Posted inଖେଳ

କ୍ରିକେଟରୁ ଓ୍ବାଟସନଙ୍କ ଅବସର ଘୋଷଣା

ସିଡନୀ,୪।୧୧(ପି.ଟି.): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ସେନ୍‌ ଓ୍ବାଟସନ ମଙ୍ଗଳବାର ପ୍ରତିଯୋଗିତାମୂଳକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କ ୨୦ ବର୍ଷର କ୍ୟାରିୟରର ଅନ୍ତ ଘଟିଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ତାଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ବିଦାୟ ନେବା ପରେ ସେ ଅବସର ନିଷ୍ପତ୍ତି ନେଇଥିଲେ। ଦୀର୍ଘ ଦୁଇ ଦଶନ୍ଧିର କ୍ୟାରିୟରରେ କ୍ରିକେଟକୁ ଉପଭୋଗ କରିଛି।
ତେବେ ୨୦୧୬ରେ ୩୯ ବର୍ଷୀୟ ଓ୍ବାଟସନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ। ଗତବର୍ଷ ମଧ୍ୟ ଅଷ୍ଟ୍ରେଲୀୟ ଟି୨୦ ଲିଗ୍‌ ବିଗ୍‌ ବାସ୍‌ରୁ ମଧ୍ୟ ଅବସର ଘୋଷଣା କରିଥିଲେ। ପିଲାଟି ବେଳୁ ଅଷ୍ଟ୍ରେଲିଆ ପାଇଁ କ୍ରିକେଟ ଖେଳିବି ବୋଲି ସ୍ବପ୍ନ ଦେଖୁଥିଲି ଓ ଏଥିରେ ମଧ୍ୟ ସଫଳ ହୋଇଥିଲି ବୋଲି ସେ କହିଛନ୍ତି। ଏବେ ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରୁଛି ବୋଲି ଓ୍ବାଟସନ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି। ଏହାର ଏକ ଲିଙ୍କ୍‌ ତାଙ୍କ ଟ୍ୟୁଟର ହ୍ୟାଣ୍ଡଲ୍‌ରେ ପୋଷ୍ଟ କରାଯାଇଛି।
ମୋର ପ୍ରିୟ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଶେଷ ମ୍ୟାଚ୍‌ ଖେଳିସାରିଛି। ଗତ ୩ ବର୍ଷ ହେବ ଏହି ଦଳ ମୋ ପାଇଁ ବେଶ୍‌ ଉତ୍ତମ ସାବ୍ୟସ୍ତ ହୋଇଛି। ଓ୍ବାଟସନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବେଶ୍‌ ଉଜ୍ଜ୍ୱଳମୟ ସାବ୍ୟସ୍ତ ହୋଇଛି। ସେ ୫୯ ଟେଷ୍ଟ, ୧୯୦ ଦିନିକିଆ ଓ ୫୮ଟି ଟି୨୦ ମ୍ୟାଚ୍‌ ଖେଳି ମୋଟ ୧୦, ୯୫୦ ରନ ସଂଗ୍ରହ କରିଛନ୍ତି। ସେ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ୨୯୧ ଉଇକେଟ ହାସଲ କରିଥିଲେ। ସେ ୧୪୫ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୩୮୭୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ସାମିଲ ରହିଛି। ସେ ମଧ୍ୟ ୯୨ଟି ଆଇପିଏଲ୍‌ ଉଇକେଟ ହାସଲ କରିଛନ୍ତି।
ଏହି ଅବସରରେ ଓ୍ବାଟସନ ନିଜ କୋଚ୍‌, ମେଣ୍ଟର, ଟିମ୍‌ ମେଟ, ପ୍ରଶଂସକ, ପରିବାରର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚଳିତ ଆଇପିଏଲ୍‌ରେ ଓ୍ବାଟସନ ୨୯୯ ରନ ସଂଗ୍ରହକରି ତାଙ୍କ ଅଭିଯାନ ଶେଷ କରିଛନ୍ତି। ଚେନ୍ନାଇ ଅବଶ୍ୟ ପ୍ରଥମଥର ପାଇଁ ପ୍ଲେ- ଅଫ୍‌କୁ କ୍ୱାଲିଫାଏ କରିବାରେ ଏଥର ବିଫଳ ହୋଇଛି। ଭିନ୍ନ ଭିନ୍ନ ଦଳ ତରଫରୁ ପ୍ରତିନିଧିତ୍ୱ କରି ସେ ଦୁଇଟି ଆଇପିଏଲ୍‌ ଟାଇଟଲ ଜିତି ବିରଳ ସଫଳତ ହାସଲ କରିଛନ୍ତି। ପୂର୍ବରୁ ସେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳି ପ୍ରାରମ୍ଭିକ ସଂସ୍କରଣରେ ଟାଇଟଲ ଜିତିଥିଲେ। ଏଥିରେ ସେ ୧୭ଟି ଉଇକେଟ ନେବା ସହ ୪୭୨ ରନ ସଂଗ୍ରହ କରିଥିଲେ। ୨୦୧୮ରେ ସେ ଚେନ୍ନାଇ ତରଫରୁ ୫୫୫ ରନ ସଂଗ୍ରହ କରିବା ସହ ୬ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri