ପିନ୍ଧିବେ ନା ସଜାଇ ରଖିବେ

ପାଦକୁ ସୁରକ୍ଷା ଦେବା ସହିତ ଏବେ ଜୋତା ସୌଖୀନ ଓ ଷ୍ଟାଟସ୍‌ର ପ୍ରତୀକ ବି ପାଲଟିଗଲାଣି। ଆଉ ମହିଳାଙ୍କର ପ୍ରିୟ ହେଉଛି ହାଇ ହିଲ୍ସ। ଏହି ହାଇ ହିଲ୍ସରେ ବି ଏମିତି ସବୁ ଆକର୍ଷକ ଡିଜାଇନ୍‌ ଉପଲବ୍ଧ ହେଉଛି ଯେ, ତାକୁ ପିନ୍ଧିବାକୁ ଇଚ୍ଛା ହେବ ନାହିଁ ବରଂ ସଜାଇ ରଖିବାକୁ ଇଚ୍ଛା ହେବ…

ହୁଲା ଗର୍ଲ ହିଲ୍ସ: ହାଓ୍ବାଇର ହୁଲା ନୃତ୍ୟ ସାରା ପୃଥିବୀରେ ଚର୍ଚ୍ଚିତ। ଏଥିରେ ସୁନ୍ଦରୀ ମହିଳାମାନେ ପତ୍ର, ଫୁଲ, ଫଳକୁ ନେଇ ପ୍ରସ୍ତୁତ ସୁନ୍ଦର ପୋଷାକ ଓ ଅଳଙ୍କାର ପିନ୍ଧି ପ୍ରକୃତିରାଣୀ ଭଳି ଦେଖାଯାଆନ୍ତି। ଆଉ ପାରମ୍ପରିକ ହୁଲା ନୃତ୍ୟ କରନ୍ତି। ଏହି ହୁଲା ନୃତ୍ୟ ଥିମ୍‌କୁ ନେଇ ତିଆରି ହୋଇଛି ମହିଳାଙ୍କ ପାଇଁ ଏକପ୍ରକାରର ଖୁବ୍‌ ଆକର୍ଷକ ହାଇ ହିଲ୍ସ। ଏହାର ହିଲ୍‌ରେ ସୁନ୍ଦର ହୁଲା ଗର୍ଲ କଣ୍ଢେଇ ଦେଖିବାକୁ ମିଳେ। ତା’ସହ ସୁଜ୍‌ରେ ହୋଇଥିବା ଫ୍ଲୋରାଲ ପ୍ରିଣ୍ଟ ଓ ଏଥିରେ ଖଚିତ ଆର୍ଟିଫିସିଆଲ ଫୁଲ ଏହାକୁ ଅଧିକ ଆକର୍ଷକ କରିଥାଏ। ଏହାର ମୂଲ୍ୟ ୧୯୦ ଡଲାରରୁ ୨୨୦ ଡଲାର ମଧ୍ୟରେ ରହିଥାଏ।

ଗାର୍ଡେନ ପାର୍ଟି ଓ୍ବେଜେସ୍‌: ଏହି ସୁଜ୍‌ ମଧ୍ୟ ବେଶ୍‌ ଆକର୍ଷକ। ଫ୍ଲୋରାଲ୍‌ ପ୍ରିଣ୍ଟର ଏମ୍ବ୍ରୋଡୋରି ହେବା ସହ ଏହାର ହିଲ୍‌ ସ୍ଥାନରେ ଦେଖିବାକୁ ମିଳେ କାଚ ମଧ୍ୟସ୍ଥ ଏକ ଛୋଟ ବଗିଚା। ଏହି ବଗିଚା ଭିତରେ ସୁନ୍ଦର ଗଛ, ଫୁଲ ଓ କୁନି ହରିଣ ଦେଖିପାରିବେ। ଫଳରେ ଏହି ସୁଜ୍‌କୁ ପିନ୍ଧିବା ପାଇଁ ମନ ଜମାରୁ ହେବନି। ବରଂ ଘରେ ଶୋ’ ପିସ୍‌ଭାବ ସଜାଇ ରଖିବାକୁ ଚାହିଁବେ। ଏହାର ମୂଲ୍ୟ ୨୪୯ ଡଲାର।

ଡୋଲ୍ସ ଗବାନାର ପାଇନାପଲ୍‌ ସ୍ୟାଣ୍ଡଲ: ଡୋଲ୍ସ ଆଣ୍ଡ ଗବାନା କମ୍ପାନୀର ଏହା ହେଉଛି ସ୍ପ୍ରିଙ୍ଗ/ସମର୍‌ କଲେକ୍ସନ। ଗୋଲାପୀ ରଙ୍ଗର ଏହି ସ୍ୟାଣ୍ଡେଲରେ ପାଇନାପଲ୍‌ ପ୍ରିଣ୍ଟ ହେବା ସହ ହିଲ୍‌ରେ ପାଇନାପଲ୍‌ ବା ସପୁରି କଳାକୃତୀ ଦେଖିବାକୁ ପାଇବେ।
ମିକି ମାଉସ୍‌ ପମ୍ପ୍‌ସ: ଏହି ସୁଜ୍‌ ମିକି ମାଉସ୍‌ ଆଣ୍ଡ ଫ୍ରେଣ୍ଡସ୍‌ ସୁଜ୍‌ କଲେକ୍ସନର ଅନ୍ତର୍ଭୁକ୍ତ ଅଟେ। ଲାଲ ଓ କଳା ରଙ୍ଗର ଏହି ପମ୍ପସ୍‌ର ହିଲ୍‌ ସ୍ଥାନରେ ମିକି ମାଉସ୍‌ ଠିଆ ହୋଇଥିବା ଭଳି ଡିଜାଇନ୍‌ କରାଯାଇଛି। ଏହାର ମୂଲ୍ୟ ୨୬୫ ଡଲାର।

ଗୁସି ବ୍ରାଣ୍ଡର ଜେବ୍ରା ପ୍ରିଣ୍ଟ ଲେଦର ଓ ଫର୍‌ ପମ୍ପ୍‌ସ: ଜେବ୍ରା ପ୍ରିଣ୍ଟ ପୋଷାକ ତ ପିନ୍ଧିଥିବେ। ତେବେ ଜେବ୍ରା ପ୍ରିଣ୍ଟର ହାଇ ହିଲ୍ସ ବି ଅଛି। ଗୁସି ବ୍ରାଣ୍ଡ ଏହି ଜୋତା ତିଆରି କରିଛି। ଏହା ଏକ ପମ୍ପସ୍‌ ଅଟେ। ଉକ୍ତ ପମ୍ପସ୍‌ର ଏକ କୌତୁହଳମୟ ବିଶେଷତ୍ୱ ହେଉଛି ଯେ, ଜୋତାର ପଛଭାଗରେ ଜେବ୍ରା ପରି ଲାଞ୍ଜ ବି ଅଛି। କିଛି ୟୁନିକ ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାଙ୍କ ପାଇଁ ଲେଦର୍‌ ଓ ଫର୍‌ରେ ପ୍ରସ୍ତୁତ ଏହି ଜେବ୍ରା ପମ୍ପ୍‌ସ ଭଲ ଅପ୍ସନ।

ଗନ୍‌ ପରି ହିଲ୍ସ: ମିନି ବ୍ଲାକ୍‌ ଡ୍ରେସ୍‌ ସହ ଗନ୍‌ ବା ବନ୍ଧୁକ ପରି ଦେଖାଯାଉଥିବା ଏହି ହିଲ୍ସ ବୋଲ୍ଡ ଲୁକ୍‌ ଦେବ। କେବଳ ଯେ ଏହା ଗନ୍‌ ପରି ଦେଖିବାକୁ ତାହା ନୁହେଁ, ଏଥିରେ ବୁଲେଟ୍‌ ବା ଗୁଳି ବି ଦେଖିବାକୁ ପାଇବେ। ତେବେ ଏହାକୁ ଏୟାରପୋର୍ଟ ପରି ହାଇ ସିକ୍ୟୁରିଟି ସ୍ଥାନରେ ପିନ୍ଧିପାରିବେ ନାହିଁ।

ଡାଇସ୍‌ ହିଲ୍‌ ପମ୍ପସ୍‌: ଲୁଡୋ ଖେଳରେ ବ୍ୟବହୃତ ଡାଇସ୍‌ ବା ଗୋଟି ଥିମ୍‌ର ଅଟେ ଏହି ପମ୍ପସ୍‌। ଉକ୍ତ ପମ୍ପସ୍‌ର ପଛଭାଗରେ ଡାଇସ୍‌ଗୁଡିକ ଥାକ ଥାକ ହୋଇ ରହି ହିଲ୍‌ର କାମ କରିଥାଏ। କଳା ଓ ଲାଲ ରଙ୍ଗରେ ଉପଲବ୍ଧ ଏହି ଡାଇସ୍‌ ହିଲ୍‌ ପମ୍ପସ୍‌ ଦେଖିବାକୁ ବେଶ୍‌ ଆକର୍ଷକ।

ମୋଜିତୋ ଟୁଇଷ୍ଟେଡ୍‌ ସ୍ୟାଣ୍ଡେଲ: କମଳା ଲେମ୍ବୁର ଚୋପା ଛଡ଼ାଇଲେ ଚୋପା ଯେଉଁଭଳି ମୋଡ଼ି ମୋଡ଼ି ହୋଇ ରହେ, ଠିକ୍‌ ସେହିଭଳି ଦେଖିବାକୁ ଅଟେ ଏହି ସ୍ୟାଣ୍ଡେଲ। ପ୍ରଥମ ନଜରରେ ତ ଯେକେହି ଏହାକୁ କିଭଳି ପିନ୍ଧାଯିବ ଦ୍ୱନ୍ଦ୍ୱରେ ପଡ଼ିଯିବେ। ଏହି ଅଜବ ସ୍ୟାଣ୍ଡେଲର ମୂଲ୍ୟ ୩୯୦ ଡଲାର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri