Posted inଜାତୀୟ

‘ଆମେ ମଇଦାନରେ ଝଗଡା କରୁ’; ମୋଦି କହିଲେ, ରାହୁଲ-ସୋନିଆଙ୍କ କିଛି ଅସୁବିଧା ହେଲେ…

ନୂଆଦିଲ୍ଲୀ,୨୯।୫: ବିରୋଧୀ ଦଳର କେଉଁ ନେତାଙ୍କୁ ଆପଣ ବହୁତ ପସନ୍ଦ କରନ୍ତି? ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏ ସମ୍ପର୍କରେ ଖୁଲାସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିଲା କି, ବିରୋଧୀ ଦଳର କେଉଁ ନେତାଙ୍କୁ ସେ ସବୁଠୁ ଅଧିକ ପସନ୍ଦ କରନ୍ତି? ଏହି ପ୍ରଶ୍ନର ଉତ୍ତରରେ ପିଏମ କହିଛନ୍ତି, ‘ଯଦି ମୁଁ ନାଁ କହିବି ତେବେ ଏହା ଭଲ ଦେଖାଯିବ ନାହିଁ। କିନ୍ତୁ ଆପଣଙ୍କୁ କହିବାକୁ ଚାହେଁ, ଯଦିଓ ଓକିଲମାନଙ୍କୁ କୋର୍ଟ ଭିତରେ ବାକ୍‌ଯୁଦ୍ଧ କରୁଥିବାର ଦେଖିଥିବେ, କିନ୍ତୁ ସେମାନଙ୍କର ମଧ୍ୟରେ ସମ୍ପର୍କ ବହୁତ ନିବିଡ’। ଓକିଲଙ୍କ ଉଦାହରଣ ଦେଇ ମୋଦି କହିବାକୁ ଚାହିଁଛନ୍ତି ଯେ, ଯଦିଓ ମଇଦାନରେ ବିରୋଧୀଙ୍କ ସହ କଡ଼ା ଟକ୍କର ହୁଏ କିନ୍ତୁ ବ୍ୟକ୍ତିଗତ ଭାବେ ଆମେ ପରସ୍ପର କଥା ବୁଝିବା ସହ ଭଲମନ୍ଦ ବୁଝିଥାଉ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘ରାଜନୈତିକ କ୍ଷେତ୍ରରେ ଅନେକ ଘଟଣା ଘଟିବା ପରେ ମଧ୍ୟ ଆମ ମଧ୍ୟରେ ନିଜରପଣ ରହିଛି’। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କଂଗ୍ରେସରେ ଥିଲୋ। ମୋର ମନେ ଅଛି, ‘୨୦୧୯ ନିର୍ବାଚନ ସମୟରେ ମୁଁ ତାଙ୍କୁ ୩-୪ ଥର କଲ କରିଛି। ଫୋନରେ କଥା ହେବା ସମୟରେ ପ୍ରଣବଜୀ କହୁଥିଲେ, ଏତେ ପରିଶ୍ରମ କରୁଛ, ତୁମ ସ୍ବାସ୍ଥ୍ୟର ଯତ୍ନ କିଏ ନେବ?
ସେ ଜଣେ କଂଗ୍ରେସ କର୍ମୀ, ଆଉ ଭାଜପାର। କଂଗ୍ରେସକୁ ପରାଜିତ କରିବା ପାଇଁ ମୁଁ ରଣନୀତି ପ୍ରସ୍ତୁତ କରୁଥିଲି। ତଥାପି ସେ ମୋତେ ଫୋନ କରି କଥା ହେଉଥିଲେ। ମୁଁ ମଧ୍ୟ ତାଙ୍କୁ ବହୁତ ସମ୍ମାନ କରେ ବୋଲି ମୋଦି କହିଛନ୍ତି।

ସେହିପରି ସାକ୍ଷାତକାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ‘ନିର୍ବାଚନ ସମୟରେ ଥରେ ମହାରାଷ୍ଟ୍ରରେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରରେ ତ୍ରୁଟି ଦେଖାଦେଇଥିଲା। େଯେତେବେଳେ ମୁଁ ଜାଣିବାକୁ ପାଇଲି ମୁଁ ତୁରନ୍ତ ତୁରନ୍ତ ଫୋନ କରି ତାଙ୍କ ଭଲମନ୍ଦ ସମ୍ପର୍କରେ ବୁଝିଥିଲି। ଆଉଥରେ ସୋନିଆ ଗାନ୍ଧୀ କାଶୀରେ ମୋ ବିପକ୍ଷରେ ରୋଡ ଶୋ’ କରୁଥିଲେ। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଗଲା। ଯେତେବେଳେ ମୁଁ ଏ ବିଷୟରେ ସୂଚନା ପାଇଲି, ସଙ୍ଗେ ସଙ୍ଗେ ଏକ ସ୍ବତନ୍ତ୍ର ବିମାନ ପଠାଇ ଦିଲ୍ଲୀ ମେଡିକାଲରେ ତାଙ୍କର ବ୍ୟବସ୍ଥା କଲି’ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?