ବଢ଼ିଚାଲିଛି ଚୋରା ମଦ କାରବାର

ବ୍ରହ୍ମବରଦା,୨୪ା୩(ଡି.ଏନ୍‌.ଏ.): ବ୍ରହ୍ମବରଦା ଥାନା ଅଞ୍ଚଳର ବହୁ ଗ୍ରାମରେ ବେଧଡ଼କ ଭାବେ ଚାଲିଛି ଚୋରା ମଦ କାରବାର। ବିଶେଷକରି ବ୍ରହ୍ମବରଦା ପଞ୍ଚାୟତରେ ୨ ସରକାରୀ ମଦ ଦୋକାନ ଥିବା ସତ୍ତ୍ୱେ ଚୋରା ମଦ ବେପାର ଓ ନିଶା କାରବାର ସହ ମଦ୍ୟପଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦିନ ଦ୍ୱିପ୍ରହରରେ ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟରାସ୍ତାରେ ମଦ୍ୟପଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଲାଣି। ଫଳରେ ସ୍କୁଲ୍‌, କଲେଜର ଛାତ୍ରୀଛାତ୍ରଙ୍କ ସହ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଝିଅ, ବୋହୂ ତଥା ସାଧାରଣ ଲୋକ ମଦ୍ୟପଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଚୋରା ମଦ ବେପାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ପେଟିପେଟି ମଦ କ୍ରୟ କରି ଆଣି ଗାଁଗୁଡ଼ିକରେ ଚଢ଼ା ଦରରେ ମଦ ବିକ୍ରି କରୁଛନ୍ତି। ଚୋରାମଦ କାରବାର ବିଷୟରେ ଜାଣି ମଧ୍ୟ ପୋଲିସ ଓ ପ୍ରଶାସନ ନିଦବିଷ୍ଣୁ ସାଜିଛି। ମଦ୍ୟପଙ୍କ ପ୍ରାଦୁର୍ଭାବରୁ ସାମାଜିକ ଚଳଣି ବାଧାପ୍ରାପ୍ତ ହେବା ସହିତ କୋମଳମତି ପିଲାଙ୍କ ଉପରେ ଏହାର କୁପ୍ରବାହ ପଡୁଛି। ବିଭିନ୍ନ ସମୟରେ ଅତ୍ୟଧିକ ମଦ୍ୟପାନ କରି ଲୋକଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳୁଛି। ସହଜରେ ଘରେଘରେ ଚୋରାମଦ ମିଳୁଥିବାରୁ ଛୋଟଛୋଟ ପିଲାମାନେ ମଧ୍ୟ କୌଣସି ଆନୁଷ୍ଠାନିକ କାର୍ଯ୍ୟ ହେଉ କିମ୍ବା ମେଳା ମଉଚ୍ଛୁକ ମଦ୍ୟ ପାନକୁ ଆପଣାଇ ବିପଦଗାମୀ ହେଉଛନ୍ତି ଏବଂ ଯୁବପିଢ଼ି ପଥଭ୍ରଷ୍ଟ ହେବାରେ ଲାଗୁଛନ୍ତି। ଚୋରା ମଦର କାରବାର ସହ ଜୁଆ ଖେଳକୁ ନେଇ ଏକାଧିକ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ସେହିପରି ସରକାରୀ ଦେଶୀ ମଦ ଦୋକାନ ବ୍ରହ୍ମବରଦା ହାଟ ତଥା ଶ୍ମଶାନ ଘାଟଠାରେ ସ୍ଥାପନ କରାଯାଇଛି। ପ୍ରତ୍ୟେକ ଦିନ ଶତାଧିକ ଲୋକେ ହାଟବଜାରଠୁ ଆରମ୍ଭ କରି ସାମଗ୍ରୀ ପାଇଁ ବ୍ରହ୍ମବାରଦା ଉପରେ ନିର୍ଭର କରୁଥିବାରୁ ଏହି ଦେଶୀ ମଦ ଦୋକାନ ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଦୋକାନ ପଛପଟେ ୧୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବାରୁ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜିଲା ପ୍ରଶାସନ ଓ ପୋଲିସ ଚୋରା ମଦ କାରବାର ବନ୍ଦ କରିବା ସହ ସରକାରୀ ଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ଏସ୍‌. ଦାଶରଥି ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଚୋରାମଦ କାରବାର ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇ ବେପାରୀଙ୍କୁ ଗିରଫ କରାଯାଉଛି। ଆଗକୁ ଚଢ଼ାଉ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri