ଆମେ ମଣିଷ କମ୍‌, ଯନ୍ତ୍ର ବେଶି

ମୀରା ବେଉରା

ପୃଥିବୀର ଜନସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଯୁଆଡ଼େ ଚାହିଁବ ସିଆଡ଼େ ମଣିଷ। ଏହି ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରାଣୀଙ୍କ ମଧ୍ୟରୁ ମନୁଷ୍ୟ ହେଉଛି ସବୁଠାରୁ ଦୁର୍ଲଭ ପ୍ରାଣୀ। ମଣିଷ ହୋଇ ଜନ୍ମଲାଭ କରିବା ପାଇଁ ତାକୁ ଅନେକ କାଳ ଅପେକ୍ଷା କରିବାକୁ ପଡ଼େ। ଅନେକ ପୁଣ୍ୟ ପରେ ସେ ମଣିଷ ଜନ୍ମ ପାଏ। ଆଜି ପୃଥିବୀର ଲୋକସଂଖ୍ୟା ୭୩୦ କୋଟି। ସେଥି ମଧ୍ୟରୁ ଭାରତର ଜନସଂଖ୍ୟା ୧୨୫ କୋଟି। କିନ୍ତୁ ବଡ଼ ଦୁଃଖର କଥା ଦ୍ରୁତ ଗତିରେ ବଢ଼ୁଥିବା ଏହି ଲୋକସଂଖ୍ୟା ଭିତରେ ‘ମଣିଷ’ ସଂଖ୍ୟା ଆଜି କମି କମି ଯାଉଛି। ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟୁଛି। ନୈତିକତା ଓ ଆଧ୍ୟାମତ୍ିକତା କଥା ପଚାରେ କିଏ?
ଥରେ ଆମେରିକାର ଜଣେ ଦାର୍ଶନିକ ଦିବାଲୋକରେ ଲଣ୍ଠନଟିଏ ଧରି ବୁଲୁଥିଲେ। ତାଙ୍କୁ ପଚାରିବାରୁ କହିଲେ, ଏ ଅନ୍ଧକାର ଭିତରେ ମଣିଷ କେଉଁଠି ହଜିଯାଇଛି। ମୁଁ ଆଜି ଦିବାଲୋକରେ ସେହି ମଣିଷକୁ ଖୋଜୁଛି। ପ୍ରକୃତରେ ଆଜି ଏତେବଡ଼ ପୃଥିବୀରେ ପ୍ରକୃତ ମଣିଷଙ୍କ ସଂଖ୍ୟା ଅତି ନଗଣ୍ୟ। ଯେଉଁ କେତେଜଣ ମଣିଷ ଅଛନ୍ତି, ସେମାନେ ସବୁ କୃତ୍ରିମ ମଣିଷ। ସେମାନଙ୍କୁ ଯନ୍ତ୍ରମଣିଷ କହିଲେ ଭୁଲ୍‌ ହେବ ନାହିଁ। ସବୁଠି ମନ୍ଦିର, ମସଜିଦ୍‌, ଗିର୍ଜା, ଗୁରୁଦ୍ୱାରର ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ପ୍ରକୃତ ଭକ୍ତଙ୍କ ସଂଖ୍ୟା କମିଯାଉଛି। ଆମେ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ଲୁଣି; ଅଥଚ ଆମ ପଡ଼ୋଶୀ ଘରେ କେତେଜଣ ସଦସ୍ୟ ରହନ୍ତି, ତାହା ଆମେ କହିପାରିବୁ ନାହିଁ। ପ୍ରତିଦିନ ଆମ ଚତୁଃପାର୍ଶ୍ୱରେ ଅନେକ ଅଘଟଣ ଘଟି ଯାଉଛି; ଅଥଚ ଆମେ ଜାଣିପାରୁନୁ। ଆଜି ସ୍ବଚ୍ଛଭାରତ ଅଭିଯାନରେ ରାଜନେତାଠାରୁ ଆରମ୍ଭ କରି ସାଧାରଣ ସୁଇପର ପର୍ଯ୍ୟନ୍ତ ସାମିଲ ହୋଇଛନ୍ତି, କିନ୍ତୁ ଆମ ଆମତ୍ା କେତେ ସ୍ବଚ୍ଛ ତାହା ଆମେ କହିପାରିବା ନାହିଁ। ସବୁଠି ଅବିଶ୍ୱାସର କଳାବାଦଲ ସଭିଙ୍କୁ ଢାଙ୍କି ରଖିଛି। ଆମେ ସମସ୍ତେ ସମସ୍ତଙ୍କୁ ଠକିବାରେ ବ୍ୟସ୍ତ।
ପ୍ରତିଯୋଗିତାର ଖେଳରେ ଜଣେ ଅନ୍ୟଜଣଙ୍କୁ ତଳେ ପକାଇ ଅଣନିଃଶ୍ୱାସୀ ହୋଇ ଧାଉଁଛି ସଫଳତାର ପାହାଚ ଚଢ଼ିବାକୁ; କିନ୍ତୁ ଆମେ କେହି ଜାଣୁନା ଆମର ଗତି କୁଆଡ଼େ। ଆମ ଲକ୍ଷ୍ୟ କ’ଣ? ଆମେ ସବୁ ପଥଚ୍ୟୁତ ଧାବିକାଧାବକ। ଜାଣି ମଧ୍ୟ ଅଣନିଃଶ୍ୱାସୀ ହୋଇ ଧାଉଁଛୁ କେଉଁ ଏକ ଅଜଣା ରାସ୍ତାକୁ। କିଛି ପାଇବାକୁ ଯାଇ ଅନେକ କଷ୍ଟ, ଦୁଃଖ, ଅସନ୍ତୋଷ ଓ ଯନ୍ତ୍ରଣାକୁ ନିମନ୍ତ୍ରଣ କରି ଆଣୁଛୁ। ଯେତେସବୁ ଅନାବଶ୍ୟକତାକୁ ଆମେ ଜୋରଜବରଦସ୍ତ ଆବଶ୍ୟକତାରେ ପରିଣତ କରୁଛୁ। ନିଜ ଭିତରେ ଥିବା ସୂକ୍ଷ୍ମ ପରିକଳ୍ପନା, ସୁଖସ୍ବପ୍ନକୁ ଜାଣିଶୁଣି ଦଳିଦେଉଛୁ। ସଫଳ ମଣିଷ ହେବା ପାଇଁ ଏବଂ ସମସ୍ତଙ୍କ ପ୍ରଶଂସାର ପାତ୍ର ହେବା ଲାଗି ଆମେ ମଣିଷ କମ୍‌, ଯନ୍ତ୍ରମଣିଷ ବେଶି ପାଲଟିଯାଉଛୁ। ପୂରାପୂରି ରୋବୋଟ୍‌। ଭୋଗ, ଘୃଣା, ଅହଂକାର, ଈର୍ଷା, ଅସହିଷ୍ଣୁ, ହିଂସା ଓ ରକ୍ତପାତରେ ବିଶ୍ୱାସୀ ଆଜି ଏ ସଭ୍ୟ ମଣିଷ। କେଉଁ ମୁହୂର୍ତ୍ତରେ ସେ ସଭ୍ୟତାର କାନ୍ଥ ଭୁଶୁଡିବ, ତା’ର ହିସାବ ନାହିଁ କି ଠିକଣା ମଧ୍ୟ ନାହିଁ। ସବୁବେଳେ ବ୍ୟସ୍ତ, ଚଳଚଞ୍ଚଳ ରହୁଥିବା ମଣିଷଟି ବେଳେ ବେଳେ ପ୍ରତିଯୋଗିତାରେ ସଫଳତା ପାଇ ମଧ୍ୟ ଅସହାୟ ହୋଇପଡୁଛି। ମାନସିକ ଶାନ୍ତି ପାଇପାରୁନି। ବରଂ ତା’ର ଆଶା ଓ କାମନା ଆହୁରି ତୀବ୍ର ବୃଦ୍ଧି ପାଉଛି, ଆଜି ପ୍ରତ୍ୟେକ ମଣିଷର ଜୀବନ ଯୁଦ୍ଧର ମାନଚିତ୍ର ଦୃଷ୍ଟିଗୋଚର ହେଉଛି।
ଗୋଟିଏ ସଫଳ ମଣିଷ ହେବା ପାଇଁ ଦିନରାତି ୨୪ଘଣ୍ଟା ସେ ତୀବ୍ର ବେଗରେ ଧାଉଁଛି। ତା’ର ରକ୍ତ, ମାଂସ, ମଜ୍ଜାର ଶରୀର ପାଲଟିଛି ଏକ ଯନ୍ତ୍ରରେ। ଆକୃତିରେ ଯଦିଓ ସେ ମଣିଷ, ପ୍ରକୃତିରେ କିନ୍ତୁ ପୂରାପୂରି ରୋବଟ୍‌- ଯାହା ପାଖରେ ଭଲପାଇବା ସ୍ନେହ, ପ୍ରେମ, ମମତା, ତ୍ୟାଗ, ଅହିଂସା, ସହନଶୀଳତା, ସହାନୁଭୂତି, ସଦାଚାର, ସହିଷ୍ଣୁତା ଆଦି ମାନବୀୟ ଗୁଣର କୌଣସି ଗନ୍ଧ ନାହିଁ କି ବାସ୍ନା ନାହିଁ। ସେହି ମଣିଷ ଅନ୍ୟ ଜଣେ ମଣିଷକୁ ଦେଖିଲେ ତା’ ମୁହଁରେ ହସ ପରିବେର୍ତ୍ତ ସେ ତା’କୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବି ତା’ ମୁଖରେ ଆପେ ଆପେ ବିଶାଦର କଳାବାଦଲ ଛାଇଯାଉଛି। ଏହାଠାରୁ ବଳି ଦୁଃଖ ଆଉ କ’ଣ ଥାଇପାରେ? ସୁଖ ବୋଲି ଯାହାକୁ ଭାବୁଛ, ତାହା ହିଁ ତା’ର ଦୁଃଖର କାରଣ। ଏଇଠି ସନ୍ଥ ତୁଳସୀ ଦାସ କହିଛନ୍ତି- ହାନି, ଲାଭ, ଜୀବନ, ମରଣ, ଯଶ, ଅପଯଶ ବିଧି ହାତରେ। ସଂସାର ସୁଖ ଭୋଗର ଲାଳସା ରଖିବା ନିର୍ବୋଧତା। ଆମେ ଏତେ ମାତ୍ରାରେ ସ୍ବାର୍ଥପର ହୋଇଛେ ଯେ, ଯେଉଁ ନ୍ୟୁକ୍ଲିୟର ଆବିଷ୍କାର କରି ଭୟଙ୍କର କର୍କଟ ରୋଗର ନିରାକରଣ କରିଥିଲୁ, ଆଜି ସେହି ନ୍ୟୁକ୍ଲିୟର ବିସ୍ଫୋରକ ବୋମା ତିଆରି କରି ପୃଥିବୀକୁ ଧ୍ୱଂସ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛୁ। କିଏ କହିବ ଏପରି ଆମତ୍ଘାତୀ ଚିନ୍ତାଧାରା ମଣିଷ ସମାଜକୁ ଦିନେ ଧ୍ୱଂସସ୍ତୂପରେ ସଜାଇ ନ ଦେବ? ଆମେ ଏବେ ମଣିଷ କମ୍‌, ଯନ୍ତ୍ରମଣିଷ ହୋଇଗଲୁଣି। ଆମ ଭିତରୁ ହଜି ଯାଇଛି ତ୍ୟାଗ, ସହନଶୀଳତା, ତିତିକ୍ଷା ଓ ସମ୍ବେଦନଶୀଳ। ଗୋଟିଏ ରୁକ୍ଷ ମରୁଭୂମି ପାଲଟି ଯାଇଛି ଆମର ଚିନ୍ତା ଓ ଚେତନା।
ବସ୍ତୁବାଦ ମୋହରେ ପଡ଼ି ମଣିଷ ଅନ୍ଧ ହୋଇଯାଇଛି। ଭାବୁଛି ସବୁ ସୁଖ ତା’ ହାତ ମୁଠାରେ। ଆଜୀବନ ଯେଉଁ ସତ୍ୟ, ସୁଖ ଏବଂ ଅମୃତକୁ ମଣିଷ ସନ୍ଧାନ କରୁଛି, ତାହା ତା’ ନିଜ ଅନ୍ତରାମତ୍ାରେ ବିଦ୍ୟମାନ। ଅନ୍ତରର ସେହି ଗଭୀରତମ ପ୍ରଦେଶରେ ଯାଇ ସେହି ସତ୍‌, ଚିତ୍‌, ଆନନ୍ଦକୁ ଆବିଷ୍କାର କରିବାକୁ ପଡ଼ିବ। ତେବେ ଯାଇ ସେ ହୋଇଉଠିବ ଏକ ସତ୍ୟପଥର ଯାତ୍ରୀ।
ତା’ ପାଖରେ ଥିବା ସବୁ ମଣିଷ ତାକୁ ଆପଣାର ଲାଗିବେ। ସାରା ପୃଥିବୀ ହୋଇଉଠିବ ବସୁଧୈବ କୁଟୁମ୍ବକମ୍‌। ସମସ୍ତଙ୍କୁ ଭଲପାଇବ। ଆଉ ଏହି ଭଲ ପାଇବା ହିଁ ଆମ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର।
ରଘୁନାଥ ଜୀଉ ମହାବିଦ୍ୟାଳୟ,
ଦେଉଳସାହି, କଟକ।
ମୋ-୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri