ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ: ଆମେରିକାକୁ ଚେତାବନୀ ଦେଇ ୨୦୨୪ ନୂଆବର୍ଷକୁ ସ୍ବାଗତ କଲେ କିମ…

ପ୍ୟୋଙ୍ଗୟାଙ୍ଗ,୧।୧ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ତଥା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁରୁଣା ୨୦୨୩ ବର୍ଷକୁ ବିଦାୟ ଦେବା ସହିତ ୨୦୨୪ ବର୍ଷକୁ ସ୍ବାଗତ କରି ନୂଆ ଧମକ ଦେଇଛନ୍ତି। ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଅନୁଯାୟୀ କିମ ଜୋଙ୍ଗ ଉନ ଦକ୍ଷିଣ କୋରିଆ ଉପରେ ନୂଆ ଆଣବିକ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ଏହା ସହିତ ସେ ନିଜ ସେନାକୁ ଯେକୌଣସି ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସାମରିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ବର୍ଷ ଶେଷରେ ଏକ ପାଞ୍ଚ ଦିନିଆ ପାର୍ଟି ସଭାରେ କିମ ଜୋଙ୍ଗ ଉନ ଏକ ଦୀର୍ଘ ଭାଷଣ ଦେଇଥିଲେ। ଏହି ସମୟରେ ସେ ଆମେରିକାକୁ କଡ଼ା ସମାଲୋଚନା କରିଥିଲେ।

କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି (କେସିଏନଏ) ଅନୁଯାୟୀ ୨୦୨୪ ବର୍ଷ ପାଇଁ ସାମରିକ ବିକାଶ ଯୋଜନା ଘୋଷଣା କରାଯାଇଛି। ଏଥିରେ ତିନୋଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ, ମାନବ ବିହୀନ ଡ୍ରୋନ ଉତ୍ପାଦନ, ବୈ ଦ୍ୟୁତିକ ଯୁଦ୍ଧ କ୍ଷମତା ବିକାଶ ଏବଂ ଆଣବିକ ତଥା କ୍ଷେପଣାସ୍ତ୍ର ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି।

କେସିଏନଏ ଅନୁଯାୟୀ କିମ ଜୋଙ୍ଗ ଉନ ଆମେରିକା ବିଭିନ୍ନ ପ୍ରକାରର ସାମରିକ ଧମକ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। ଯୁଦ୍ଧ ପ୍ରତିକ୍ରିୟା କ୍ଷମତା ବଜାୟ ରଖିବାକୁ ସେ ତାଙ୍କର ସଶସ୍ତ୍ର ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। କେକେଏନଏ କହିଛି ଉତ୍ତର କୋରିଆ ଉପରେ ଆକ୍ରମଣ କରିବାକୁ ଶତ୍ରୁଙ୍କ ବେପରୁଆ ପଦକ୍ଷେପ ଯେକୌଣସି ସମୟରେ କୋରିଆ ଉପମହାଦେଶରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିପାରେ। ଉତ୍ତର କୋରିଆର ଆକ୍ରୋଶକୁ ରୋକିବା ପାଇଁ ଆମେରିକା ଦକ୍ଷିଣ କୋରିଆ ବନ୍ଦର ସହର ବୁସାନରେ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ନିୟୋଜିତ କରିଛି। ଏହା ବ୍ୟତୀତ ଜାପାନ ଏବଂ ଦକ୍ଷିଣ କୋରିଆ ସହିତ ମିଳିତ ସମରାଭ୍ୟାସ କରାଯାଇଛି।

ମିଳିତ ଅଭ୍ୟାସରେ ଆମେରିକାର ବି -୫୨ ବିସ୍ଫୋରଣକାରୀ ଭଳି ରଣନୀତିକ ଅସ୍ତ୍ର ନିୟୋଜନକୁ ଆଣବିକ ଯୁଦ୍ଧର ଉଦ୍ଦେଶ୍ୟମୂଳକ ପଦକ୍ଷେପ ବୋଲି ଉତ୍ତର କୋରିଆ କହିଛି। କିମ କହିଛନ୍ତି, ଯେକୌଣସି ସମ୍ଭାବ୍ୟ ପରମାଣୁ ସଙ୍କଟକୁ ଶୀଘ୍ର ଜବାବ ଦେବାକୁ ସେନାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଆମେ କାହାକୁ ଡରିବୁ ନାହିଁ। ଯୁଦ୍ଧ ପାଇଁ ଆମେ ସର୍ବଦା ପ୍ରସ୍ତୁତ ବୋଲି କହି କିମ ଆମେରିକାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?