ଭାଜପା, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ

କେନ୍ଦ୍ରାପଡ଼ା ଅଫିସ, ୧୦ା୨: କେନ୍ଦ୍ରାପଡ଼ା ବ୍ଲକ ୬ ନଂ. ଜୋନ୍‌ରେ ଆସନ୍ତା ୨୨ରେ ନିର୍ବାଚନ ହେବ। ପ୍ରାର୍ଥୀମାନଙ୍କ ପ୍ରଚାର ଦିନକୁ ଦିନ ଜୋରଦାର ହୋଇଛି। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ଜୋନ୍‌ ଉଭୟ ଶାସକ ବିଜେଡି ଓ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଦଳୀୟ ଅସନ୍ତୋଷ ଭୋଟ ବିଭାଜନର କାରଣ ହେବ। ଏଥିରେ କଂଗ୍ରେସକୁ ଫାଇଦା ମିଳିପାରେ ବୋଲି ରାଜନୈତିକ ବ୍ୟକ୍ତିଙ୍କ ମହଲରେ ଆଲୋଚନା ହେଉଛି।

୬ନଂ.ଜୋନ୍‌ ଅଧୀନ ଭାଗବତପୁର ପଞ୍ଚାୟତର ୧୭ ୱାର୍ଡରେ ୪୫୮୪ ଭୋଟର ଅଛନ୍ତି । ସେହିପରି ଚକ୍ରୋଡ଼ା ପଞ୍ଚାୟତର ୧୮ ୱାର୍ଡରେ ୬୪୨୭, ଗୁଲନଗର ପଞ୍ଚାୟତର ୧୨ ୱାର୍ଡରେ ୩୫୮୦, ଯମଧର ପଞ୍ଚାୟତର ୨୦ ୱାର୍ଡରେ ୬୩୭୬ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ୨୦ ୱାର୍ଡର ୬୭୩୬ ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ । ଏହି ଜୋନ୍‌ରେ ବିଜେଡିରୁ ନିର୍ମଳା ମହାନ୍ତି, ଭାଜପାରୁ ସଙ୍ଗୀତା ରାଉତ, କଂଗ୍ରେସରୁ ସସ୍ମିତା ପଣ୍ଡା ଓ ସ୍ବାଧୀନ ପ୍ରାର୍ଥୀ ଭାବେ ରଶ୍ମିତା ଦାସ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିଶେଷଜ୍ଞ ଅମରବର ବିଶ୍ୱାଳ, ମୀର୍‌ ଅବୁ ଓବେଦା, ବିଜୟ କୁମାର ପରିଡ଼ା ପ୍ରମୁଖ କହିଛନ୍ତି, ଆଞ୍ଚଳିକ ସମସ୍ୟା ସହ ଦଳୀୟ କନ୍ଦଳ ଏହି ଜୋନ୍‌ର ଭୋଟ ଫଳାଫଳକୁ ପ୍ରଭାବିତ କରିବ । କେନ୍ଦ୍ରାପଡ଼ା ବ୍ଲକର ଗୁଲନଗର ପଞ୍ଚାୟତ ସହର ମଧ୍ୟରେ ଅଛି । ଏହି ପଞ୍ଚାୟତବାସୀ ପୌରାଞ୍ଚଳରେ ସାମିଲ ହେବା ପାଇଁ ଦୀର୍ଘଦିନ ହେବ ଅପେକ୍ଷା କରିଛନ୍ତି । ଏବେ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଥିବା ବେଳେ ପୌରାଞ୍ଚଳ ସୀମା ନିର୍ଦ୍ଧାରଣ ସମସ୍ୟା ଅଟକି ରହିଛି । ଏହା ବ୍ୟତୀତ ପ୍ରତ୍ୟେକ ପଞ୍ଚାୟତରେ ପାନୀୟ ଜଳ, ରାସ୍ତା, କ୍ଷେତକୁ ଜଳ ପରିଚାଳନା ସମସ୍ୟା ରହିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରୁ ଭାଜପାର ଦେବାଶିଷ ଦାସ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଏଥିରେ ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ ମହାନ୍ତି ପରାସ୍ତ ହୋଇଥିଲେ। ଚଳିତ ବର୍ଷ ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବାରୁ ଦେବାଶିଷଙ୍କ ସ୍ତ୍ରୀ ରଶ୍ମିତା ଓ ପ୍ରଦୀପ୍ତଙ୍କ ସ୍ତ୍ରୀ ନିର୍ମଳା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଏଠାରେ ଭାଜପା ପକ୍ଷରୁ ସଙ୍ଗୀତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବିଦ୍ରୋହୀ ପ୍ରାର୍ଥୀ ରଶ୍ମିତା ଓ ସ୍ବାମୀ ଦେବାଶିଷଙ୍କୁ ଭାଜପାରୁ ନିଲମ୍ବିତ କରାଯାଇଛି। ଅପରପକ୍ଷେ ରାଜନୀତି କ୍ଷେତ୍ରରେ ପ୍ରାଧାନ୍ୟ ଥିବା ପ୍ରଦୀପ୍ତ ଓ ସ୍ତ୍ରୀ ନିର୍ମଳାଙ୍କ ବିରୋଧରେ ବିଜେଡିର ଭକ୍ତିମୟୀ କର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ପରେ ଭକ୍ତିମୟୀଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଦଳୀୟ ବିଶୃଙ୍ଖଳା ବାରି ହୋଇପଡୁଛି। ଭାଜପା ଓ ବିଜେଡିର ଏହି ଦଳୀୟ କନ୍ଦଳ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ସସ୍ମିତାଙ୍କ ପ୍ରଚାର ଜୋର ଧରିଛି। ଏହି ଜୋନ୍‌ର ଅଧିକାଂଶ ପଞ୍ଚାୟତରେ ପୂର୍ବ ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଜିତିଛନ୍ତି। ଚଳିତ ଥର ମଧ୍ୟ ତାହା ଲକ୍ଷ୍ୟ କରାଯାଉଛି । ଯାହାର ଫାଇଦା ଜୋନ୍‌ ସଭ୍ୟ ପ୍ରାର୍ଥୀ ପାଇପାରିବେ ବୋଲି ରାଜନୈତକି ବିଶ୍ଳେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ସ୍ଥଗିତ ହେଲା OSSTET-୨୦୨୬ ପରୀକ୍ଷା: ବୁଧବାର ହେବାର ଥିଲା, ପୁଣି ଏହି ଦିନ…

ଭୁବନେଶ୍ବର,୨୯।୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?