Posted inଜାତୀୟ

୩ ପିଲାଙ୍କ ଉପରେ କାର୍‌ ଚଢାଇଦେଲେ ବ୍ରିଜଭୂଷଣ ସିଂହଙ୍କ ପୁଅ, ଘଟଣାସ୍ଥଳରୁ ଫେରାର

ନୂଆଦିଲ୍ଲୀ,୨୯।୫: ପିଲାଙ୍କ ଉପରେ ଚଢିଗଲା ଭାଜପା ଏମପି ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅଙ୍କ କାର୍କେଡ। ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୨ ପିଲା। ବ୍ରିଜଭୂଷଣ ସିଂହଙ୍କ ପୁଅ ତଥା ଭାଜପା ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍କେଡରେ ସାମିଲ ଥିବା ଏକ ଫର୍ଚୁନର କାର୍‌ ୩ କଲେଜ ପିଲାଙ୍କ ଉପରେ ଚଢି ଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କୈସରଗଞ୍ଜ ଲୋକସଭା କ୍ଷେତ୍ରରେ।

କୈସରଗଞ୍ଜ ଆସନରୁ ବିଜେପିର ପ୍ରାର୍ଥୀ ଥିବା କରଣ ଭୂଷଣ ସିଂହ ହେଉଛନ୍ତି ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପୁଅ। ସେ ଗୋଣ୍ଡା ଜିଲ୍ଲାରେ ର୍ନିବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ତାଙ୍କ କାରକେଡ୍ରେ ସାମିଲ ଥିବା ଫର୍ଚୁନର୍‌ କାର୍‌ ୩ ଜଣ କଲେଜ ଛାତ୍ରଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରଣଙ୍କ କାରକେଡ ବୈକୁଣ୍ଠ ଡିଗ୍ରୀ କଲେଜ ଦେଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। କାରକେଡ ଯିବା ସମୟରେ କଲେଜର ତିନି ଜଣ ପିଲା ରାସ୍ତା ପାର୍‌ କରୁଥିଲେ। ଏତିକି ବେଳେ କାରକେଡ ଭିତରେ ଥିବା ଏକ ଫର୍ଚ୍ୟୁନର କାର୍‌ ତାଙ୍କ ଉପରେ ମାଡିଯାଇଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁର୍ଘଟଣା ଘଟିବା ପରେ କରଣ ଅଟକି ନ ଥିଲେ। ଏପରିକି କି ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝି ନ ଥିଲେ।

ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସ୍ଥିତି ଉପୁଜିଛି। ଦୁର୍ଘଟଣା ସମୟରେ କରଣ କାରକେଡରେ ଉପସ୍ଥିତ ଥିଲେ ନା ନାହିଁ ସେ ନେଇଁ ଯାଞ୍ଚ ଚାଲିଛି। ଅଭିଯୋଗ ଆଧାରରେ କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଫର୍ଚୁନର କାରକୁ ଜବତ କରିବା ସହ ଏହାର ଡ୍ରାଇଭରକୁ ଅଟକ ରଖିଛି। ସେପଟେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?