ଗୁଣପୁର ପୌରାଧ୍ୟକ୍ଷ ଆସନ ହାତେଇବା ବିଜେଡି ପାଇଁ ଚ୍ୟାଲେଞ୍ଜ

ଗୁଣପୁର,୧୪ା୩(ଡି.ଏନ.ଏ): ରାୟଗଡ଼ା ଜିଲାର ଗୁଣପୁର ଏବଂ ରାମନାଗୁଡ଼ା ବ୍ଲକ ବିଜେଡି ହାତରୁ ଖସିଛିା ଦୁଇଟି ସ୍ଥାନରେ ବିଜେଡିକୁ ଅଧ୍ୟକ୍ଷ ଆସନ ହରାଇବାକୁ ପଡ଼ିଛି। ଗୁଣପୁର ବ୍ଲକ ଅଧ୍ୟକ୍ଷାଭାବେ ଝିଲି ଶବର ଏବଂ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷଭାବେ ରବି ଶଙ୍କର ଗମାଙ୍ଗ ବିଜୟୀ ହୋଇଛନ୍ତି। ଗୁଣପୁର ବ୍ଲକର ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ଦ୍ବାରା ସମର୍ଥିତ ସ୍ବାଧୀନ ପ୍ରାର୍ଥିନୀ ଝିଲି ଶବର ବିଜୟ ମୁକୁଟ ପିନ୍ଧିଛନ୍ତି। ଡମ୍ବସରା ସମିତି ସଭ୍ୟା ଝିଲି ୧୫ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡି ସମର୍ଥିତ ଚିନାସାରି ପଞ୍ଚାୟତର ସମିତି ସଭ୍ୟା ସିନେମି ଶବର ୪ ଖଣ୍ଡ ଭୋଟ ପାଇଥିଲେ। ସଦ୍ୟ ସମାପ୍ତ ନିର୍ବାଚନରେ ଗୁଣପୁର ବ୍ଲକର ଦୁଇଟି ଜିଲା ପରିଷଦ ଆସନ କଂଗ୍ରେସ ହାତକୁ ଚାଲିଯାଇଥିଲାା ଏବେ ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି ହାତରୁ ଚାଲିଯାଇଛି। ଏହାର ପ୍ରଭାବ ଆଗାମୀ ପୌର ନିର୍ବାଚନ ଉପରେ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ପୌରାଧ୍ୟକ୍ଷ ଆସନ ହାତେଇବା ଏବେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ଗତ ଦୁଇଥର ଗୁଣପୁର ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ରହିଥିଲା। ହେଲେ ଚଳିତ ଥର ସ୍ବାଧୀନ ହାତକୁ ଚାଲି ଯାଇଛି। ବିଜେଡିକୁ ବଡ଼ ଝଟ୍‌କା ଦେଇଛି। ଏପରି ସ୍ଥିତିରେ ଆଗକୁ ପୌର ନିର୍ବାଚନ ହେବାକୁ ଯାଉଛିା ଏହା ଏବେ ଦଳ ପାଇଁ ସମ୍ମାନର ବିଷୟ ହୋଇଛି। ଗୁଣପୁର ପୌରାଧ୍ୟକ୍ଷା ଆସନ ପାଇଁ ବିଜେଡି ପକ୍ଷରୁ ଜିଲା ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସଙ୍କ ବଡ଼ ଭଉଣୀ ସଞ୍ଜୁକ୍ତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ ବିଜେଡିରୁ ବହିଷ୍କୃତ ହୋଇଥିବା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ସ୍ତ୍ରୀ ମମତା ଗୌଡ଼ ମଧ୍ୟ ଅଧ୍ୟକ୍ଷା ପାର୍ଥତ୍ନୀ ହୋଇଛନ୍ତି। ଶିବ ପ୍ରସାଦ ବ୍ଲକ ଦଖଲ କରି ବିଜେଡିକୁ ଚକମା ଦେବାପରେ ଏବେ ପୌର ନିର୍ବାଚନକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ଏପରି ସ୍ଥିତିରେ ବ୍ଲକ ହାତ ଛଡ଼ା ହେବା ପରେ ଗୁଣପୁର ପୌରାଧ୍ୟକ୍ଷ ଆସନ ବଜାୟ ରଖିବା ଏବେ ବିଜେଡି ପାଇଁ ସମ୍ମାନର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ପହଞ୍ଚିଲେ ଆଉ ୪୬୧ ଶ୍ରମିକ

ରାୟଗଡ଼ା ଅଫିସ,୧୬ା୫: ଦକ୍ଷିଣ ଭାରତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆଣୁଛନ୍ତି। ଗୁରୁବାର ୨ଟି ଏକ ସ୍ବତନ୍ତ୍ର ଟ୍ରେନ୍‌ରେ...

ବାଲିଗୁଡ଼ା ପୌରପରିଷଦ ପାଇଁ ପ୍ରାର୍ଥୀ ଦେଲା ବିଜେଡି

ବାଲିଗୁଡ଼ା,୬ା୩(ଡି.ଏନ୍‌.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ...

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲାପାଳ

ରାୟଗଡ଼ା ଅଫିସ/ଗୁଡାରି (ଡି.ଏନ୍‌.ଏ.)୧୭।୪:  ରାୟଗଡ଼ା ଜିଲାପାଳ ସରୋଜ କୁମାର ମିଶ୍ର ଶନିବାର ଗୁଡାରି ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ସେହିପରି...

ଉତ୍ସାହିତ ପ୍ରାର୍ଥୀ: ୧୪ ପରେ ଅସଲ ଲଢେଇ

ସୁନ୍ଦରଗଡ଼,୮।୩(ଡି.ଏନ୍‌.ଏ.): ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ସପ୍ତାହେ ହେଲା ଏଟିଏମ୍‌ରେ ଟଙ୍କା ନାହିଁ: ଗ୍ରାହକଙ୍କୁ ଲୁଟୁଛନ୍ତି କିଓସ୍କ ବ୍ୟାଙ୍କ ସେବା କେନ୍ଦ୍ର

କାଶୀନଗର,୨୫।୬(ଡି.ଏନ୍‌.ଏ.)- କାଶୀନଗର ଏନ୍‌ଏସି ଅଞ୍ଚଳରେ ଗ୍ରାହକ ଉପଯୁକ୍ତ ଏଟିଏମ୍‌ ସେବା ପାଉ ନ ଥିବା ଅଭିଯୋଗ ହୋଇଛି। ଏଠାରେ ଷ୍ଟେଟ୍‌ବ୍ୟାଙ୍କର ୨ଟି ଏଟିଏମ୍‌, ଆନ୍ଧ୍ରବ୍ୟାଙ୍କର ଗୋଟିଏ...

ଆଠମଲ୍ଲିକରେ ସମ୍ମାନର ଲଢ଼େଇ

ବଇଣ୍ଡା,୨୧।୩(ଡି.ଏନ.ଏ.): ଆଠମଲ୍ଲିକ ଏନ୍‌ଏସି ସ୍ଥାପନ ପରଠାରୁ ୪ଥର ପୌର ନିର୍ବାଚନ ହୋଇଛି। ସେଥିରୁ ୩ଥର କଂଗ୍ରେସ ଓ ଥରଟିଏ ବିଜେଡି ଏନ୍‌ଏସି ଦଖଲ କରିବାରେ ସଫଳ ହୋଇଛି।...

ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ବାହାର ରାଜ୍ୟର ୪୭ ଅଟକ ବ୍ୟକ୍ତି

  ରାୟଗଡ଼ା ଅଫିସ,୩ା୫: ରାୟଗଡ଼ା ବ୍ଲକ୍‌ ଅଧୀନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଗାଁ ସଙ୍ଗରୋଧ କେନ୍ଦ୍ରରେ ଥିବା ୪୭ ଅଟକ ବ୍ୟକ୍ତିଙ୍କୁ ରବିବାର ନିଜ ଅଞ୍ଚଳଙ୍କୁ...

କୃଷିଋଣ ଆଳରେ ବ୍ୟାଙ୍କ ଦେଉନି ମଜୁରି ଟଙ୍କା

ଜୟପୁର,୧।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଏନ୍‌ଆର୍‌ଇଜିଏସ୍‌) ରେ ମଜୁରୀ ଟଙ୍କା ବାବଦକୁ ଜମା ହୋଇଥିବା ରାଶି ବ୍ୟାଙ୍କଠାରୁ ପାଇପାରୁ...

Advertisement
Archives

Model This Week