କମିବ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ

ଜାତିସଂଘ, ୨୪ା୩:ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଦ୍ୱାରା ସାରା ବିଶ୍ୱ ଏବେ ପ୍ରଭାବିତ। ଆଗାମୀ ଦିନରେ ଏହା ସମଗ୍ର ଜୀବଜଗତ ପାଇଁ ବଡ଼ ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ଉପୁଜିଛି। ଜଳବାୟୁ ପରିବର୍ତ୍ତନ ଫଳରେ ହିମବାହ ବା ବିଶାଳ ବରଫ ଖଣ୍ଡ ତରଳିବାରେ ଲାଗିଛି। ସେହିପରି ତାପମାତ୍ରା ବୃଦ୍ଧି କାରଣରୁ ହିମାଳୟ ଗିରିଶୃଙ୍ଗର ହିମବାହର ଆୟତନ କମିଛି, ଯାହାଫଳରେ ଆଗାମୀ ଦିନରେ ଏଥିରୁ ବାହାରିଥିବା ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ ହ୍ରାସ ପାଇବାକୁ ଥିବା ଜାତିସଂଘ (ୟୁଏନ୍‌) ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଚେତାବନୀ ଦେଇଛନ୍ତ।
ବୁଧବାର ଇଣ୍ଟରନ୍ୟାଶନାଲ ଇୟର ଅଫ୍‌ ଗ୍ଲାସିଅର ଇଭେଣ୍ଟରେ ଯୋଗ ଦେଇ ଗୁଟେରସ କହିଛନ୍ତି, ବିଶ୍ୱର ୧୦% ଭାଗରେ ରହିଥିବା ହିମବାହ ସାରା ବିଶ୍ୱ ପାଇଁ ଓ୍ବାଟର ଟାଓ୍ବାର। ମନୁଷ୍ୟ କୃତ କିଛି କାରଣ ପାଇଁ ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧି ପାଉଛି, ଫଳରେ ହିମବାହ ତରଳିବାରେ ଲାଗିଛି। ଅନ୍ୟପକ୍ଷେ ଜଳବାୟୁ ପରିବର୍ତ୍ତନ ପାଇଁ ମନୁଷ୍ୟକୁ ୟୁଏନ୍‌ ମହାସଚିବ ଗିଟେରସ୍‌ ଦାୟୀ କରିଛନ୍ତି। ପ୍ରତିବର୍ଷ ଆଣ୍ଟାର୍କଟିକାର ୧୫୦ ବିଲିୟନ୍‌ ଟନ୍‌ ହିମବାହ ତରଳୁଥିବାବେଳେ ଗ୍ରୀନ୍‌ଲାଣ୍ଡର ଆଇସ୍‌ କ୍ୟାପ୍‌ ଆୟତନ ବର୍ଷକୁ ୨୭୦ ବିଲିୟନ୍‌ ଟନ୍‌ ହ୍ରାସପାଇବାରେ ଲାଗିଛି।
ଏସିଆ ମହାଦେଶର ପ୍ରମୁଖ ୧୦ ନଦୀ ହିମାଳୟରୁ ବାହାରିଛି। ଏହି ନଦୀଜଳ ଉପରେ ବିଶ୍ୱର ୧.୩ ବିଲିୟନ୍‌ (୧୩୦ କୋଟି) ଲୋକ ନିର୍ଭରଶୀଳ। ଆଗାମୀ ୧୦ ବର୍ଷରେ ହିମାଳୟ ଗିରିଶୃଙ୍ଗର ହିମବାହ ତରଳିବା ନେଇ ଆଶଙ୍କା ଉପୁଜିଛି। ଫଳରେ ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ କ୍ରମାଗତ କମିବା ଆରମ୍ଭ କରିବ ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଗତବର୍ଷ ହିମାଳୟ ହିମବାହ ତରଳିବା ଯୋଗୁ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ।
ଜଳଚକ୍ରକୁ ଭାଙ୍ଗିବା, ଜୈବବିବିଧତା ନଷ୍ଟ କରିବା ଏବଂ ଭୂତଳ ଜଳକୁ ପ୍ରଦୂଷିତ କରିବା ପଛରେ ମନୁଷ୍ୟ ଦାୟୀ। ଅନ୍ୟପକ୍ଷେ ୧୯୦୦ ପରଠାରୁ ସମୁଦ୍ର ପତ୍ତନ କ୍ରମାଗତ ବଢ଼ିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଓ ତାମପାତ୍ର ବୃଦ୍ଧି ବିରୋଧରେ ସାରା ବିଶ୍ୱ ଏକାଠି ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ସମୟ ପୂର୍ବରୁ ଏହାର ସମାଧାନ ନ କଲେ ସବୁଦେଶ ଉଭେଇଯିବ ବୋଲି ଗୁଟେରସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri