ଗୁଣପୁର ପୌରାଧ୍ୟକ୍ଷ ଆସନ ହାତେଇବା ବିଜେଡି ପାଇଁ ଚ୍ୟାଲେଞ୍ଜ

ଗୁଣପୁର,୧୪ା୩(ଡି.ଏନ.ଏ): ରାୟଗଡ଼ା ଜିଲାର ଗୁଣପୁର ଏବଂ ରାମନାଗୁଡ଼ା ବ୍ଲକ ବିଜେଡି ହାତରୁ ଖସିଛିା ଦୁଇଟି ସ୍ଥାନରେ ବିଜେଡିକୁ ଅଧ୍ୟକ୍ଷ ଆସନ ହରାଇବାକୁ ପଡ଼ିଛି। ଗୁଣପୁର ବ୍ଲକ ଅଧ୍ୟକ୍ଷାଭାବେ ଝିଲି ଶବର ଏବଂ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷଭାବେ ରବି ଶଙ୍କର ଗମାଙ୍ଗ ବିଜୟୀ ହୋଇଛନ୍ତି। ଗୁଣପୁର ବ୍ଲକର ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ଦ୍ବାରା ସମର୍ଥିତ ସ୍ବାଧୀନ ପ୍ରାର୍ଥିନୀ ଝିଲି ଶବର ବିଜୟ ମୁକୁଟ ପିନ୍ଧିଛନ୍ତି। ଡମ୍ବସରା ସମିତି ସଭ୍ୟା ଝିଲି ୧୫ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡି ସମର୍ଥିତ ଚିନାସାରି ପଞ୍ଚାୟତର ସମିତି ସଭ୍ୟା ସିନେମି ଶବର ୪ ଖଣ୍ଡ ଭୋଟ ପାଇଥିଲେ। ସଦ୍ୟ ସମାପ୍ତ ନିର୍ବାଚନରେ ଗୁଣପୁର ବ୍ଲକର ଦୁଇଟି ଜିଲା ପରିଷଦ ଆସନ କଂଗ୍ରେସ ହାତକୁ ଚାଲିଯାଇଥିଲାା ଏବେ ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି ହାତରୁ ଚାଲିଯାଇଛି। ଏହାର ପ୍ରଭାବ ଆଗାମୀ ପୌର ନିର୍ବାଚନ ଉପରେ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ପୌରାଧ୍ୟକ୍ଷ ଆସନ ହାତେଇବା ଏବେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ଗତ ଦୁଇଥର ଗୁଣପୁର ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ରହିଥିଲା। ହେଲେ ଚଳିତ ଥର ସ୍ବାଧୀନ ହାତକୁ ଚାଲି ଯାଇଛି। ବିଜେଡିକୁ ବଡ଼ ଝଟ୍‌କା ଦେଇଛି। ଏପରି ସ୍ଥିତିରେ ଆଗକୁ ପୌର ନିର୍ବାଚନ ହେବାକୁ ଯାଉଛିା ଏହା ଏବେ ଦଳ ପାଇଁ ସମ୍ମାନର ବିଷୟ ହୋଇଛି। ଗୁଣପୁର ପୌରାଧ୍ୟକ୍ଷା ଆସନ ପାଇଁ ବିଜେଡି ପକ୍ଷରୁ ଜିଲା ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସଙ୍କ ବଡ଼ ଭଉଣୀ ସଞ୍ଜୁକ୍ତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ ବିଜେଡିରୁ ବହିଷ୍କୃତ ହୋଇଥିବା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ସ୍ତ୍ରୀ ମମତା ଗୌଡ଼ ମଧ୍ୟ ଅଧ୍ୟକ୍ଷା ପାର୍ଥତ୍ନୀ ହୋଇଛନ୍ତି। ଶିବ ପ୍ରସାଦ ବ୍ଲକ ଦଖଲ କରି ବିଜେଡିକୁ ଚକମା ଦେବାପରେ ଏବେ ପୌର ନିର୍ବାଚନକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ଏପରି ସ୍ଥିତିରେ ବ୍ଲକ ହାତ ଛଡ଼ା ହେବା ପରେ ଗୁଣପୁର ପୌରାଧ୍ୟକ୍ଷ ଆସନ ବଜାୟ ରଖିବା ଏବେ ବିଜେଡି ପାଇଁ ସମ୍ମାନର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?