Posted inଜାତୀୟ

‘ଆମେ ଜିତିଲୁ, ଭାଜପା ବିଧାୟକଙ୍କୁ କିଣିନେଲା’

ଭୋପାଳ,୨୩।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ମଧ୍ୟପ୍ରଦେଶରେ ଅଛି। ଏଠାରେ ସେ ବୁରହାନପୁରରେ ଏକ ରାଲିରେ ସମ୍ବୋଧିତ କରି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମଧ୍ୟପ୍ରଦେଶରେ ଆମେ ନିର୍ବାଚନରେ ଜିତିଥିଲୁ, ଆମର ସରକାର ଥିଲା, କିନ୍ତୁ ୨୦-୨୫ ଦୁର୍ନୀତିଗ୍ରସ୍ତ ବିଧାୟକଙ୍କୁ କୋଟି କୋଟି ଟଙ୍କା ଦେଇ କିଣି ଭାଜପା ସରକାର ଗଠନ କରିଥିଲା। ଆମେ ବିରୋଧ କରିବାର ସମସ୍ତ ବାଟ ବନ୍ଦ ହୋଇଯାଇଥିଲା। ସଂସଦରେ କହିବାକୁ ଅନୁମତି ମିଳିଲା ନାହିଁ। ଗଣାମଧ୍ୟମକୁ ସେମାନେ କିଣିନେଲେ। ସରକାର ବିରୋଧୀଙ୍କ ସ୍ବରକୁ ଦମନ କରୁଛନ୍ତି। ସମସ୍ତ ଗଣତାନ୍ତ୍ରିକ ମାର୍ଗ ବନ୍ଦ ଯାଇଥିବାରୁ ଆମେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲୁ। କଂଗ୍ରେସକୁ ସ୍ବର ଉତ୍ତୋଳନ କରିବାକୁ ଏହି ଯାତ୍ରା ଆରମ୍ଭ କରିବା ନିହାତି ଜରୁରୀ ଥିଲା। ଆମେ କନ୍ୟାକୁମାରୀରୁ ଦୁଇ ମାସ ପୂର୍ବରୁ ଏହି ଯାତ୍ରା ଆରମ୍ଭ କରିଛୁ। ଏପର୍ଯ୍ୟନ୍ତ ୩ ହଜାର କିଲୋମିଟର ଯାତ୍ରା କରିଛୁ ଏବଂ ଲକ୍ଷ ଲକ୍ଷ ଲୋକ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଆଗକୁ ମଧ୍ୟ ଆମେ ଆହୁରି ଅନେକ ବାଟ ପଦଯାତ୍ରା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri