‘ବର୍ଷାଙ୍କ ବିକଳ୍ପ ରହଣି ବ୍ୟବସ୍ଥା କରିବୁ’

କଟକ ଅଫିସ,୨୫ା୫: ଓଡ଼ିଆ ଫିଲ୍ମ ଷ୍ଟାର୍‌ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଉପରେ ମଙ୍ଗଳବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଶୁଣାଣି ହୋଇଛି। ଅନୁଭବଙ୍କ ପକ୍ଷରୁ ଦାଏର ହୋଇଥିବା ୨ ପିଟିଶନର ଶୁଣାଣି ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ନିଜ ପିଟିଶନରେ ଅନୁଭବ ଉଲ୍ଲେଖ କରିଛନ୍ତି ଯେ, ସେ ବର୍ଷାଙ୍କ ବିକଳ୍ପ ରହିଣି ପାଇଁ ଭଲ ବ୍ୟବସ୍ଥା କରିବେ ଏବଂ ସେ ବାବଦ ଖର୍ଚ୍ଚକୁ ଭରଣା କରିବେ। ନନ୍ଦିସାହି ସ୍ଥିତ ତାଙ୍କ ପୈତୃକ ବାସଭବନକୁ ବର୍ଷା ଛାଡ଼ନ୍ତୁ। ଯେହେତୁ ବର୍ଷା ତାଙ୍କ ମୂଳ ଆବେଦନରେ ବିକଳ୍ପ ରହଣି ବ୍ୟବସ୍ଥା ଚାହିଁଥିଲେ, ସେଥିରେ ସେ ରାଜି ଥିବା ଅନୁଭବ ପିଟିଶନରେ ଦର୍ଶାଇଛନ୍ତି। ନନ୍ଦିସାହିସ୍ଥିତ ବାସଭବନ ଏକ ଜଏଣ୍ଟ ପ୍ରପର୍ଟି। ସେଥିରେ ଅନୁଭବଙ୍କ ମା’ବାପା, ଭାଉଜ, ଭାଇ ସମସ୍ତଙ୍କ ଅଧିକାର ରହିଛି। ତେଣୁ ସେମାନଙ୍କୁ ସେହି ଘରେ ରହିବାକୁ ଦିଆଯାଉ। ଦାମ୍ପତ୍ୟ କଳିରେ ପରିବାରର ଅନ୍ୟ ସଦସ୍ୟଙ୍କୁ ହଇରାଣ କରାଯାଇପାରିବ ନାହିଁ ବୋଲି ଅନୁଭବଙ୍କ ଓକିଲ ସୁପ୍ରିମ୍‌କୋର୍ଟ ରାୟର ଉଦାହରଣ ଦେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଅନ୍ୟ ଏକ ପିଟିଶନରେ ବର୍ଷାଙ୍କ ଭରଣପୋଷଣ ପାଇଁ ତାଙ୍କ ବାର୍ଷିକ ଆୟର ତଥ୍ୟ ମଗାଯାଇଛି।
ଅନ୍ୟପକ୍ଷରେ ବର୍ଷାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଯେହେତୁ ବର୍ଷା ଏବେ ଏକୁଟିଆ, ତେଣୁ ସେ ବାହାରେ ରହିବା ଅସୁରକ୍ଷିତ। ସେ ବିନା ସୁରକ୍ଷାରେ ଏକାକୀ ଅନ୍ୟ ଘରେ ରହିପାରିବେ ନାହିଁ। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି। ସୂଚନାଥାଉ କି, ଅନୁଭବ ତାଙ୍କ ବାପା ଓ ମା’ଙ୍କ ସହ ଅନ୍ୟତ୍ର ରହୁଥିବା ବେଳେ ତାଙ୍କ ନନ୍ଦିସାହିସ୍ଥିତ ବାସଭବନରେ ବର୍ଷା ରହୁଛନ୍ତି। ତେବେ ଅନୁଭବ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ କଥା ଉଠାଇଛନ୍ତି, ଯାହା ତାଙ୍କର ଚରିତ୍ର ସଂହାର କରୁଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରି ମଙ୍ଗଳବାର ବର୍ଷାଙ୍କ ତରଫରୁ ଏସ୍‌ଡିଜେଏମ୍‌ କୋର୍ଟରେ ସାନି ପିଟିଶନ ଦାଏର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ଗିରଫ

ପାତ୍ରପୁର,୨୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜରଡ଼ା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି ା ପୋଲିସ...

ଅବହେଳା କଲେ ପୁଣି ଲକ୍‌ଡାଉନ

ଭୁବନେଶ୍ୱର, ୮।୯(ବ୍ୟୁରୋ):ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍‌ଡାଉନ କୋହଳ କରାଯାଇଛି। କିନ୍ତୁ ତା’ର ଅର୍ଥ ନୁହେଁ ଯେ, ଆମେ ନିୟମ ପାଳନରେ ଢିଲା...

‘ଧରିତ୍ରୀ’ ପ୍ରଭାବ: ଷ୍ଟାଣ୍ଡ୍‌କୁ ଫେରିଲା ‘ମୋ ସାଇକେଲ’

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ବାଟବଣା ହୋଇଯାଇଥିବା ମୋ ସାଇକେଲ୍‌ ଯୋଜନାକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଲୋକଙ୍କ ଅକ୍ତିଆରରେ ଥିବା ‘ମୋ ସାଇକେଲ’କୁ ପୁଣିଥରେ...

ଚିକିତ୍ସା ଅବହେଳା ଅଭିଯୋଗ: ଅକ୍ସିଜେନ ଦିଆ ନ ଯିବାରୁ ଝିଅର ମୃତ୍ୟୁ

କେନ୍ଦୁଝର,୧୭।୯(ସ୍ବ.ପ୍ର.): ସାପ କାମୁଡ଼ାରେ ଅସୁସ୍ଥହୋଇ କେନ୍ଦୁଝର ଜିଲା ମୁଖ୍ୟ ଡକ୍ତରଖାନାରେ ଚିକିତ୍ସଧୀନ ଜଣେ ଯୁବତୀଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଯାତ୍ରୀ ପାତ୍ର(୧୭)।...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ: ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି

ଭୁବନେଶ୍ୱର,୩୧ା୫(ବ୍ୟୁରୋ):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଥିବା ଜବରଦଖଲକୁ ନେଇ ଦାଏର ଦୁଇଟି ପିଟିଶନ ଉପରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଶୁଣାଣି...

ଧାନ କିଣାକୁ ବିରୋଧ କରି ରାଜରାସ୍ତାରେ ଚାଷୀ

ପଦ୍ମପୁର,୨୨ା୧୨(ଡି.ଏନ୍‌.ଏ.): ବରହମପୁର ସେବା ସମବାୟ ସମିତିରେ ସ୍ବୟଂ ସହାୟକ ଗୋଷ୍ଠୀର ଧନ କିଣାକୁ ବିରୋଧ କରି ମଙ୍ଗଳବାର ଚାଷୀମାନେ ଧାନ ବୋଝେଇ ଟ୍ରକ ଓ ଟ୍ରାକ୍ଟର...

ସୁବର୍ଣ୍ଣରେଖାରେ ବନ୍ୟା: ୩ ବ୍ଲକ ଜଳମଗ୍ନ

ବାଲେଶ୍ୱର ଅଫିସ,୨୨ା୮: ବାଲେଶ୍ୱର ଜିଲାରେ ପ୍ରବାହିତ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। ଫଳରେ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକର ସମସ୍ତ ଅଞ୍ଚଳ ଜଳବନ୍ଦୀ। ରବିବାର ରାତି ୩ରୁ...

ରାଜ୍ୟରେ ୫ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ)- ଟିକାକରଣ କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ଟିକାକରଣ ୫ କୋଟି ଡୋଜ୍‌ ଟପିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

Advertisement
Archives

Model This Week