Posted inଖେଳ

‘ରବିଙ୍କ ପାଖରେ କିଛି ଭିନ୍ନ ଅଛି’

କୋଲକାତା,୧୭।୨: ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଥିଲେ। ଜୋଦପୁରର ୨୧ ବର୍ଷୀୟ ସ୍ପିନର ୪ ଓଭରରେ ୧୭ ରନ୍‌ ବିନିମୟରେ ହାତେଇଥିଲେ ୨ ଉଇକେଟ। ତାଙ୍କ ବୋଲିଂରେ ପ୍ରତିପକ୍ଷ ଓ୍ବେଷ୍ଟଇଣ୍ଡିଜ ବ୍ୟାଟର କେବଳ ଗୋଟିଏ ବାଉଣ୍ଡ୍ରି ଲଗାଇବାକୁ ସକ୍ଷମ ହୋଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ତାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା।

“ବିଷ୍ଣୋଇ ଏକ ପ୍ରତିଭାଶାଳୀ ଖେଳାଳି। ଏହି କାରଣରୁ ଆମେ ତାଙ୍କୁ ଦଳରେ ନେଇଛୁ। ଆମେ ତାଙ୍କ ପାଖରେ କିଛି ଭିନ୍ନ ଦେଖିଛୁ। ତାଙ୍କ ପାଖରେ ଅନେକ ଭ୍ୟାରିଏଶନ ଓ ସ୍କିଲ ସେଟ୍‌ ଅଛି। ସେ ଯେ କୌଣସି ସ୍ଥିତିରେ ବୋଲିଂ କରିପାରନ୍ତି, ଯାହାକି ଆମକୁ ବୋଲିଂ ପରିବର୍ତ୍ତନରେ ଅଧିକ ବିକଳ୍ପ ପ୍ରଦାନ କରୁଛି। ଭାରତ ପାଇଁ ପ୍ରଥମ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନରେ ଆମେ ଖୁସି। ତାଙ୍କର ଭବିଷ୍ୟତ ଉଜ୍ଜଳ। ଆମେ ତାଙ୍କୁ କେଉଁ ଭଳି ବ୍ୟବହାର କରୁଛୁ, ତାହା ଉପରେ ସବୁ କିଛି ନିର୍ଭର କରୁଛି ” ବୋଲି ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍‌ ପରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ରୁତଗତିରେ ଗାଡି ଚଳାଇ ସିମେନ୍ୟା ଗିରଫ

କେପ୍‌ ଟାଉନ,୧୩।୫(ଏପି): ଅଲିମ୍ପିକ ଚାମ୍ପିୟନ କାଷ୍ଟର ସିମେନ୍ୟା ଦ୍ରୁତ ଗତିରେ ଗାଡି ଚଳାଇ ଦକ୍ଷିଣ ଆଫିକାରେ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ତାଙ୍କୁ ବେଲ୍‌...

ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ରାଖାଲଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୬।୩ (ଡି.ଏନ.ଏ.): ଭୁବନେଶ୍ୱର ରେଳବାଇ ଇନ୍‌ଡୋର ଷ୍ଟାଡିୟମରେ ଫେବୃୟାରୀ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ଜାତୀୟ ହ୍ବୁଇଲ ଚେୟାର ଫ୍ୟାନ୍‌ସିଂ ଚାମ୍ପିୟାନଶିପ୍‌ରେ...

ଏସିଆନ୍‌ ଗେମ୍ସ ତ୍ରୁଟି ଦୋହରାଇବୁନି: ଲାଲରେମ୍‌ସିଆମି

ବେଙ୍ଗାଲୁରୁ,୪।୮(ପି.ଟି.)- ଟୋକିଓ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ଆମେ ସକ୍ଷମ ହେବୁ ବୋଲି ଭାରତୀୟ ମହିଳା ହକି ଦଳ ଫରଓ୍ବାର୍ଡ ଲାଲରେମସିଆମି ବିଶ୍ୱାସର...

ନେରୋକାର ପ୍ରଥମ ବିଜୟ

ଇମ୍ଫାଲ, ୬ା୧୨ (ପି.ଟି.)-ଚଳିତ ବର୍ଷର ଆଇ-ଲିଗ୍‌ରେ ନେରୋକା ଏଫ୍‌ସି ଏହାର ପ୍ରଥମ ବିଜୟ ହାସଲ କରିଛି। ଖୁମାନ ଲାମ୍ପାକଠାରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ...

ପୂର୍ଣ୍ଣିମାଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମଙ୍କ ହେପ୍‌ଟାଥଲନ ଇଭେଣ୍ଟ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ଦିବସରେ...

କ୍ରିକେଟରୁ ଓ୍ବାଟସନଙ୍କ ଅବସର ଘୋଷଣା

ସିଡନୀ,୪।୧୧(ପି.ଟି.): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ସେନ୍‌ ଓ୍ବାଟସନ ମଙ୍ଗଳବାର ପ୍ରତିଯୋଗିତାମୂଳକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କ ୨୦ ବର୍ଷର କ୍ୟାରିୟରର ଅନ୍ତ ଘଟିଛି।...

ବ୍ୟାଟ୍‌ରେ ବଲ ନ ବାଜିବାରୁ ଡ୍ରେସିଂ ରୁମ୍‌ ଚାଲିଗଲେ ପୋଲାର୍ଡ

ଶାରଜା,୨୯।୧୦: ଏଠାରେ ଶୁକ୍ରବାର ବାଂଲାଦେଶ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟ ଏକ ମ୍ୟାଚ୍‌ରେ ଅସାଧାରଣ ଦୃଶ୍ୟ ଦେଖିବାକୁ ମିଳିଛି।...

ଟ୍ରେଣ୍ଡିଂ ପାଲଟିଛି ‘ପୁରାନେ’

ନୂଆଦିଲ୍ଲୀ,୧୪।୧: ଦୁଇ ବର୍ଷ ହେଲା ଲଗାତାର ଫେଲ୍‌ ହେଉଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ପାଇଁ ଜାତୀୟ ଦଳର ବାଟ ପ୍ରାୟତଃ ବନ୍ଦ ହୋଇଯାଇଛି।...

Advertisement
Archives

Model This Week