ମିଳିତ ଉଦ୍ୟମ ହେଲେ ଆଗକୁ ଯାଇପାରିବା: କନକବର୍ଦ୍ଧନ

ଭୁବନେଶ୍ୱର,୬ା୪ (ଅନୁରାଧା ମହାରଣା):ରାଜ୍ୟରେ ଶିଳ୍ପ ତଥା ଔଦ୍ୟୋଗିକ ସମ୍ଭାବନାର ସୁଯୋଗ ରହିଛି। ମିଳିତ ଉଦ୍ୟମ ହେଲେ ଆମେ ଆଗକୁ ଯାଇପାରିବା ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ଆୟୋଜିତ ‘ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ’ର ୫ ସଂସ୍କରଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଂଦେଓ ଆହୁରି କହିଛନ୍ତି, ଦେଶରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ହେଲେ ପ୍ରତିଟି ବ୍ୟକ୍ତି ନିଜ ନିଜ ସ୍ତରରେ ଉଦ୍ୟମ କରିବା ଉଚିତ। ଉଦ୍ୟୋଗୀମାନେ ରାଜ୍ୟ ତଥା ଦେଶର ସାମାଜିକ ଅର୍ଥନୀତିକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏପରି କି ନିଜ ପ୍ରଚେଷ୍ଟା ଓ ପରିଶ୍ରମ ବଳରେ ଏକ ବ୍ୟବସାୟିକ ସାମ୍ରାଜ୍ୟ ସୃଷ୍ଟି କରି ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ସଫଳ ହୋଇପାରିଛନ୍ତି। ଉଦ୍ୟୋଗୀମାନଙ୍କ କଠିନ ପରିଶ୍ରମ ଏବଂ ଅଧ୍ୟବସାୟକୁ ସମ୍ମାନିତ କରିବାରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ବୋଲି ସିଂଦେଓ କହିଛନ୍ତି।
      ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ‘ବିଗିଜ୍‌ ବର୍ଗର୍‌’ର ପ୍ରତିଷ୍ଠାତା ବିରଜା ପ୍ରସାଦ ରାଉତ ଯୋଗଦେଇ ନିଜର ଔଦ୍ୟୋଗିକ ଯାତ୍ରାର ଅନୁଭୂତି ବର୍ଣ୍ଣନା କରିବା ସହ ସମସ୍ତ  ଉଦ୍ୟୋଗୀ ନିଜ ନିଜ ଉଦ୍ୟୋଗକ୍ଷେତ୍ରରେ ନିଷ୍ଠାପର ମନୋଭାବ ପୋଷଣ ପାଇଁ ମତ ଦେଇଥିଲେ। ଏକ ଛୋଟ ବ୍ୟବସାୟରୁ ଆରମ୍ଭ ହୋଇଥିବା ବିଗିଜ୍‌ ବର୍ଗର୍‌କୁ ଏକ ପ୍ରତିଷ୍ଠିତ ବ୍ରାଣ୍ଡ୍‌ରେ ପରିଣତ କରିବା ପାଇଁ ତାଙ୍କର ପ୍ରୟାସ, ତ୍ୟାଗ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଭାରତର ଅର୍ଥନୀତି ସୁଦୃଢ଼ କରିବା ପଛରେ କେବଳ ବଡ଼ ବଡ଼ ଶିଳ୍ପ ନୁହେଁ ବରଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ଉଦ୍ୟୋଗୀ ଉଚ୍ଚ ସ୍ବପ୍ନ ଦେଖିବା, ବିଶ୍ୱସ୍ତରୀୟ ସ୍ବପ୍ନ ଦେଖିବା ଏବଂ ଏହି ସ୍ବପ୍ନ ପୂରଣ କରିବା ଦିଗରେ ଅଗ୍ରସର ହେବାକୁ ସେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଉଦ୍ୟୋଗୀ ଭାବେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ମାର୍ଗଦର୍ଶନ କରିଥିଲେ। ଖବରକାଗଜ ଶିଳ୍ପର ଉଦାହରଣ ଦେଇ ଅନ୍ୟ ଯେକୌଣସି ଉଦ୍ୟୋଗ ବା ଶିଳ୍ପରେ କିପରି ସଫଳତା ପାଇହେବ ସେନେଇ ମତ ଦେଇଥିଲେ। ଉଦ୍ୟୋଗୀମାନେ ବିଭିନ୍ନ ସମୟରେ ଆସୁଥିବା ସମସ୍ୟାର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବା ସହ ନିଜ କମ୍ପାନୀର କର୍ମଚାରୀଙ୍କୁ ଖୁସି ରଖିବା ଜରୁରୀ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ କହିଥିଲେ, ଓଡ଼ିଶାର ଛୋଟବଡ଼ ବ୍ୟବସାୟୀଙ୍କ ପାଇଁ କୋଭିଡ୍‌ ମହାମାରୀ  ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା। ସେତେବେଳେ ଯେଉଁମାନେ ନିଜ ବ୍ୟବସାୟ ବଞ୍ଚାଇ ରଖିପାରିଥିଲେ ସେମାନେ ଆଜି ବହୁତ ଆଗକୁ ବଢ଼ିଲେଣି। ଆଇପିଏସ୍‌ ଓ ଆଇଏଏସ୍‌ ଭଳି ଚାକିରିକୁ ପୂର୍ବରୁ ସଫଳତାର ଶେଷ ପାହାଚ ବୋଲି ବିଚାର କରାଯାଉଥିବାବେଳେ ବର୍ତ୍ତମାନ ଲୋକଙ୍କ ମାନସିକତା ଓ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଲାଣି। ଉଦ୍ୟୋଗ ପ୍ରତିଷ୍ଠା କରି ମଧ୍ୟ ଜଣେ ସଫଳ ହୋଇପାରେ ତାହା ଲୋକେ ବୁଝିଲେଣି ବୋଲି ତଥାଗତ କହିଥିଲେ। ରାଜ୍ୟକୁ ଶିଳ୍ପ କ୍ଷେତ୍ରରେ ଆଗକୁ ନେବାକୁ ରାଜନୈତିକ, ସାମାଜିକ, ବ୍ୟକ୍ତିଗତ ଓ ପ୍ରଶାସନିକସ୍ତରରେ ପ୍ରୟାସ କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ। ଆଗରୁ ଓଡ଼ିଶାକୁ ବାହାର ରାଜ୍ୟ ଲୋକେ ଚିହ୍ନୁ ନ ଥିଲେ। ବର୍ତ୍ତମାନ କିନ୍ତୁ ରାଜ୍ୟ ବହୁତ ଖ୍ୟାତି ଅର୍ଜନ କଲାଣି। ଆଗକୁ ଏହି ଧାରାକୁ ବଜାୟ ରଖିବାକୁ ହେବ ବୋଲି ତଥାଗତ ଆହ୍ବାନ ଦେଇଥିଲେ। ଚଳିତବର୍ଷ ବିଭିନ୍ନ ଉଦ୍ୟୋଗରେ ସଫଳତା ହାସଲ କରିଥିବା ୨୦ଜଣ ଉଦ୍ୟୋଗପତିଙ୍କୁ ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ-୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଥିଲା। କାଯର୍ର୍‌ୟକ୍ରମକୁ ଶୋଭନା ମିଶ୍ର ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ, ଜେଏସ୍‌ପି(ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର୍‌), ଏମ୍‌ସିଏଲ୍‌(ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌), ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ପାରାଦୀପ ଫସଫେଟ୍‌ ଲିମିଟେଡ୍‌(ପିପିଏଲ), ବେଦାନ୍ତ, ଏସ୍‌ଏସ୍‌ଟି ଡେଭ୍‌ଲେପସ, ଇମ୍ଫା, ଜେଏସ୍‌ଏଲ୍‌, ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ନାରାୟଣୀ ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଡ୍ରିମ୍‌ସ ୟୁନିଭରସିଟି, ନାଲ୍‌କୋ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ସାଇ ସବୁରୀ ହସ୍ପିଟାଲ, ଚିରାଗ ଇଣ୍ଡଷ୍ଟ୍ରିଜ୍‌, ଓ୍ବିଫି ଇଣ୍ଟରନେଟ୍‌ ଓ ଅଜନ୍ତା ଆଡଭର୍ଟାଇଜର୍ସ ପ୍ରାୟୋଜକ ଥିଲେ। ସମସ୍ତ ପ୍ରାୟୋଜକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri