ନିଜ ପରିବାର ଆରମ୍ଭ କରିବାକୁ ଚାହାନ୍ତି।
ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରୁଥିବା ୩୫ରୁ ୪୫ ବର୍ଷ ବୟସର ଜଣେ ଜୀବନସାଥୀ ସେ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?