Posted inଜାତୀୟ

ଠିକ୍‌ ସମୟରେ ହସ୍ତକ୍ଷେପ କରିବୁ

ନୂଆଦିଲ୍ଲୀ,୧୨ା୨(ପି.ଟି.): ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା କରାଯିବ ଏବଂ ଉପଯୁକ୍ତ ସମୟରେ ହିଜାବ ପିଟିଶନର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଶିକ୍ଷାନୁଷ୍ଠାନରେ ଧର୍ମୀୟ ପୋଷାକ ନ ପିନ୍ଧିବାକୁ କର୍ନାଟକ ହାଇକୋର୍ଟ ତାଙ୍କ ଅନ୍ତରୀଣ ରାୟରେ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏଭଳି ପ୍ରସଙ୍ଗକୁ ଜାତୀୟ ସ୍ତରକୁ ନେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ସମ୍ବିଧାନର ଅନୁଚ୍ଛେଦ ୨୫ରେ ନାଗରିକଙ୍କୁ ଦିଆଯାଇଥିବା ଧର୍ମ ଗ୍ରହଣର ମୌଳିକ ଅଧିକାର କ୍ଷୁଣ୍ଣ ହୋଇଥିବା ଛାତ୍ରୀମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମାତ୍‌ ସର୍ବୋଚ୍ଚ ଅଦାଲତଙ୍କୁ କହିବା ସହ ସୋମବାର ପିଟିଶନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଥିଲେ। ତେବେ ପ୍ରଧାନ ବିଚାରପତି ଏନ୍‌.ଭି. ରମନା, ଜଷ୍ଟିସ୍‌ ଏ.ଏସ୍‌. ବୋପନ୍ନା ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କାମାତ୍‌ଙ୍କ ଅନୁରୋଧକୁ ଗ୍ରହଣ କରି ନ ଥିଲେ। ହାଇକୋର୍ଟରେ ଶୁଣାଣି ଜାରି ରହିଛି। ଉପଯୁକ୍ତ ସମୟରେ ସୁପ୍ରିମକୋର୍ଟ ମାମଲାକୁ ହାତକୁ ନେବେ ଏବଂ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା କରିବେ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଖୋଲିବାକୁ ପ୍ରସ୍ତୁତ ଇରାନ, ଆମେରିକାକୁ ବଦଳରେ ପଠାଇଲା ଏମିତି ପ୍ରସ୍ତାବ, ଜାଣନ୍ତୁ…

ତେହରାନ,୨୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ କୂଟନୈତିକ ବିକାଶ ଦେଖାଦେଇଛି। ଇରାନ ଆମେରିକାକୁ ଶାନ୍ତି ଚୁକ୍ତି ପାଇଁ ଏକ ନୂତନ…

ଖରାଠୁ ବଳିଯାଉଛି ଗୁଳୁଗୁଳି ଯନ୍ତ୍ରଣା, ଏହିଦିନଠୁ ପୁଣି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପଶ୍ଚିମରେ ଖରାତାତି ଓ ଉପକୂଳରେ ଗୁଳୁଗୁଳି ଅନୁଭୂତ ହେଉଛି। ଗତ କିଛିଦିନ ହେବ ସାଧାରଣତଃ ଉତ୍ତର…

Video: ଟ୍ରମ୍ପଙ୍କ ମଜା ଉଡାଇଲା ଇରାନ, ଏମିତି ଭିଡ଼ିଓ ଜାରି କଲା ଯିଏ ଦେଖିଲା କହିଲା…

ତେହରାନ,୨୭।୪: ୱାଶିଂଟନରେ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ, ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରିହାସ କରି ଏକ ଲେଗୋ-ଶୈଳୀର…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

ଦେଶରେ ଶ୍ରମିକ ଅଶାନ୍ତ

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ…

ଆଜି ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ସୋମବାର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା…

ଅଧିକ ମୋବାଇଲ୍ ଦେଖୁଥିଲେ ସାବଧାନ! ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆଜିକାଲି ହାଇଟେକ୍‌ ଯୁଗରେ ମୋବାଇଲର ବ୍ୟବହାର କେତେ ବହୁଳ ହୋଇଯାଇଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏବେ ଅନେକ କାମରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ବିଶେଷଭାବରେ…

ଆଇସିୟୁ ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୪: ସ୍ବାସ୍ଥ୍ୟସେବାକୁ ନେଇ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌(ଆଇସିୟୁ)ର ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ତରରେ ସ୍ବାସ୍ଥ୍ୟସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri