ଆମେ ମଣିଷ କମ୍‌, ଯନ୍ତ୍ର ବେଶି

ମୀରା ବେଉରା

ପୃଥିବୀର ଜନସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଯୁଆଡ଼େ ଚାହିଁବ ସିଆଡ଼େ ମଣିଷ। ଏହି ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରାଣୀଙ୍କ ମଧ୍ୟରୁ ମନୁଷ୍ୟ ହେଉଛି ସବୁଠାରୁ ଦୁର୍ଲଭ ପ୍ରାଣୀ। ମଣିଷ ହୋଇ ଜନ୍ମଲାଭ କରିବା ପାଇଁ ତାକୁ ଅନେକ କାଳ ଅପେକ୍ଷା କରିବାକୁ ପଡ଼େ। ଅନେକ ପୁଣ୍ୟ ପରେ ସେ ମଣିଷ ଜନ୍ମ ପାଏ। ଆଜି ପୃଥିବୀର ଲୋକସଂଖ୍ୟା ୭୩୦ କୋଟି। ସେଥି ମଧ୍ୟରୁ ଭାରତର ଜନସଂଖ୍ୟା ୧୨୫ କୋଟି। କିନ୍ତୁ ବଡ଼ ଦୁଃଖର କଥା ଦ୍ରୁତ ଗତିରେ ବଢ଼ୁଥିବା ଏହି ଲୋକସଂଖ୍ୟା ଭିତରେ ‘ମଣିଷ’ ସଂଖ୍ୟା ଆଜି କମି କମି ଯାଉଛି। ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟୁଛି। ନୈତିକତା ଓ ଆଧ୍ୟାମତ୍ିକତା କଥା ପଚାରେ କିଏ?
ଥରେ ଆମେରିକାର ଜଣେ ଦାର୍ଶନିକ ଦିବାଲୋକରେ ଲଣ୍ଠନଟିଏ ଧରି ବୁଲୁଥିଲେ। ତାଙ୍କୁ ପଚାରିବାରୁ କହିଲେ, ଏ ଅନ୍ଧକାର ଭିତରେ ମଣିଷ କେଉଁଠି ହଜିଯାଇଛି। ମୁଁ ଆଜି ଦିବାଲୋକରେ ସେହି ମଣିଷକୁ ଖୋଜୁଛି। ପ୍ରକୃତରେ ଆଜି ଏତେବଡ଼ ପୃଥିବୀରେ ପ୍ରକୃତ ମଣିଷଙ୍କ ସଂଖ୍ୟା ଅତି ନଗଣ୍ୟ। ଯେଉଁ କେତେଜଣ ମଣିଷ ଅଛନ୍ତି, ସେମାନେ ସବୁ କୃତ୍ରିମ ମଣିଷ। ସେମାନଙ୍କୁ ଯନ୍ତ୍ରମଣିଷ କହିଲେ ଭୁଲ୍‌ ହେବ ନାହିଁ। ସବୁଠି ମନ୍ଦିର, ମସଜିଦ୍‌, ଗିର୍ଜା, ଗୁରୁଦ୍ୱାରର ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ପ୍ରକୃତ ଭକ୍ତଙ୍କ ସଂଖ୍ୟା କମିଯାଉଛି। ଆମେ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ଲୁଣି; ଅଥଚ ଆମ ପଡ଼ୋଶୀ ଘରେ କେତେଜଣ ସଦସ୍ୟ ରହନ୍ତି, ତାହା ଆମେ କହିପାରିବୁ ନାହିଁ। ପ୍ରତିଦିନ ଆମ ଚତୁଃପାର୍ଶ୍ୱରେ ଅନେକ ଅଘଟଣ ଘଟି ଯାଉଛି; ଅଥଚ ଆମେ ଜାଣିପାରୁନୁ। ଆଜି ସ୍ବଚ୍ଛଭାରତ ଅଭିଯାନରେ ରାଜନେତାଠାରୁ ଆରମ୍ଭ କରି ସାଧାରଣ ସୁଇପର ପର୍ଯ୍ୟନ୍ତ ସାମିଲ ହୋଇଛନ୍ତି, କିନ୍ତୁ ଆମ ଆମତ୍ା କେତେ ସ୍ବଚ୍ଛ ତାହା ଆମେ କହିପାରିବା ନାହିଁ। ସବୁଠି ଅବିଶ୍ୱାସର କଳାବାଦଲ ସଭିଙ୍କୁ ଢାଙ୍କି ରଖିଛି। ଆମେ ସମସ୍ତେ ସମସ୍ତଙ୍କୁ ଠକିବାରେ ବ୍ୟସ୍ତ।
ପ୍ରତିଯୋଗିତାର ଖେଳରେ ଜଣେ ଅନ୍ୟଜଣଙ୍କୁ ତଳେ ପକାଇ ଅଣନିଃଶ୍ୱାସୀ ହୋଇ ଧାଉଁଛି ସଫଳତାର ପାହାଚ ଚଢ଼ିବାକୁ; କିନ୍ତୁ ଆମେ କେହି ଜାଣୁନା ଆମର ଗତି କୁଆଡ଼େ। ଆମ ଲକ୍ଷ୍ୟ କ’ଣ? ଆମେ ସବୁ ପଥଚ୍ୟୁତ ଧାବିକାଧାବକ। ଜାଣି ମଧ୍ୟ ଅଣନିଃଶ୍ୱାସୀ ହୋଇ ଧାଉଁଛୁ କେଉଁ ଏକ ଅଜଣା ରାସ୍ତାକୁ। କିଛି ପାଇବାକୁ ଯାଇ ଅନେକ କଷ୍ଟ, ଦୁଃଖ, ଅସନ୍ତୋଷ ଓ ଯନ୍ତ୍ରଣାକୁ ନିମନ୍ତ୍ରଣ କରି ଆଣୁଛୁ। ଯେତେସବୁ ଅନାବଶ୍ୟକତାକୁ ଆମେ ଜୋରଜବରଦସ୍ତ ଆବଶ୍ୟକତାରେ ପରିଣତ କରୁଛୁ। ନିଜ ଭିତରେ ଥିବା ସୂକ୍ଷ୍ମ ପରିକଳ୍ପନା, ସୁଖସ୍ବପ୍ନକୁ ଜାଣିଶୁଣି ଦଳିଦେଉଛୁ। ସଫଳ ମଣିଷ ହେବା ପାଇଁ ଏବଂ ସମସ୍ତଙ୍କ ପ୍ରଶଂସାର ପାତ୍ର ହେବା ଲାଗି ଆମେ ମଣିଷ କମ୍‌, ଯନ୍ତ୍ରମଣିଷ ବେଶି ପାଲଟିଯାଉଛୁ। ପୂରାପୂରି ରୋବୋଟ୍‌। ଭୋଗ, ଘୃଣା, ଅହଂକାର, ଈର୍ଷା, ଅସହିଷ୍ଣୁ, ହିଂସା ଓ ରକ୍ତପାତରେ ବିଶ୍ୱାସୀ ଆଜି ଏ ସଭ୍ୟ ମଣିଷ। କେଉଁ ମୁହୂର୍ତ୍ତରେ ସେ ସଭ୍ୟତାର କାନ୍ଥ ଭୁଶୁଡିବ, ତା’ର ହିସାବ ନାହିଁ କି ଠିକଣା ମଧ୍ୟ ନାହିଁ। ସବୁବେଳେ ବ୍ୟସ୍ତ, ଚଳଚଞ୍ଚଳ ରହୁଥିବା ମଣିଷଟି ବେଳେ ବେଳେ ପ୍ରତିଯୋଗିତାରେ ସଫଳତା ପାଇ ମଧ୍ୟ ଅସହାୟ ହୋଇପଡୁଛି। ମାନସିକ ଶାନ୍ତି ପାଇପାରୁନି। ବରଂ ତା’ର ଆଶା ଓ କାମନା ଆହୁରି ତୀବ୍ର ବୃଦ୍ଧି ପାଉଛି, ଆଜି ପ୍ରତ୍ୟେକ ମଣିଷର ଜୀବନ ଯୁଦ୍ଧର ମାନଚିତ୍ର ଦୃଷ୍ଟିଗୋଚର ହେଉଛି।
ଗୋଟିଏ ସଫଳ ମଣିଷ ହେବା ପାଇଁ ଦିନରାତି ୨୪ଘଣ୍ଟା ସେ ତୀବ୍ର ବେଗରେ ଧାଉଁଛି। ତା’ର ରକ୍ତ, ମାଂସ, ମଜ୍ଜାର ଶରୀର ପାଲଟିଛି ଏକ ଯନ୍ତ୍ରରେ। ଆକୃତିରେ ଯଦିଓ ସେ ମଣିଷ, ପ୍ରକୃତିରେ କିନ୍ତୁ ପୂରାପୂରି ରୋବଟ୍‌- ଯାହା ପାଖରେ ଭଲପାଇବା ସ୍ନେହ, ପ୍ରେମ, ମମତା, ତ୍ୟାଗ, ଅହିଂସା, ସହନଶୀଳତା, ସହାନୁଭୂତି, ସଦାଚାର, ସହିଷ୍ଣୁତା ଆଦି ମାନବୀୟ ଗୁଣର କୌଣସି ଗନ୍ଧ ନାହିଁ କି ବାସ୍ନା ନାହିଁ। ସେହି ମଣିଷ ଅନ୍ୟ ଜଣେ ମଣିଷକୁ ଦେଖିଲେ ତା’ ମୁହଁରେ ହସ ପରିବେର୍ତ୍ତ ସେ ତା’କୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବି ତା’ ମୁଖରେ ଆପେ ଆପେ ବିଶାଦର କଳାବାଦଲ ଛାଇଯାଉଛି। ଏହାଠାରୁ ବଳି ଦୁଃଖ ଆଉ କ’ଣ ଥାଇପାରେ? ସୁଖ ବୋଲି ଯାହାକୁ ଭାବୁଛ, ତାହା ହିଁ ତା’ର ଦୁଃଖର କାରଣ। ଏଇଠି ସନ୍ଥ ତୁଳସୀ ଦାସ କହିଛନ୍ତି- ହାନି, ଲାଭ, ଜୀବନ, ମରଣ, ଯଶ, ଅପଯଶ ବିଧି ହାତରେ। ସଂସାର ସୁଖ ଭୋଗର ଲାଳସା ରଖିବା ନିର୍ବୋଧତା। ଆମେ ଏତେ ମାତ୍ରାରେ ସ୍ବାର୍ଥପର ହୋଇଛେ ଯେ, ଯେଉଁ ନ୍ୟୁକ୍ଲିୟର ଆବିଷ୍କାର କରି ଭୟଙ୍କର କର୍କଟ ରୋଗର ନିରାକରଣ କରିଥିଲୁ, ଆଜି ସେହି ନ୍ୟୁକ୍ଲିୟର ବିସ୍ଫୋରକ ବୋମା ତିଆରି କରି ପୃଥିବୀକୁ ଧ୍ୱଂସ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛୁ। କିଏ କହିବ ଏପରି ଆମତ୍ଘାତୀ ଚିନ୍ତାଧାରା ମଣିଷ ସମାଜକୁ ଦିନେ ଧ୍ୱଂସସ୍ତୂପରେ ସଜାଇ ନ ଦେବ? ଆମେ ଏବେ ମଣିଷ କମ୍‌, ଯନ୍ତ୍ରମଣିଷ ହୋଇଗଲୁଣି। ଆମ ଭିତରୁ ହଜି ଯାଇଛି ତ୍ୟାଗ, ସହନଶୀଳତା, ତିତିକ୍ଷା ଓ ସମ୍ବେଦନଶୀଳ। ଗୋଟିଏ ରୁକ୍ଷ ମରୁଭୂମି ପାଲଟି ଯାଇଛି ଆମର ଚିନ୍ତା ଓ ଚେତନା।
ବସ୍ତୁବାଦ ମୋହରେ ପଡ଼ି ମଣିଷ ଅନ୍ଧ ହୋଇଯାଇଛି। ଭାବୁଛି ସବୁ ସୁଖ ତା’ ହାତ ମୁଠାରେ। ଆଜୀବନ ଯେଉଁ ସତ୍ୟ, ସୁଖ ଏବଂ ଅମୃତକୁ ମଣିଷ ସନ୍ଧାନ କରୁଛି, ତାହା ତା’ ନିଜ ଅନ୍ତରାମତ୍ାରେ ବିଦ୍ୟମାନ। ଅନ୍ତରର ସେହି ଗଭୀରତମ ପ୍ରଦେଶରେ ଯାଇ ସେହି ସତ୍‌, ଚିତ୍‌, ଆନନ୍ଦକୁ ଆବିଷ୍କାର କରିବାକୁ ପଡ଼ିବ। ତେବେ ଯାଇ ସେ ହୋଇଉଠିବ ଏକ ସତ୍ୟପଥର ଯାତ୍ରୀ।
ତା’ ପାଖରେ ଥିବା ସବୁ ମଣିଷ ତାକୁ ଆପଣାର ଲାଗିବେ। ସାରା ପୃଥିବୀ ହୋଇଉଠିବ ବସୁଧୈବ କୁଟୁମ୍ବକମ୍‌। ସମସ୍ତଙ୍କୁ ଭଲପାଇବ। ଆଉ ଏହି ଭଲ ପାଇବା ହିଁ ଆମ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର।
ରଘୁନାଥ ଜୀଉ ମହାବିଦ୍ୟାଳୟ,
ଦେଉଳସାହି, କଟକ।
ମୋ-୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri