Posted inଜାତୀୟ

ଆଦାନୀ ମାମଲାରେ ଆମେ ଦେବୁ ପ୍ରମାଣ: ସଞ୍ଜୟ ରାଉତ…

ମୁମ୍ବାଇ,୧୫।୩ : ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ବୁଧବାର ୧୮ ବିରୋଧୀ ଦଳର ନେତାମାନେ ଏହି ପ୍ରସଙ୍ଗରେ ଆଲୋଚନା କରିଆଗକୁ ରଣନୀତି ପ୍ରସ୍ତୁତ କରିବେ। ବିରୋଧୀ ଦଳର ସମସ୍ତ ଏମ୍‌ପିଙ୍କ ଦ୍ୱାରା ଏକ ପ୍ରସ୍ତାବ ପ୍ରସ୍ତୁତ ହୋଇ ଦସ୍ତଖତ କରାଯିବ। ବିରୋଧୀ ଦଳ ମଧ୍ୟ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରୋଧ ପ୍ରଦର୍ଶନ ରାଲି କରିପାରନ୍ତି। ବିରୋଧୀ ଦଳର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଜୟ ଚୌକ ଅଞ୍ଚଳରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ଉଦ୍ଧବ ବାଲାସାହେବ ଠାକରେ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଭାଜପା ସରକାର ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି। ଯେପରି ସେମାନେ ନିଜେ ପରିଷ୍କାର ଏବଂ ଦୁର୍ନୀତି ମୁକ୍ତ ଅଟନ୍ତି। ସରକାରଙ୍କୁ ପ୍ରଶ୍ନ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଉଛି। ନକଲି ମାମଲାରେ ବିରୋଧୀ ଦଳର ନେତାଙ୍କୁ ଜେଲ ପଠାଯାଉଛି। ଏତେ ବଡ ଦୁର୍ନୀତି ସହ ଜଡିତ ଗୌତମ ଆଦାନୀଙ୍କୁ ମଧ୍ୟ ସମନ ଜାରି କରାଯାଇ ନାହିଁ। ଆମେ ବିରୋଧୀ ଦଳମାନେ ଏକଜୁଟ ହୋଇ ଏହାର ପ୍ରମାଣ ଉପସ୍ଥାପନ କରିବୁ ଏବଂ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ସରକାରଙ୍କୁ ପଚାରିବୁ।

କଂଗ୍ରେସ ସମେତ ବିରୋଧୀ ଦଳମାନେ ଆଦାନୀ ମାମଲାର ତଦନ୍ତ ପାଇଁ ଜେପିସି ଦାବି କରୁଛନ୍ତି। ବର୍ତ୍ତମାନର ବଜେଟ ଅଧିବେଶନରେ ବିରୋଧୀ ଦଳ ଆଦାନୀ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରିଛନ୍ତି। ଏଥି ସହ ଶାସକ ଦଳ ଲଣ୍ଡନରେ ଦେଇଥିବା ବିବୃତ୍ତି ପାଇଁ ରାହୁଲ ଗାନ୍ଧୀଙ୍କଠାରୁ କ୍ଷମା ମାଗିବାକୁ ଦାବି କରୁଛନ୍ତି। ଯେଉଁ କାରଣରୁ ସଂସଦ କାର୍ଯ୍ୟ ଅଚଳ ହୋଇ ଯାଇଛି। କଂଗ୍ରେସ ଆଦାନୀ ମାମଲାକୁ ନେଇ ସକ୍ରିୟ ଭାବେ ଶାସକ ଦଳକୁ ବିରୋଧ କରୁଛି। ଏହି ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି ଏବଂ ସାରା ଦେଶରେ ପ୍ରଦର୍ଶନ କରାଯାଉଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ କମିଟି ଆଦାନୀ ମାମଲାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏଥି ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଲଗାତାର ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri