ଆର୍ଟିଫିସିଆଲ୍‌ ଜୁଏଲେରି ପିନ୍ଧୁଥିଲେ

ସୁନା ରୁପା ବାଦ୍‌ ବର୍ତ୍ତମାନ ଅନେକ ଆର୍ଟିଫିସିଆଲ୍‌ ଜୁଏଲେରିକୁ କେବଳ ଝିଅମାନେ ନୁହନ୍ତି ମହିଳାମାନେ ବେଶ୍‌ ପସନ୍ଦ କରୁଛନ୍ତି। ହେଲେ ଏଗୁଡ଼ିକ ଶୀଘ୍ର ଖରାପନ ହେବା ଲାଗି କିପରି ଯତ୍ନ ନେବେ ଜାଣନ୍ତୁ ଟିପ୍ସ…

ଆର୍ଦ୍ର ଜଳବାୟୁଠାରୁ ଦୂରେଇ ରଖନ୍ତୁ: ଏଭଳି ଅଳଙ୍କାରକୁ ଆର୍ଦ୍ର ଜଳବାୟୁଠାରୁ ଦୂରେଇ ରଖନ୍ତୁ। ଜିପ୍‌ ଲକ୍‌ ପ୍ଲାଷ୍ଟିକ୍‌ ପାଉଚ୍‌ରେ ଏହାକୁ ରଖନ୍ତୁ। ଧ୍ୟାନ ରଖନ୍ତୁ ପାଉଚ୍‌ରେ କୌଣସି ଜାଗା ଯେମିତି ଖୋଲା ନ ରହେ। ଏହି ଜଳବାୟୁରେ ମେଟାଲ୍‌ର ରଙ୍ଗ ଉଡ଼ିଯାଇଥାଏ।
ନରମ କପଡ଼ାରେ ପୋଛନ୍ତୁ : ଅଳଙ୍କାରରେ କିଛି ଦାଗ ଲାଗିଗଲେ ଆପଣ ଟୁଥପେଷ୍ଟ ପାଉଡର ବ୍ୟବହାର କର ବ୍ରଶ୍‌ ସାହାଯ୍ୟରେ ଧୀରେ ଧୀରେ ଘଷନ୍ତୁ। ପରେ ସଫା ନରମ କପଡ଼ାରେ ପୋଛି ଦିଅନ୍ତୁ।
ପରଫ୍ୟୁମଠାରୁ ଦୂରେଇ ରଖନ୍ତୁ: ଆପଣ ଯେତେବେଳେ ଆର୍ଟିଫିସିଆଲ୍‌ ମେଟାଲିକ୍‌ ଅର୍ନାମେଣ୍ଟ ପିନ୍ଧୁଛନ୍ତି ଧ୍ୟାନ ରଖନ୍ତୁ ସେଥିରେ ଯେମିତି ପରଫ୍ୟୁମ ବିଲକୁଲ ବି ନ ଲାଗେ। ଏହା ପରଫ୍ୟୁମ ସଂସ୍ପର୍ଶରେ ଆସି ଖରାପ ହୋଇଯାଏ।
ଅଲଗା ରଖିବାକୁ ଚେଷ୍ଟା କରନ୍ତୁ: ଆପଣଙ୍କ ପାଖେ ଅଧିକ ଜୁଏଲେରି କଲେକ୍ସନ୍ସ ଥିଲେ ସେସବୁକୁ ଏକାଠି ନ ରଖି ଅଲଗା ଅଲଗା ରଖନ୍ତୁ। ନଚେତ୍‌ ପରସ୍ପର ସହ ଘଷି ହୋଇ ରଙ୍ଗ ଛାଡିବା ସହ ସେଥିରେ ବ୍ୟବହାର ହୋଇଥିବା ଷ୍ଟୋନ୍‌, ବିଡ୍ସ ଆଦି ମଧ୍ୟ ବାହାରିଯିବା କିମ୍ବା ଖରାପ ହୋଇଯିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣବି ହୋଇ ପାରିବେ ଭାଗ୍ୟଶାଳୀ, ଘରେ ଲଗାନ୍ତୁ ଏହି ଗଛ

ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ୍ତ ପରିବେଶ ସୃଷ୍ଟି କରିବାର ପ୍ରୟାସରେ, ଉଦ୍ଭିଦଗୁଡିକୁ ଏକୀକୃତ କରିବା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେନାହିଁ...

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା...

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ...

ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ...

ଅଦ୍ଭୁତ ପାଣି, ଲାଭ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମସ୍ତେ ବିଶୁଦ୍ଧ ପାଣି ପିଇବାକୁ ଚାହାନ୍ତି। ଏହା ଅନେକ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ। କିନ୍ତୁ ଧନୀ ଲୋକମାନେ ଅନ୍ୟ କିଛି ଚାହାନ୍ତି। ସେମାନେ କିଛି...

ପ୍ରଦୂଷଣ: କାରଣ, ନିରାକରଣ

ପୂଜା ଓ ବିଶ୍ୱତାପନ : ପୂଜା ମଞ୍ଚରେ ଅଧିକ ୱାଟ୍‌ର ଉଜ୍ଜ୍ୱଳ ଆଲୋକବତି ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍‌ ଶକ୍ତିର ଘୋର ଅପଚୟ ଘଟୁଛି। ଆମ...

ଭୟଙ୍କର ସ୍ବପ୍ନ ଦେଖିବା ପରେ ଲାଗେ ଡର, ରକ୍ଷା ପାଇବା ପାଇଁ ଉପାୟ…

ନିଦରେ ସ୍ବପ୍ନ ଦେଖିବା ସାଧାରଣ କଥା। କିନ୍ତୁ ବେଳେବେଳେ ନିଦରେ ଏମିତି କିଛି ସ୍ବପ୍ନ ଦେଖିଥାଉ, ଯାହା ଖୁବ୍‌ ଭୟଙ୍କର ହୋଇଥାଏ। ନିଦ ଭାଙ୍ଗିଲା ପରେ...

ବାସ୍ତୁଦୋଷ ଥିଲେ ଘରେ ଉପୁଜିଥାଏ ଅଶାନ୍ତି, ଦୂର ପାଇଁ ପ୍ରତିକାରର ଉପାୟ…

ଅନେକେ ବିଶ୍ୱାସ କରନ୍ତି, ଘରେ କୌଣସି ବାସ୍ତୁଦୋଷ ଥିଲେ ବହୁ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri