Posted inଫୁରସତ

ଚଷମା ପିନ୍ଧୁଥିଲେ

ବର୍ତ୍ତମାନ ଚକ୍ଷୁ ସମସ୍ୟା ହେଉ ଅବା ଫ୍ୟାଶନ୍‌ ଲାଗି ଅନେକଙ୍କୁ ଚଷମା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଆପଣ ଜାଣନ୍ତିକି, ଚଷମା ବ୍ୟବହାର କରୁଥିଲେ କେତୋଟି କଥା ପ୍ରତି ଧ୍ୟାନ ନ ଦେଲେ ଏହା ଅନ୍ୟାନ୍ୟ ସମସ୍ୟାର କାରଣ ସାଜିପାରେ…
ଫ୍ରେମ୍‌ ସବୁବେଳେ ହାଲୁକା ହେବା ଦରକାର। କାରଣ ଚଷମାର ଓଜନ ବେଶୀ ହେଲେ ନାକ ଏବଂ କାନ ଉପରେ ଚାପ ପଡ଼ିବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ।
ସର୍ବଦା ଚଷମା କିଣିବା ବେଳେ ପିନ୍ଧି ଚେକ୍‌ କରିନିଅନ୍ତୁ। କାରଣ ଚଷମାର ଫିଟିଙ୍ଗ୍‌ ଠିକ୍‌ ରହିଲେ ଏହା ପିନ୍ଧିବାକୁ ଆରାମ ଦାୟକ ହୋଇ ପାରିବ।
ଚଷମା ପିନ୍ଧିବା ଏବଂ କାଢିବା ସମୟରେ ସର୍ବଦା ଦୁଇହାତ ବ୍ୟବହାର କରିବା ଆବଶ୍ୟକ। କାରଣ ଏଥିପାଇଁ ଗୋଟିଏ ହାତ ବ୍ୟବହାର କଲେ ଫ୍ରେମ୍‌ ବଙ୍କା ହୋଇଯିବାର ଆଶଙ୍କା ରହିଛି। ଯାହାଦ୍ୱାରା ନା କେବଳ ପିନ୍ଧିବା ବେଳେ ଅସୁବିଧା ହୁଏ ବରଂ ଗ୍ଲାସ୍‌ ଆଗପଛ ବା ବଙ୍କା ରହିବା ଯୋଗୁ ଆଖିରେ ମଧ୍ୟ ପ୍ରେସର ପଡ଼ିଥାଏ।
ଚଷମାରେ ଗ୍ଲାସ୍‌ ଲେନ୍ସ ବ୍ୟବହାର କରିବା ଦ୍ୱାରା ଓଜନ ଅଧିକ ହେବା ସହ ସ୍କ୍ରାଚ୍‌ ହେବାର ଚାନ୍ସ ମଧ୍ୟ ବେଶୀ। ସେହିପରି ପ୍ଳାଷ୍ଟିକ୍‌ ଲେନ୍ସ ହାଲୁକା ହୋଇଥିଲେ ହେଁ ଶୀଘ୍ର ସ୍କ୍ରାଚ୍‌ ହୋଇଥାଏ। ତେଣୁ ଏହା ବଦଳରେ ରେଜିନ୍‌ ଲେନ୍ସ କିମ୍ବା ଟ୍ରିପ୍ଲେକ୍ସ ଲେନ୍ସ ବ୍ୟବହାର କରନ୍ତୁ, ଯାହାକି ହାଲୁକା ଲାଗିବା ସହ ପଡ଼ିଗଲେ ସହଜରେ ଭାଙ୍ଗି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର: କହିଲେ, ଏମିତି ଖେଳିଲେ…

ଲକ୍ଷ୍ନୌ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଅଧିନାୟକ ଶ୍ରେୟସ ଅୟରଙ୍କ ଧୂଆଁଧାର ଶତକ ବଳରେ ଭାରତ ୮ ଉଇକେଟ୍‌ରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

ତୁଳା ରାଶିରେ ସୂର୍ଯ୍ୟଙ୍କ ଚଳନ: ଅକ୍ଟୋବର ୧୭ରୁ ସତର୍କ ରୁହନ୍ତୁ ୩ ରାଶି! ପାଖରୁ ଚାଲିଯିବ ସବୁଟଙ୍କା

ତୁଳା ରାଶି ହେଉଛି ସୂର୍ଯ୍ୟ ଗ୍ରହଙ୍କ ନୀଚ ରାଶି। ସୂର୍ଯ୍ୟ ତୁଳାରେ ନୀଚ ହୋଇଥାନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କର ଅନେକ ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?