ନୂଆଦିଲ୍ଲୀ,୧୫।୧୧: ଭାରତ ନବମ ଥର ପାଇଁ ଅଣ୍ଡର୍-୧୯ ଏସିଆ କପ୍ରେ ଚାମ୍ପିୟନ ହୋଇଛି। ଶନିବାର ଦିନ ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନକୁ ୧ ଓ଼୍ବିକେଟରେ ପରାସ୍ତ କରିଛି। ମୁକାବିଲାଟି ଅତ୍ୟନ୍ତ ରୋମାଞ୍ଚକର ଥିଲା, ଯେଉଁଠାରେ ମୋହିତ ଉଲ୍ଭା ଶେଷ ବଲରେ ଚୌକା ମାରି ଭାରତକୁ ଏକ ଐତିହାସିକ ବିଜୟ ଦେଇଥିଲେ। ଏହି ବିଜୟ ପାଇଁ ଟିମ ଇଣ୍ଡିଆକୁ କେତେ ପ୍ରାଇଜ ମନି (ପୁରସ୍କାର ରାଶି) ମିଳିଛି, ତାହା ଜାଣି ନିଅନ୍ତୁ। ସେହିପରି ଫାଇନାଲ ହାରିଥିବା ପାକିସ୍ତାନକୁ ମଧ୍ୟ ଅର୍ଥରାଶି ମିଳିଛି।
ଫାଇନାଲ ମ୍ୟାଚ୍ରେ ପାକିସ୍ତାନ ସ୍କୋରବୋର୍ଡରେ ୩୩୭ ରନ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆକୁ ଶେଷ ୨ ଓଭରରେ ୨୫ ରନ କରିବାର ଥିଲା ଏବଂ ହାତରେ କେବଳ ଗୋଟିଏ ଓୱିକେଟ ବାକି ଥିଲା। ଗୋଟିଏ ଭୁଲ ଏବଂ ଏସିଆ କପ ଟ୍ରଫି ଟିମ ଇଣ୍ଡିଆ ହାତରୁ ଖସି ଯାଇଥା’ନ୍ତା। କିନ୍ତୁ ମୋହିତ ଉଲ୍ଭା ନିଶ୍ଚିତ କରିଥିଲେ ଯେ ଭାରତ ପାଞ୍ଚ ବର୍ଷ ପରେ ଏସିଆ କପ ଟ୍ରଫିକୁ ନିଜ ଘରକୁ ନେଇଯିବାରେ ସଫଳ ହେବ।
ଅଣ୍ଡର୍-୧୯ ଏସିଆ କପ ୨୦୨୬ର ଖିତାବ ଜିତିବା ପାଇଁ ଭାରତୀୟ ଦଳକୁ ୧୫ ହଜାର ଆମେରିକୀୟ ଡଲାର (ପାଖାପାଖି ୧୪.୧ ଲକ୍ଷ ଟଙ୍କା) ମିଳିଛି। ସେହିପରି ରନର୍ସ ଅପ (ଉପବିଜେତା) ପାକିସ୍ତାନକୁ ଏହାର ଅର୍ଦ୍ଧେକ ଅର୍ଥାତ ୭,୫୦୦ ଆମେରିକୀୟ ଡଲାର (ପାଖାପାଖି ୭୦ ହଜାର ଟଙ୍କା) ମିଳିଛି। ଗତ ବର୍ଷର ପ୍ରାଇଜ ମନିରେ କୌଣସି ବୃଦ୍ଧି ହୋଇନାହିଁ, କାରଣ ୨୦୨୫ରେ ଚାମ୍ପିୟନ ହେବା ପାଇଁ ପାକିସ୍ତାନକୁ ମଧ୍ୟ ସେତିକି ଅର୍ଥ ମିଳିଥିଲା।
ଭାରତ ସବୁଠାରୁ ଅଧିକ ୯ ଥର ଅଣ୍ଡର୍-୧୯ ଏସିଆ କପ ଖିତାବ ଜିତିଛି। ତଥାପି ଗତ ପାଞ୍ଚ ବର୍ଷ ଭିତରେ ସେ ଗୋଟିଏ ବି ଖିତାବ ଜିତି ପାରି ନଥିଲା ଏବଂ ୨ଟି ଫାଇନାଲ ହାରି ଯାଇଥିଲା। ଗତ ବର୍ଷ ଅଣ୍ଡର୍-୧୯ ଏସିଆ କପ ଫାଇନାଲରେ ପାକିସ୍ତାନ ଟିମ ଇଣ୍ଡିଆକୁ ୧୯୧ ରନରେ ପରାସ୍ତ କରିଥିଲା। କିନ୍ତୁ ଏଥର ଟିମ ଇଣ୍ଡିଆ ସେହି ପ୍ରତିଶୋଧ ପୂରା କରିଛି।
ଶନିବାର ଖେଳାଯାଇଥିବା ଫାଇନାଲ୍ରେ ଭାରତ ପାକିସ୍ତାନକୁ ୧ ଓୱିକେଟ୍ରେ ହରାଇ ଦେଇଛି। ଏହା ହେଉଛି ନବମ ଥର, ଯେତେବେଳେ ଟିମ ଇଣ୍ଡିଆ ଅଣ୍ଡର୍-୧୯ ଏସିଆ କପ ଟ୍ରଫି ହାତେଇଛି, ଯାହାକି ସର୍ୱାଧିକ। ବାଂଲାଦେଶ ୨ ଥର, ଯେବେକି ପାକିସ୍ତାନ ଏବଂ ଆଫଗାନିସ୍ତାନ ଗୋଟିଏ ଲେଖାଏଁ ଥର ଚାମ୍ପିୟନ ହୋଇଛନ୍ତି।

