ଭତ୍ତା ପାଇଁ ଆସି ହେଲେ ହଟହଟା:ଜିଲାପାଳଙ୍କ ମାନବିକତାକୁ ବ୍ଲକ୍‌ ପ୍ରଶାସନର ତାଚ୍ଛଲ୍ୟ

ପୁରୁଷୋତ୍ତମପୁର, ୧୫।୧୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବନ୍ୟାର କରାଳ ରୂପରେ ଲୋକେ ଜୀବନ ବଞ୍ଚାଇବାକୁ ତ୍ରାହି ତ୍ରାହି ଡାକୁଥିଲେ। ହେଲେ ବିପଦରେ ପଡ଼ିଥିବା ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ନିଜ ଗାଡ଼ିକୁ ବର୍ଷାରୁ ରକ୍ଷା କରିବାରେ ବ୍ଲକ୍‌ କର୍ମଚାରୀମାନେ ବ୍ୟସ୍ତ ଥିବା ଅଭିଯୋଗ ହୋଇଥିଲା। ଏବେ ପୁଣି ସରକାରୀ ଭତ୍ତା ପ୍ରଦାନ ନାଁରେ ବୃଦ୍ଧବୃଦ୍ଧାଙ୍କୁ ରାତି ୧୦ଟା ପର୍ଯ୍ୟନ୍ତ ଭୋକ ଉପାସରେ ବସାଇ ରଖି ହଟହଟା କରିବା ଘଟଣା ପୁରୁଷୋତ୍ତମପୁର ବ୍ଲକ୍‌ ପ୍ରଶାସନର ମାନବିକତା ଓ କାର୍ଯ୍ୟଦକ୍ଷତାକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି।

ଗୋଟିଏ ପଟେ ଜିଲାପାଳ ନିଜେ ଘରକୁ ଘର ବୁଲି ବୟସ୍କଙ୍କ ଆଶୀର୍ବାଦ ନେବା ସହ ସେମାନଙ୍କ ଦୁଃଖ ବୁଝୁଥିବାବେଳେ ଅନ୍ୟପଟେ ବ୍ଲକ୍‌ କାର୍ଯ୍ୟାଳୟରେ ବୃଦ୍ଧବୃଦ୍ଧାଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଜିଲାପାଳଙ୍କ ମାନବିକତାକୁ ବ୍ଲକ୍‌ ପ୍ରଶାସନର ଏହା ଚାପୁଡ଼ା ସଦୃଶ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ସରକାରଙ୍କ ପକ୍ଷରୁ ଶନିବାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିବାରୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବହୁ ଦୂରଦୂରାନ୍ତରୁ ବୃଦ୍ଧବୃଦ୍ଧାଙ୍କୁ ସକାଳ ୧୧ଟାରୁ ବ୍ଲକ୍‌ କାର୍ଯ୍ୟାଳୟକୁ ଡକାଯାଇଥିଲା। ଅପରାହ୍ନରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରୀ ଯୋଜନାର ମହତ୍ତ୍ୱ ସମ୍ପର୍କରେ କହିବା ସହ କିଛି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଅବଶିଷ୍ଟ ହିତାଧିକାରୀଙ୍କୁ ବ୍ଲକ୍‌ କର୍ତ୍ତୃପକ୍ଷ ଭତ୍ତା ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦେଇ ଉଭୟ ବିଧାୟକ ଫେରିଯାଇଥିଲେ।

କିନ୍ତୁ ଏହାପରେ ଯାହା ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦାୟିତ୍ୱରେ ଥିବା କର୍ମଚାରୀମାନେ ଭତ୍ତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ବୃଦ୍ଧବୃଦ୍ଧାଙ୍କୁ ବସାଇ ରଖି ନିଜ ନିଜ ଘରକୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ରାତି ୧୦ଟା ବିତିଯାଇଥିଲେ ମଧ୍ୟ କୌଣସି କର୍ମଚାରୀଙ୍କ ଦେଖା ମିଳି ନ ଥିଲା। ଫଳରେ ଦିନତମାମ ଅପେକ୍ଷା କରିଥିବା ବୟସ୍କ ହିତାଧିକାରୀମାନେ ଭୋକ ଉପାସରେ ଦହଗଞ୍ଜ ହୋଇଥିଲେ।

ଏହି ଘଟଣା ସମ୍ପର୍କରେ ଖବର ପାଇ ତହସିଲଦାର ବିନୋଦ କୁମାର ବେହେରା ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବୃଦ୍ଧବୃଦ୍ଧାଙ୍କ ଦୁର୍ଦ୍ଦଶା ଦେଖି ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସମବେଦନା ଜଣାଇଥିଲେ। ପରେ ବିଡିଓଙ୍କ ସହ ଆଲୋଚନା କରି ତୁରନ୍ତ ଭତ୍ତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଶେଷରେ ବିଡିଓ ଭତ୍ତା ଟଙ୍କା ପ୍ରଦାନ କରିବା ପରେ ବହୁ କଷ୍ଟରେ ନିଜ ନିଜ ଗ୍ରାମକୁ ଫେରିଥିଲେ ଅସହାୟ ବୟସ୍କ ହିତାଧିକାରୀମାନେ।

ତେବେ ପ୍ରଶ୍ନ ଉଠୁଛି, ଯେଉଁ ବୃଦ୍ଧବୃଦ୍ଧାଙ୍କ ଆଶୀର୍ବାଦ ନେଇ ଜିଲାପାଳ ମାନବିକତାର ପରିଚୟ ଦେଉଛନ୍ତି, ସେହି ବୟସ୍କଙ୍କୁ ବ୍ଲକ୍‌ କାର୍ଯ୍ୟାଳୟରେ ଏଭଳି ଦୁର୍ଦ୍ଦଶା ଭୋଗିବାକୁ କାହିଁକି ପଡ଼ିଲା? ସରକାରୀ ଯୋଜନାର ଲାଭ ପାଇବା ପାଇଁ ବୟସର ଅପରାହ୍ନରେ ମଧ୍ୟ ସେମାନଙ୍କୁ ଏତେ ଯନ୍ତ୍ରଣା ସହିବାକୁ ପଡ଼ିବ କି? ଏଭଳି ଅବହେଳା ଓ ଦାୟିତ୍ୱହୀନତା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ ଜିଲାପାଳ, ସରକାର ଓ ବିଧାୟକ ତଦନ୍ତ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

ଏ ସମ୍ପର୍କରେ ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ନ ଦେଇ ସେଠାରୁ ଚାଲିଯାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?