Posted inଜାତୀୟ

ଆମକୁ ‘ଗୁଜରାଟର ଗଧ’ କହୁଥିଲେ: ମୋଦି

ନୂଆଦିଲ୍ଲୀ,୧୦ା୨: ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୫ ବର୍ଷ ତଳର କଟାକ୍ଷକୁ ଏ ଯାଏ ଭୁଲି ପାରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପି ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୋଦି ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ସେମାନେ ଆମକୁ ‘ଗୁଜରାଟର ଗଧ’ କହୁଥିଲେ। ଏହି ଦୁଇଜଣଙ୍କ ପ୍ରଦର୍ଶନକୁ ୟୁପି ଜନତା ଦେଖିସାରିଛନ୍ତି। ଦୁହିଁଙ୍କୁ ଲୋକେ ଉପଯୁକ୍ତ ଶିକ୍ଷା ଦେଇଛନ୍ତି। ଏପରି କି ଆଉ ଗୋଟିଏ ସମୟରେ ବୁଆଜୀ (ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ) ମଧ୍ୟ ସେମାନଙ୍କ ସହ ମିଶି ଯାଇଥିଲେ। ହେଲେ ମିଛ ସମାଜବାଦ ଏବଂ ପାରିବାରିକ ରାଜନୀତି କାମ କରି ନ ଥିଲା ବୋଲି ମୋଦି କହିଛନ୍ତି।
ବୁଧବାର ଦେଇଥିବା ସାକ୍ଷାତ୍‌କାରରେ ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁର ବିଧାନସଭା ନିର୍ବାଚନ, କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଏବଂ ଫିରୋଜପୁରରେ ତାଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ସମେତ ଅନ୍ୟ କେତେକ ପ୍ରସଙ୍ଗ ଉପରେ ମଧ୍ୟ ମତ ରଖିଛନ୍ତି। ଲଖିମପୁର ଖେରିରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗାଡ଼ି ମଡ଼ାଇ ୪ ଚାଷୀ ଓ ଜଣେ ଖବରଦାତାଙ୍କୁ ହତ୍ୟା କରିବା ପ୍ରସଙ୍ଗରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଯୋଗୀ ଆଦିତ୍ୟନାଥ ସରକାର ସ୍ବଚ୍ଛତାର ସହ କାର୍ଯ୍ୟ କରୁଛନ୍ତି। ସେହିପରି ସିବିଆଇ, ଇଡି ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଲୋକଙ୍କ ବିରୋଧରେ ଲଗାଯାଉଥିବା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ଖଣ୍ଡନ କରିଛନ୍ତି। ପଞ୍ଜାବର ଫିରୋଜପୁର ଗସ୍ତବେଳେ କୃଷକଙ୍କ ବିରୋଧ ଯୋଗୁ ଫ୍ଲାଏଓଭର ଉପରେ ୨୦ ମିନିଟ୍‌ ଫସି ରହି ଦିଲ୍ଲୀ ଫେରିବା ପ୍ରସଙ୍ଗରେ ସେ କହିଛନ୍ତି, ମନ୍ତବ୍ୟ ଦେଲେ ତଦନ୍ତ ପ୍ରଭାବିତ ହୋଇପାରେ। ସୁପ୍ରିମକୋର୍ଟ ଏହି ବିଷୟରେ ଗମ୍ଭୀରତାର ସହ ବିଚାର କରୁଛନ୍ତି। ୩ କୃଷି ଆଇନ କାର୍ଯ୍ୟକାରୀ ହୋଇଥିଲେ ଦେଶର ଚାଷୀ ଉପକୃତ ହୋଇଥାନ୍ତେ। ତେବେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସେଗୁଡ଼ିକୁ ଫେରାଇ ନିଆଗଲା ବୋଲି ସଫେଇ ଦେଇଛନ୍ତି। ସାକ୍ଷାତ୍‌କାରରେ ପ୍ରଧାନମନ୍ତ୍ରୀ ଭାଜପା ପାଇଁ ନିର୍ବାଚନ ପ୍ରଚାର ସୁଯୋଗକୁ ହାତଛଡ଼ା କରିନାହାନ୍ତି। ଭାଜପା ଏଥର ପୁଣି ଜିତୁଛି। ସବୁଠି ଗୈରିକ ଦଳର ହାଓ୍ବା। ୫ ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ମିଳିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।

ୟୁପି ନିର୍ବାଚନ: ଗଧ ଉପାଖ୍ୟାନ

୨୦୧୭ ବିଧାନସଭା ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ଶାସିତ ୟୁପିରେ ହଠାତ୍‌ ଗଧ ଉପାଖ୍ୟାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ମୁଖ୍ୟମନ୍ତ୍ରୀ ଥିଲେ ଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପୁଅ ଅଖିଳେଶ ଯାଦବ। ବିଧାନସଭା ନିର୍ବାଚନ ପ୍ରଚାର ଜୋର୍‌ ଧରି ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କାଳୀନ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୟୁପିକୁ ତୋଫାନୀ ଗସ୍ତ କରୁଥିଲେ। ମୁଖ୍ୟମନ୍ତ୍ରୀ ଅଖିଳେଶ ଫେବୃୟାରୀ ୨୧ରେ ମୋଦି-ଶାହାଙ୍କୁ କଟାକ୍ଷ କରି ‘ଗୁଜରାଟ କେ ଗଧେ’ କହିଥିଲେ। ଏସ୍‌ପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କେତେକ ସଭାରେ ଗଧ କଥା ଉଠାଇ ପ୍ରଚାର କରିଥିଲେ। ସେତେବେଳେ ଟିଭିରେ ଗୁଜରାଟ ସରକାରଙ୍କ ଏକ ବିଜ୍ଞାପନ ଦେଖିବାକୁ ମିଳୁଥିଲା। ଗୁଜରାଟ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ୍‌ ଆମ୍ବାସାଡର ଅଭିନେତା ଅମିତାଭ ବଚ୍ଚନ ଗଧଙ୍କୁ ନେଇ ପ୍ରସ୍ତୁତ ଏକ ଭିଡିଓ ଜରିଆରେ ଟୁରିଜମ୍‌ କ୍ୟାମ୍ପେନ୍‌କୁ ଆଗକୁ ବଢ଼ାଇଥିଲେ। ଏହି ପରିପ୍ରେକ୍ଷୀରେ ଅଖିଳେଶ ଗୁଜରାଟର ଗଧଙ୍କ ପାଇଁ ପ୍ରଚାର ନ କରିବାକୁ ବିଗ୍‌ ବିଙ୍କୁ ପରାମର୍ଶ ଦେଇଥିଲେ। ସମାଜବାଦୀ ପାର୍ଟିର ନେତୃତ୍ୱକୁ ନେଇ ସେତେବେଳେ ଅଖିଳେଶ ଓ ମୁଲାୟମଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିବାରୁ ଏହାର ଦୁଇ ଦିନ ପରେ ମୋଦି ଜବାବ ରଖିଥିଲେ, ଗୁଜରାଟର ଗଧମାନେ ବିଶ୍ୱସ୍ତ ଓ ପରିଶ୍ରମୀ। ବାପାଙ୍କ ସହ ବିଶ୍ୱାସଘାତ କରିଥିବା ଅଖିଳେଶ ଗୁଜରାଟର ଗଧଙ୍କଠାରୁ ବିଶ୍ୱସ୍ତ ହେବା ଶିଖନ୍ତୁ ବୋଲି ମୋଦି କହିଥିଲେ। ଏହା କେବଳ ୟୁପି ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ କୌତୂହଳ ସୃଷ୍ଟି କରିଥିଲା। ଅଖିଳେଶଙ୍କ ୫ ବର୍ଷ ତଳର ଗଧ ଉପାଖ୍ୟାନକୁ ପ୍ରଧାନମନ୍ତ୍ରୀ ମୋଦି ୟୁପି ନିର୍ବାଚନର ଅବ୍ୟବହିତ ପୂର୍ବରୁ ସ୍ମରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri