ଚିଲିକାରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ

ବାଲୁଗାଁ,୧ା୧: (ସଂଗ୍ରାମ ପାଇକରାୟ): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବାରେ ଲାଗିଛି। ରବିବାର ସୁଦ୍ଧା ଚିଲିକାରେ ୧୧୮ ପ୍ରଜାତିର ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ୟୁରାସିଆନ୍‌ ୟୁଜିୟନ ପ୍ରଜାତିର ୧ଲକ୍ଷ ୨୦ହଜାର, ନର୍ଦ୍ଦର୍ନ ପିଣ୍ଟେଲ ୮୧ହଜାର, ଗଡଓ୍ବାଲ ୭୫ହଜାର, ସୋଭଲର ୬୫ହଜାର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆକର୍ଷଣୀୟ ଫ୍ଲେମିଙ୍ଗୋ (ଏରା) ପକ୍ଷୀ ୩୫୦ଟି ଦୃଷ୍ଟିଗୋଚର ହୋଇଛନ୍ତି। ପ୍ରତିବର୍ଷ ଭଳି ଜାନୁୟାରୀ ୪ରୁ ଚିଲିକାରେ ପକ୍ଷୀ ଗଣନା ଏବଂ ୨୦ ତାରିଖରେ ଇରାଓ୍ବାଡି ପ୍ରଜାତିର ଡଲଫିନ୍‌ ଗଣନା ହେବ ବୋଲି ରବିବାର ବାଲୁଗାଁ ଚିଲିକା କୂଳସ୍ଥିତ ବନ୍ୟପ୍ରାଣୀ ବିଭାଗୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିଏଫ୍‌ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି।
ଆସନ୍ତା ୩ ତାରିଖରେ ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣା କେନ୍ଦ୍ରଠାରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ଦିଆଯିବ। ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ବାଲୁଗାଁ, ଟାଙ୍ଗୀ, ରମ୍ଭା, ସାତପଡ଼ା ଏବଂ ଚିଲିକା ଅଞ୍ଚଳରେ ଏହି ପକ୍ଷୀ ଗଣନା ହେବ। ଚିଲିକାକୁ ମୋଟ୍‌ ୨୧ଟି ସେକ୍ଟରରେ ବିଭକ୍ତ କରାଯାଇ ୨୧ଟି ଗଣନାକାରୀ ଗ୍ରୁପଙ୍କୁ ସାମିଲ କରାଯିବ। ୪ ତାରିଖ ଭୋରୁ ୨୧ଟି ଗଣନାକାରୀ ଟିମ୍‌ ଗଣନା କରିବେ। ପ୍ରତି ଟିମ୍‌ରେ ଜଣେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୫ଜଣ ସଦସ୍ୟ ରହିବେ। ପ୍ରତ୍ୟେକ ଟିମ୍‌କୁ ଗଣନା କାର୍ଯ୍ୟ ପାଇଁ ଜିପିଏସ୍‌, ବାଇନାକୁଲାର ଓ ଓ୍ବାକିଟକି ଯୋଗାଇ ଦିଆଯିବ। ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ। ସେହିପରି ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଆସନ୍ତା ୨୦ତାରିଖରେ ଚିଲିକାରେ ଡଲଫିନ୍‌ ଗଣନା ହେବ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୮ଟି ଗ୍ରୁପ୍‌ ଏହି ଡଲଫିନ ଗଣନାରେ ନିୟୋଜିତ ହେବେ। ୧୯ତାରିଖରେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ତେବେ ପକ୍ଷୀ ଏବଂ ଡଲଫିନ୍‌ଙ୍କ ବିଚରଣରେ ଯେପରି ବାଧା ନ ଉପୁଜିବ ସେଥିପାଇଁ ଗଣନାର ଦୁଇଦିନ ପୂର୍ବରୁ ନଳବଣ ଏବଂ ଡଲଫିନ୍‌ ଅଭୟାରଣ୍ୟ ସାତପଡ଼ା ଅଞ୍ଚଳକୁ ଡଙ୍ଗା ଚଳାଚଳ ଏବଂ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ସାତପଡ଼ାରେ ୮ଟି ଏବଂ ବାଲୁଗଁାରେ ୧୦ଟି ଟିମ୍‌ ଡଲଫିନ୍‌ ଗଣନା କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri