ଖରାଦିନ ପାଇଁ ତରଭୁଜର ଚାହିଦା ବଢ଼ିଛି

କେନ୍ଦ୍ରାପଡ଼ା, ୩।୩ (ଜଗନ୍ନାଥ ଧଳ): ଖରା ବଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ପ୍ରତି ଛକ, ବଜାରରେ ଏବେ ତରଭୁଜ ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଏହି ଚାଷ ହୋଇଛି। ଚାଷ ପାଇଁ ସରକାରୀ ବିହନରେ ସବ୍‌ସିଡି ଯୋଗାଇ ଦିଆଯାଉଛି। ତେବେ ଜଳସେଚନ ଓ ତାଲିମ ବ୍ୟବସ୍ଥା ନ ଥିବାରୁ ଏହି ଅର୍ଥକରୀ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। ତରଭୁଜ କେବଳ ଚଟ୍‌ପଟି ଖାଦ୍ୟ ନୁହେଁ, ବରଂ ଏଥିରେ ଭରପୂର ପ୍ରୋଟିନ ମିଳୁଛି ବୋଲି ଚାଷୀ, ବ୍ୟବସାୟୀ ଓ ଗବେଷକମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ସିଂହଗଁାର ପୂର୍ବତନ ସରପଞ୍ଚ ତଥା ଚାଷୀ ନିର୍ମଳ ମଲ୍ଲିକ କହିଛନ୍ତି, ଖରା ବଢ଼ିବା ସାଙ୍ଗକୁ ତରଭୁଜର ଚାହିଦା ବଢ଼ିଛି। ଚଳିତବର୍ଷ ଆଳି, ରାଜକନିକା, ରାଜନଗର, ଗରଦପୁର, ଡେରାବିଶ, ମହାକାଳପଡ଼ା ଆଦି ବ୍ଲକ ଅଞ୍ଚଳର ନଦୀପଠାରେ ଚାଷ ହୋଇଛି। ଦୁଇ ସପ୍ତାହ ପୂର୍ବରୁ ଫସଲ ଉତ୍ପାଦନ ଆରମ୍ଭ ହୋଇଛି। ପୂର୍ବରୁ କୁଇଣ୍ଟାଲ ପିଛା ଅଢ଼େଇ ହଜାର ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ବୃଦ୍ଧି ହୋଇ ୩ହଜାର ଟଙ୍କାରେ ପହଞ୍ଚତ୍ଛି। ଚଳିତବର୍ଷ ଫସଲରୁ ଇତିମଧ୍ୟରେ ୮ କୁଇଣ୍ଟାଲ ତରଭୁଜ ବିକ୍ରି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ନ ହେଲେ ପ୍ରାୟ ୩୦ କୁଇଣ୍ଟାଲ ତରଭୁଜ ବିକ୍ରିର ସେ ଆଶା ରଖିଛନ୍ତି। ତେବେ ଏହି ଅର୍ଥକରୀ ଫସଲ ପାଇଁ ନଦୀର ଅତି ନିକଟ ପଠା ବ୍ୟତୀତ ଅନ୍ୟ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନାହିଁ। ସେହିପରି ଚାଷ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଆତ୍ମା ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତାଲିମ ବ୍ୟବସ୍ଥା ପାଇଁ ସେ ଦାବି କରିଛନ୍ତି। ରାଜନଗରର ମା’ ଶକ୍ତିମୟୀ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ପ୍ରଣତି ଦାସ କହିଛନ୍ତି, ଚଳିତବର୍ଷ ଏସ୍‌ଏଚ୍‌ଜି ପକ୍ଷରୁ ଆରମ୍ଭ ହୋଇଥିବା ତରଭୁଜ ଚାଷ ଆଗକୁ ବଢ଼ିବାର ସାହସ ଯୋଗାଇଛି। ମିଳିମିଶି ସଦସ୍ୟାମାନେ ରକ୍ଷଣାବେକ୍ଷଣ କରିବା ପରେ ଏହାର ଲାଭ ଆମକୁ ମିଳୁଛି। ଏହି ଚାଷ ପାଇଁ ସ୍ବାବଲମ୍ବୀ ହୋଇ ପାରିଥିବା ସମ୍ପାଦିକା ଦାସ କହିଛନ୍ତି। ସହରର ଗୋପସ୍ଥିତ ବ୍ୟବସାୟୀ ମହମ୍ମଦ ଇଲିଆସ କହିଛନ୍ତି, ଖରା ବଢ଼ିବାରୁ କାକୁଡ଼ି, ତରଭୁଜ ବେପାର ବୃଦ୍ଧି ପାଇଛି। ପୂର୍ବରୁ ତରଭୁଜ ବାହାର ଜିଲାରୁ ଆମଦାନୀ କରାଯାଉଥିବା ବେଳେ ଚଳିତବର୍ଷ ଜିଲା ମଧ୍ୟରେ ହୋଇଥିବା ଫସଲକୁ ସଂଗ୍ରହ କରୁଛୁ। ଏହାଦ୍ୱାରା ପରିବହନ ଖର୍ଚ୍ଚ କମ୍‌ ପଡୁଛି। ତରଭୁଜ ସମ୍ପର୍କରେ ଗବେଷଣା କରୁଥିବା ପ୍ରାଧ୍ୟାପକ ଦେବୀ ପ୍ରସାଦ ସାହୁ କହିଛନ୍ତି, ତରଭୁଜରେ ଭରପୂର ପ୍ରୋଟିନ ରହିଛି। ଏହା ଆମ ପାଇଁ ରୋଗ ପ୍ରତିଷେଧକ ରୂପେ କାର୍ଯ୍ୟ କରୁଛି। ଗୋଟିଏ କପ ତରଭୁଜ ରସରେ ୧୫୪ ମିଲିଗ୍ରାମର ପୋଷକ ତତ୍ତ୍ୱ ରହିଛି। ଗୋଟିଏ ତରଭୁଜରେ ପ୍ରାୟ ୯୨% ପାଣି ରହୁଥିବାରୁ ଗରମରୁ ତ୍ରାହି ମିଳୁଛି। ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ ଏ, ସି, ପୋଟାସିୟମ, ମାଗ୍ନେସିୟମ, ଜିଙ୍କ୍‌, କ୍ଲୋରୋଫିଲ, ଲାଇକୋପିନ, ଏମିନୋ ଏସିଡ, ଫେନୋଲିକ ଆଦି ତତ୍ତ୍ୱ ରହିଛି। ପ୍ରାୟ କ୍ଷେତ୍ରରେ ତରଭୁଜର ଚୋପା ଫୋପାଡ଼ି ଦିଆଯାଉଥିବା ଦେଖାଯାଉଛି। ତେବେ ଏହି ଚୋପାରେ ବ୍ଲଡପ୍ରେସର କମାଇବା ଶକ୍ତି ଥିବା ବେଳେ ଶରୀର ଓଜନ କମାଇବାରେ ସହାୟକ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଦେବଦାସ ଦତ୍ତଙ୍କୁ ପଚାରିବାରେ ଚଳିତବର୍ଷ ତରଭୁଜ ଚାଷ ପାଇଁ ସବ୍‌ସିଡି ଦିଆଯାଇଛି। ପୂର୍ବରୁ ଏହି ଜିଲାରେ ମାତ୍ର ୨ ହଜାର ହେକ୍ଟର ଅଞ୍ଚଳରେ ତରଭୁଜ ଚାଷ ହେଉଥିବା ବେଳେ ଚଳିତ ବର୍ଷ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?