Posted inଖେଳ

‘ଆମେରିକା ସମକକ୍ଷ ପ୍ରଦର୍ଶନ କରିପାରିଲୁନି’

ଭୁବନେଶ୍ୱର, ୧୩।୧୦: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି। ଆମେରିକା ୮-୦ ଗୋଲରେ ବିଜୟ ସହ ଆଗକୁ ବଢ଼ିଛି। ଏଜ୍‌ ଗ୍ରୁପ୍‌ରେ ବିଶ୍ୱର ନମ୍ବରଓ୍ବାନ ଦଳ ଆମେରିକାର ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲା ୫୮ ର଼୍ୟାଙ୍କ୍‌ପ୍ରାପ୍ତ ଭାରତ। ଭାରତ କୋଚ୍‌ ଥୋମାସ ଡେନର୍ବି ଏହା ସ୍ବୀକାର କରିଛନ୍ତି। ”ଆମେ ଆମେରିକା ଷ୍ଟାଣ୍ଡାର୍ଡର ପ୍ରଦର୍ଶନ କରିପାରିଲୁନି। ତେବେ ଭାରତୀୟ ଦଳ ଉନ୍ନତ ପ୍ରଦର୍ଶନ କରିବାର ଦକ୍ଷତା ରଖିଛି ବୋଲି ମ୍ୟାଚ ପରବର୍ତ୍ତୀ ଖବରଦାତା ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି। ”ଭାରତ ଏତେଗୁଡ଼ିଏ ଗୋଲ ବରଣ କରିବ ବୋଲି କେବେ ଆଶା କରି ନ ଥିଲି। କାରଣ ୨ ସପ୍ତାହ ପୂର୍ବରୁ ସ୍ବିଡେନ ବିପକ୍ଷ ମ୍ୟାଚରେ ଆମ ଦଳ ଭଲ ଡିଫେଣ୍ଡ କରିଥିଲା। ଆମେରିକା ବିପକ୍ଷରେ ଆମେ ୨ଟି ଶଟ୍‌ ଟାର୍ଗେଟ କରିଥିଲୁ। ମାତ୍ର ସତ କହିବାକୁ ଗଲେ ସ୍ବିଡେନ ବିପକ୍ଷ ମ୍ୟାଚ ଅପେକ୍ଷା ଆମେରିକା ଉଚ୍ଚସ୍ତରର ଗେମ୍‌ ଖେଳିଲା ବୋଲି ସେ କହିଛନ୍ତି।

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ପାଇଁ ଭାରତ ଭଲଭାବେ ନିଜକୁ ପ୍ରସ୍ତୁତ କରିଛି ବୋଲି ଟୁର୍ନାମେଣ୍ଟ ପୂର୍ବରୁ ଡେନର୍ବି ପ୍ରକାଶ କରିଥିଲେ। ମାତ୍ର ଆମେରିକା ଯେଉଁ ଷ୍ଟାଣ୍ଡାର୍ଡର ଗେମ୍‌ ଖେଳିଲା ସେଭଳି ପ୍ରତିଦ୍ୱନ୍ଦ୍ୱୀ ଭାରତ କେବେ ପାଇ ନ ଥିଲା ବୋଲି ଏବେ ଡେନର୍ବି କହିଛନ୍ତି। ୧୭ ବର୍ଷରୁ କମ୍‌ ଭାରତୀୟ ଦଳ ରୋମାନିଆ ବିପକ୍ଷରେ ୨ଟି ମ୍ୟାଚ ଖେଳି ଗୋଟିଏରେ ଜିତିଥିଲା ଏବଂ ଅନ୍ୟଟି ଡ୍ର ରଖିଥିଲା। ଇଟାଲୀଠାରୁ ୦-୭, ନେଦରଲାଣ୍ଡ୍ସଠାରୁ ୧-୫, ସ୍ବିଡେନଠାରୁ ୧-୩, ଚିଲିଠାରୁ ୧-୩ ଓ ମେକ୍ସିକୋଠାରୁ ୦-୨ ଗୋଲରେ ପରାଜିତ ହୋଇଥିଲା।

ଏହିସବୁ ଦଳଗୁଡ଼ିକ ମଧ୍ୟରୁ କେବଳ ଚିଲି ଓ ମେକ୍ସିକୋ ଚଳିତ ପ୍ରତିଯୋଗିତାରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
”ଆମେରିକା ଏକ ଭଲ ଦଳ ଏଥିରେ ଦ୍ୱିମତ ନାହିଁ। ଖେଳାଳିମାନେ ଦକ୍ଷତାରେ ଭରପୂର ଥିବାବେଳେ ସ୍ପିଡ୍‌ ମଧ୍ୟ ଚମତ୍କାର। ଏହି ଦଳର ଦୁର୍ବଳ ଦିଗ ଖୋଜି ପାଇବା କଷ୍ଟକର। ଚଳିତ ବର୍ଷ ପ୍ରାରମ୍ଭରେ ଆମେ ଯେଉଁ ଦଳଗୁଡ଼ିକ ବିପକ୍ଷରେ ଖେଳିଥିଲୁ କେହି ଏହି ସ୍ତରର ପ୍ରଦର୍ଶନ କରିପାରି ନ ଥିଲେ। ଆମେରିକା ବିପକ୍ଷ ଗେମ୍‌ ଆମ ପାଇଁ କଷ୍ଟସାଧ୍ୟ ଥିଲା। ମାତ୍ର ଏହାଠାରୁ ଦଳ ଭଲ ପ୍ରଦର୍ଶନ କରିପାରିବ ବୋଲି ମୋର ବିଶ୍ୱାସ। ପ୍ରଥମ ବିଶ୍ୱକପ୍‌ ଗେମ୍‌ ଖେଳୁଥିବାରୁ ଭାରତ ଖେଳାଳିମାନେ ନର୍ଭସ ଥିଲେ ବୋଲି ମୁଁ ଅନୁଭବ କରୁଛି। ଫଳସ୍ବରୂପ ସେମାନେ ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇ ପାରିଲେ ନାହିଁ। ଆରମ୍ଭରେ ସେମାନେ ବଲ୍‌କୁ ଠିକ୍‌ଭାବେ ପାସ୍‌ ଦେବାକୁ ଚେଷ୍ଟା କଲେନାହିଁ। ଖେଳ ଆରମ୍ଭ କରିବାକୁ ସହଜ ମଧ୍ୟ ମନେ କରି ନ ଥିଲେ। ଏଥିପାଇଁ ମୋତେ ଚିତ୍କାର କରି ବତେଇବାକୁ ପଡ଼ିଥିଲା“ ବୋଲି ଡେନର୍ବି କହିଛନ୍ତି।

ଆମେରିକା ବିପକ୍ଷ ମ୍ୟାଚରେ ବୃହତ୍‌ ପରାଜୟ ପରେ ଭାରତ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବା ପଥ କଷ୍ଟସାଧ୍ୟ ହୋଇଯାଇଛି। କାରଣ ଗ୍ରୁପ୍‌ ‘ଏ’ର ଅନ୍ୟତମ ଦଳ ମରକ୍କୋ ଲଢ଼ୁଆ ପ୍ରଦର୍ଶନ କରି ଶକ୍ତିଶାଳୀ ବ୍ରାଜିଲ ବିପକ୍ଷରେ ମାତ୍ର ଗୋଟିଏ ଗୋଲରେ ପରାଜିତ ହୋଇଛି। ଆସନ୍ତା ଶୁକ୍ରବାର ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ମରକ୍କୋକୁ ଭେଟିବ। ପ୍ରତି ଗ୍ରୁପ୍‌ରୁ ୨ଟି ଶୀର୍ଷ ଦଳ କ୍ୱାର୍ଟର ଫାଇନାଲ ଖେଳିବାର ଥିବାରୁ ଗ୍ରୁପ୍‌ ‘ଏ’ରେ ଆମେରିକା ଓ ବ୍ରାଜିଲ ଫେଭରାଇଟ ରହିଛନ୍ତି। ”ଆମେ ମରକ୍କୋ ବିପକ୍ଷ ମ୍ୟାଚ ଜିତିବାକୁ ଯୋଜନା ପ୍ରସ୍ତୁତ କରୁଛୁ। ଯଦି ଏହା କରିପାରିବୁ ତେବେ ଆମ ପାଇଁ ସମ୍ଭାବନା ରହିବ। ଆମେ ପଏଣ୍ଟ ହାସଲ ସହ ଟୁର୍ନାମେଣ୍ଟ ଶେଷ କରିବାକୁ ଆଶା ରଖିଛୁ ବୋଲି ଡେନର୍ବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?