‘ଆମକୁ ଆବଶ୍ୟକ ନାହିଁ ଆମେରିକାର ମଧ୍ୟସ୍ଥତା’, ଇରାନକୁ ଆଉ ଏକ ଚେତାବନୀ ଦେଲେ ନେତାନ୍ୟାହୁ, କହିଲେ…

ଜେରୁଜେଲମ,୨୦।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରଖିବା ପାଇଁ ଆମେରିକାର ସବୁଜ ସଙ୍କେତକୁ ଅପେକ୍ଷା କରିବ ନାହିଁ ଏବଂ ଇରାନର ସମସ୍ତ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
ନେତାନ୍ୟାହୁ କାନ ପବ୍ଲିକ ବ୍ରଡକାଷ୍ଟର ସହିତ ଏକ ସାକ୍ଷାତକାର ସମୟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ଆମେ ଆମର ସମସ୍ତ ଉଦ୍ଦେଶ୍ୟ ହାସଲ କରିବୁ ଏବଂ ସେମାନଙ୍କର ସମସ୍ତ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବୁ। ଆମର ଏହା କରିବାର କ୍ଷମତା ଅଛି।’
ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେରିକା ଏଥିରେ ଯୋଗ ଦେବାକୁ ନିଷ୍ପତ୍ତି ନେଉ କି ନ ନେଉ, ଇସ୍ରାଏଲ ଏହାର ଅଭିଯାନକୁ ଆଗକୁ ବଢ଼ାଉଛି। ସେ କହିଛନ୍ତି, ‘ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ଯୋଗ ଦେବାକୁ ଚାହାଁନ୍ତି କି ନାହିଁ, ଏହା ସମ୍ପୂର୍ଣ୍ଣ ଭାବରେ ତାଙ୍କର ନିଷ୍ପତ୍ତି। ସେ ଯାହା ଆମେରିକା ପାଇଁ ଭଲ ତାହା କରିବେ ଏବଂ ଆମେ ଯାହା ଆମ ଦେଶ ପାଇଁ ଭଲ ତାହା କରିବୁ।’
ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ କୌଣସି ବିଦେଶୀ ଶକ୍ତିଠାରୁ ଅନୁମତି କିମ୍ବା ସବୁଜ ସଙ୍କେତ ଚାହୁଁନାହିଁ। ସେ କହିଛନ୍ତି ଯେ ଆମେ ଇରାନର ପରମାଣୁ ସ୍ଥାନଗୁଡ଼ିକୁ ନଷ୍ଟ କରିବାକୁ ଯାଉଛୁ କାରଣ ଆମର କୌଣସି ବିକଳ୍ପ ନାହିଁ।
ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଏହାର ଅଭିଯାନରେ ନିର୍ଦ୍ଧାରିତ ସମୟଠାରୁ ଆଗକୁ ବଢ଼ିଛି ଏବଂ ଇରାନର ଅତି କମରେ ଅଧା କ୍ଷେପଣାସ୍ତ୍ର ଲଞ୍ଚରକୁ ନଷ୍ଟ କରିଦେଇଛି ଏବଂ ପ୍ରମୁଖ ସାମରିକ ନେତାମାନଙ୍କୁ ନିପାତ କରିଛି।
ସେ ପ୍ରକାଶ କରିଛନ୍ତି ଯେ ସେ ପ୍ରାୟ ପ୍ରତିଦିନ ଟ୍ରମ୍ପଙ୍କ ସହ କଥା ହୁଅନ୍ତି ଏବଂ ସେମାନଙ୍କ ଆଲୋଚନା ଭଲ ଚାଲିଛି। ନେତାନ୍ୟାହୁ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ଟ୍ରମ୍ପଙ୍କ ସ୍ବୀକୃତିକୁ ପ୍ରଶଂସା କରିଛନ୍ତି ଏବଂ ଏହାକୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଇରାନୀ ପ୍ରକ୍ସି ବିରୁଦ୍ଧରେ ଇସ୍ରାଏଲୀୟ କାର୍ଯ୍ୟାନୁଷ୍ଠାନକୁ ସୀମିତ କରିବା ପ୍ରୟାସ ସହିତ ତୁଳନା କରିଛନ୍ତି।
ଇରାନରେ ଶାସନ ପରିବର୍ତ୍ତନର ପ୍ରଶ୍ନରେ, ନେତାନ୍ୟାହୁ ପୁନରାବୃତ୍ତି କରିଛନ୍ତି ଯେ ଏହା ଶେଷରେ ଇରାନୀ ଲୋକଙ୍କ ଉପରେ ନର୍ଭର କରେ। ସେ କହିଛନ୍ତି, ‘ଶାସନ ପରିବର୍ତ୍ତନ କିମ୍ବା ଏହି ପ୍ରଶାସନର ପତନ ପ୍ରସଙ୍ଗ ମୁଖ୍ୟତଃ ଇରାନୀ ଲୋକଙ୍କ ଉପରେ ନିର୍ଭର କରେ।’


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ ବୈଠକ: ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୯।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ…

ଚାଲିଥିଲା ବ୍ରାଉନ ସୁଗାର କାରବାର, ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସୋମବାର ବ୍ରାଉନ ସୁଗାର କାରବାର ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ…

ଜଗା ଦର୍ଶନ ପାଇଁ ଯାଇଥିଲେ: ଘରେ ବୁଲିଲା କଳାକନା

ବୈଶିଙ୍ଗା,୯।୧୧(ରତନ ଦାଶ); ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଙ୍ଗାଳିଡାହି ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହିତ ଶୁକ୍ରବାର…

ଅମିତାଭଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏହି ଦିନରୁ ଆରମ୍ଭ ହେବ KBC ଶୁଟିଂ

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ବଡ଼ ଖବର। ଗତ ୨ରୁ ୩ ଦିନ ଧରି ଗଣମାଧ୍ୟମ ଓ ସୋସିଆଲ…

ୱିଲିୟମସନଙ୍କ ସନ୍ନ୍ୟାସ ପଛରେ ବିରାଟ କୋହଲି! ନିଜେ ଖୋଲିଲେ ବଡ଼ ରାଜ୍‌, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୯।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ସେ ନିଜର ଏହି ବଡ଼ ନିଷ୍ପତ୍ତି…

ବିଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ !

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର…

ବଢ଼ିଲା ସହାୟତାର ହାତ: ବେଙ୍ଗାଳୁରୁରୁ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ

ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବେଙ୍ଗାଳୁରୁ ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।…

ଐତିହାସିକ କମାଲ କଲେ ଏହି ୪୧ ବର୍ଷୀୟ ଖେଳାଳି: ୧୦୦ ବର୍ଷ ପରେ ପ୍ରଥମ ଥର ଟେଷ୍ଟରେ ଘଟିଲା ଏମିତି… ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୯।୧୧: ଟେଷ୍ଟ କ୍ରିକେଟରେ ଏବେ ଲଗାତାର ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି। ବର୍ତ୍ତମାନ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?