Posted inଜାତୀୟ

‘ପାକ୍‌ ସହ ପ୍ରତ୍ୟକ୍ଷ ଯୁଦ୍ଧ ଜିତିଛୁ, ପରୋକ୍ଷ ବି ଜିତିବୁ’

ନୂଆଦିଲ୍ଲୀ, ୧୩।୧୨: ଭାରତ ୧୯୭୧ରେ ପାକିସ୍ତାନ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧ ଜିତିଥିଲା। ଏବେ ପାକିସ୍ତାନ ପ୍ରେରିତ ଆତଙ୍କବାଦ ବିରୋଧରେ ପରୋକ୍ଷ ଯୁଦ୍ଧରେ ମଧ୍ୟ ଆମେ ଜିତିବୁ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର କହିଛନ୍ତି। ସ୍ବାଧୀନତା ସମୟରେ ଧର୍ମ ନାମରେ ଦେଶ ବିଭାଜନ ଐତିହାସିକ ଭୁଲ୍‌। ୧୯୭୧ ଯୁଦ୍ଧରୁ ଏହା ସ୍ପଷ୍ଟ ହୋଇଥିଲା। ଆତଙ୍କବାଦ ଏବଂ ଅନ୍ୟ ଭାରତ ବିରୋଧୀ କାର୍ଯ୍ୟ ମାଧ୍ୟମରେ ପାକିସ୍ତାନ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିବା ରାଜନାଥ ୧୯୭୧ ଯୁଦ୍ଧ ବିଜୟର ସ୍ବର୍ଣ୍ଣିମ ବିଜୟ ପର୍ବ ଅବସରରେ ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ କହିଛନ୍ତି।
ସ୍ବର୍ଣ୍ଣିମ ବିଜୟ ପର୍ବକୁ ଆହୁରି ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରିବା ଲାଗି ଭାରତ ସରକାର ଯୋଜନା କରିଥିଲେ। ତେବେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ୍‌, ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ୧୧ ଜଣ ଯବାନଙ୍କ ଅକାଳ ବିୟୋଗ ପରେ ଉକ୍ତ ପର୍ବକୁ ନିରାଡ଼ମ୍ବର ଭାବେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ରାଜନାଥ କହିଛନ୍ତି। ଜେନେରାଲ ରାଓ୍ବତ୍‌ଙ୍କ ପରଲୋକରେ ଦେଶ ଜଣେ ପରାକ୍ରମୀ ଯୋଦ୍ଧା, ଦକ୍ଷ ଉପଦେଷ୍ଟାଙ୍କୁ ହରାଇଲା। ସ୍ବର୍ଣ୍ଣିମ ବିଜୟ ପର୍ବ ପାଳନ ଲାଗି ସେ ଅତ୍ୟନ୍ତ ଉତ୍‌ଫୁଲ୍ଲିତ ଥିଲେ। ଆଜିର ଉତ୍ସବରେ ତାଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ରାଜନାଥ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ‘ଓ୍ବାଲ୍‌ ଅଫ୍‌ ଫେମ୍‌-୧୯୭୧ ଭାରତ-ପାକ୍‌ ଯୁଦ୍ଧ’ର ଉଦ୍‌ଘାଟନ କରିଛନ୍ତି। ସେହି ସମୟରେ ଭାରତର ସଶସ୍ତ୍ର ବଳ ଦେଖାଇଥିବା ପରାକ୍ରମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ହୋଇ ରହିଛି। ଏହି ଯୁଦ୍ଧ କେବଳ ପାକିସ୍ତାନୀ ସୈନ୍ୟବାହିନୀ ବିରୋଧରେ ନ ଥିଲା, ଏହା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ ଥିଲା। ଆମ ଗଣତାନ୍ତ୍ରିକ ପରମ୍ପରା, ଉପଯୁକ୍ତ ବ୍ୟବହାର ଓ ନୈତିକତାର ଏହା ଉତ୍କୃଷ୍ଟ ଦୃଷ୍ଟାନ୍ତ ଭାବେ ସାରା ବିଶ୍ୱ ଜାଣିଥିଲା। ଭାରତ କେବେ କୌଣସି ଦେଶ ଉପରେ ଆକ୍ରମଣ କରେନାହିଁ କିମ୍ବା କୌଣସି ଦେଶର ଇଞ୍ଚେ ବି ଜମି ଦଖଲ କରିନାହିଁ। ବାଂଲାଦେଶରେ ଗଣତାନ୍ତ୍ରିକ ପରମ୍ପରା ସ୍ଥାପନରେ ଏହା ସହାୟତା କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ମଲ୍‌ରେ ଅଗ୍ନିକାଣ୍ଡ: ୫୬ ଘଣ୍ଟା ପରେ ଲିଭିଲା ନିଆଁ

ମୁମ୍ବାଇ,୨୫ ।୧୦: ମୁମ୍ବାଇର ସିଟି ସେଣ୍ଟର ମଲରେ ଲାଗିଥିବା ନିଆକୁ ପାଖାପାଖି ୫୬ ଘଣ୍ଟା ପରେ ଲିଭାଯାଇଛି । କୁହାଯାଉଛି କି ନିକଟରେ ଯେତେ ଅଗ୍ନିକାଣ୍ଡ...

ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଏନ୍‌ଆଇଏ ଯାଞ୍ଚ ଦାବି କଲେ ପୂର୍ବତନ ବ୍ରିଗେଡିୟର!

ନୂଆଦିଲ୍ଲୀ,୯ ।୧୨: ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ...

ବିଧାନସଭାରେ ତକିଆ, କମ୍ବଳ ନେଇ ପହଞ୍ଚିଲେ ବିଧାୟକ

ବେଙ୍ଗାଲୁରୁ,୧୮।୨: କର୍ନାଟକ ସରକାରର ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ଇସ୍ତଫା ଦାବିରେ ଗୁରୁବାର ରାତିସାରା ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ବିଧାୟକମାନେ ଏଠାରେ ଏକ ନିଆରା...

ରାଜଧାନୀରେ ୟେଲୋ ଓ୍ବାର୍ନିଂ

ନୂଆଦିଲ୍ଲୀ,୨୮।୧୨: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଦିନକୁ ଦିନ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ୟେଲୋ ଆଲର୍ଟ...

ଇସ୍ତଫା ଦେଲେ ରାଜସ୍ଥାନର ସମସ୍ତ ମନ୍ତ୍ରୀ

ଜୟପୁର,୨୦।୧୧: ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ହେବାକୁ ଥିବା ଅଦଳବଦଳର ଗୋଟିଏ ଦିନ ପୂର୍ବରୁ ଇସ୍ତଫା ଦେଇଛନ୍ତି ରାଜ୍ୟର ସମସ୍ତ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମସ୍ତ ମନ୍ତ୍ରୀଙ୍କ...

ପରେଡ଼ରୁ ହଟିଲା ଦିଦିଙ୍କ ପ୍ରଜ୍ଞାପନ ମେଢ଼, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

କୋଲକାତା, ୧୬।୧: ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ରୁ ପ୍ରଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ହଟାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରାୟ ୪% ବା...

ଚାଇନା ସହ ସଂଘର୍ଷ: ୨୦ ଯବାନ ଶହୀଦ, ପିଏଲ୍‌ଏର ୪୩ ସୈନ୍ୟ ମୃତାହତ

ନୂଆଦିଲ୍ଲୀ,୧୭ା୬ : କଥା କଟାକଟିରୁ ହାତାହାତି ତା’ ପରେ ସଂଘର୍ଷ ଓ ଶେଷରେ ଫୁଟିଛି ଗୁଳି। ସଂଘର୍ଷ ବେଳେ ଟେକାମାଡ଼ରେ ଟଳିପଡ଼ିଛନ୍ତି ଭାରତୀୟ ସେନାର ଜଣେ...

Advertisement
Archives

Model This Week