ଉମରକୋଟ,୧୪ା୩(ସ୍ବ.ପ୍ର.): ପୌର ନିର୍ବାଚନକୁ ନେଇ ଏବେ ଉମରକୋଟ ପୌରାଞ୍ଚଳ ଚଳଚଞ୍ଚଳ ରହିଛି। କାଉନ୍ସିଲର ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟରଙ୍କୁ କୋଳେଇ ନେଉଛନ୍ତି। କିନ୍ତୁ ଭୋଟର ଠିକ୍ ସମୟରେ ଆମେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବୁ ବୋଲି କହୁଛନ୍ତି। ଯିଏ ଓ୍ବାର୍ଡର ବିକାଶ କରିବେ ଏବଂ ଲୋକଙ୍କ ସହ ରହିବେ ଦଳଗତ ନିର୍ବିଶେଷରେ ସେଭଳି ବ୍ୟକ୍ତିତ୍ୱଙ୍କୁ ବାଛିବୁ ବୋଲି କହୁଛନ୍ତି।
ଉମରକୋଟ ପୌର ପରିଷଦର ୧୧ନମ୍ବର ୱାର୍ଡରେ ଭୋଟର ସଂଖ୍ୟା ୧୮୨୧ ରହିଛି। ଚଳିତଥର ଏହି ଓ୍ବାର୍ଡ ସାଧାରଣବର୍ଗଙ୍କ ପାଇଁ ସଂରକ୍ଷିତ। ଏଠାରେ ତିନି ନୂଆ ମୁହଁକୁ ସାମ୍ନା କରୁଛନ୍ତି ଜଣେ ପୁରୁଖା ନେତା। ବିଜେଡିରୁ ଦୁର୍ଗା ଦୀପଙ୍କର ବେହେରା(ଚନ୍ଦନ) ପ୍ରାର୍ଥୀ ଥିବାବେଳେ ଭାଜପାରୁ ସନ୍ତୋଷ ଶର୍ମା, କଂଗ୍ରେସରୁ ସାଇ ନାରାୟଣ ପାଢ଼ୀ(ମୁନା) ଏବଂ ସ୍ବାଧୀନ ଭାବେ ରବୀନ୍ଦ୍ର ସ୍ବାଇଁ ପ୍ରତିଦ୍ବନ୍ଦ୍ୱୀତା କରୁଛନ୍ତି। ୧୧ନମ୍ବର ୱାର୍ଡର ପ୍ରମୁଖ ସମସ୍ୟା ହେଲା ୟୁଭି-୫୨ ଗ୍ରାମରୁ ଉମରକୋଟକୁ ସଂଯୋଗ କରୁଥିବା ରାସ୍ତା ଓ ଚଢ଼େଇଗୁଡ଼ାକୁ ସଂଯୋଗ କରୁଥିବା କେନାଲ। ଏହି କେନାଲ ଉପର ରାସ୍ତା ଏବଂ ୱାର୍ଡରେ ପାଇପ୍ ବିଛା ସରିଥିଲେ ମଧ୍ୟ ପାଣି ଆସୁନାହିଁ। ସେହିପରି ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ ନାହିଁ। ବାର୍ଦ୍ଧକ୍ୟ ଭତ୍ତାରୁ ଅନେକ ହିତାଧିକାରୀ ବଞ୍ଚିତ ରହିଛନ୍ତି। ଶ୍ମଶାନକୁ ଭଲ ରାସ୍ତା ନାହିଁ କି ଆଶ୍ରୟସ୍ଥଳୀ ନାହିଁ। ସେହିପରି ସ୍ବଚ୍ଛତା ଓ୍ବାର୍ଡର ଅନ୍ୟତମ ସମସ୍ୟା ହୋଇଛି।
ଏ ନେଇ କଂଗ୍ରେସ ପ୍ରାର୍ଥୀ ମୁନା କହିଛନ୍ତି, ମୁଁ ରାଜନୀତିରେ ଅଭିଜ୍ଞ। ତଥାପି ବିପକ୍ଷଙ୍କୁ ଦୁର୍ବଳ ମନେ କରୁନାହିଁ। ସବୁବେଳେ ଲୋକଙ୍କ ପାଇଁ ରହିଛି ଏବଂ ଆଗକୁ ମଧ୍ୟ ରହିବି। ଲୋକଙ୍କ ଭତ୍ତା କାର୍ଡ, ରାଶନ କାର୍ଡ, ପାନୀୟ ଜଳ, ରାସ୍ତା ଓ ବିଜୁଳି ଭଳି ଅନେକ ସମସ୍ୟାର ସମାଧାନ ପୂର୍ବରୁ କରିଛି। ୨୦୦୯ ରୁ ୨୦୧୩ ପର୍ଯ୍ୟନ୍ତ ଏହି ୱାର୍ଡରୁ କାଉନସିଲର ଥିଲି। ତେଣୁ ଲୋକେ ମୋତେ ଜାଣିଛନ୍ତି। ଅର୍ଥ ବଳ ନ ଥିଲେ ମଧ୍ୟ ଦୃଢ଼ ମନୋବଳ ରହିଛି। ଜିତିଲେ ଏକ ମାସ ମଧ୍ୟରେ ଉମରକୋଟରୁ ୟୁଭି-୫୨କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଓ ଚଢ଼େଇଗୁଡ଼ାକୁ ସଂଯୋଗ କରୁଥିବା କେନାଲ ରାସ୍ତା ତିଆରି କରିବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପର୍ଯ୍ୟାୟ କ୍ରମେ ଘରଡିହ ପଟ୍ଟା, ପ୍ରତ୍ୟେକ ଘରକୁ ପାନୀୟ ଜଳ, ବିଜୁଳି ଆଲୁଅର ସୁବିଧା କରିବା ସହ ତୁରନ୍ତ କେନାଲ ରାସ୍ତା ନିର୍ମାଣ ପାଇଁ ଭସ୍କେଲ ଜଳ ଯୋଗାଣ କାର୍ଯ୍ୟାଳୟରେ ଧାରଣା ଦେବି ବୋଲି ସେ କହିଛନ୍ତି। ବିଜେଡି ପ୍ରାର୍ଥୀ ଦୁର୍ଗା କହିଛନ୍ତି, ମୁଁ ରାଜନୀତିରେ ନୂଆ କିନ୍ତୁ ବିଜେଡି ଲୋକଙ୍କ ଦଳ। ୱାର୍ଡବାସୀ ଜିତାଇଲେ ପ୍ରାଥମିକ ସ୍ତରରେ ଭାଲୁଗୁଡ଼ା ସାହି ଭିତର ରାସ୍ତା, ଚଢ଼େଇଗୁଡ଼ାକୁ ସଂଯୋଗ କରୁଥିବା କେନାଲ ରାସ୍ତା, ପାନୀୟ ଜଳ, ଶ୍ମଶାନକୁ ରାସ୍ତା ଓ ବିଶ୍ରାମଗୃହ ସୁବିଧା କରାଯିବ। ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କିଛି କରିନାହାନ୍ତି ବୋଲି ସେ କହିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ସନ୍ତୋଷ କହିଛନ୍ତି, ପୂର୍ବ କାଉନ୍ସିଲରମାନେ ଯାହା କରିନାହାନ୍ତି ତାହା ମୁଁ କରିବାକୁ ଚେଷ୍ଟା କରିବି। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଭୋଟର ମୋତେ ନିଶ୍ଚୟ ଭୋଟ ଦେବେ ବୋଲି ସେ ଆଶା ରଖିଛନ୍ତି। ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର ମଧ୍ୟ ଲୋକଙ୍କ ପାଖକୁ ମୌଳିକ ସୁବିଧା ପହଞ୍ଚାଇବା ବ୍ୟବସ୍ଥା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁନି। ସ୍ବାଧୀନ ଭାବେ ଲୋକଙ୍କ ନିକଟରେ ତାହା ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।
ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍ ନିଆଁ ଜଳିବ: ପ୍ରଦୀପ ମାଝୀ
ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...
ନବରଙ୍ଗପୁରରେ ବାଘ ଛେଳି ଛକାପଞ୍ଝା: ମନୋହର ରନ୍ଧାରିଙ୍କୁ ଗଣଣଶିକ୍ଷା ମନ୍ତ୍ରୀ କହିଲେ…
ନବରଙ୍ଗପୁର,୧୫।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ -୨୦୨୫ ରବିବାର ଉଦ୍ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ...
ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ
ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...
ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ
ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...
ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ
ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...
ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ
ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...
ଅନ୍ୟ ଜାତିରେ ବିବାହ କରିଥିଲେ ବାପା, ପୁଅର ମୃତଦେହ ଛୁଇଁଲେନି ସମାଜ ଲୋକେ
ଚନ୍ଦାହାଣ୍ଡି/ନବରଙ୍ଗପୁର,୨୯।୧୧(ଦିଲ୍ଲୀପ ଦାସ/ସଦଶିବ ପ୍ରହରାଜ): ଯେତେ ସଚେତନକଲେ ମଧ୍ୟ ଲୋକଙ୍କ ଭିତରେ ଏବେ ମଧ୍ୟ ଅନ୍ଧବିଶ୍ୱାସ, ଜାତିପ୍ରଥା ଭରି ରହିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...
ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…
ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା...
Archives


