ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ ଥିବାବେଳେ ଏପଟେ ଶୁକ୍ରବାରଠାରୁ ଇନ୍ଦ୍ରାବତୀ ବହୁମୁଖି ଜଳ ବିଦ୍ୟୁତ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି ଛଡାଯାଇଛି । ଏଥିରେ ଜିଲାରେ ମୋଟ ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ଜଳ ସେଚିତ ହେବ । ଏହି କେନାଲ ପାଣି ଆସିବା ପରେ ବର୍ଷା ନ ହେଲେ ମଧ୍ୟ ଚାଷୀ ତାଙ୍କର ଚାଷକାର୍ଯ୍ୟ କରିପାରିବେ । ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚଳିତ ବର୍ଷ ଜିଲାରେ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ୨୪ ହଜାର ୭୪୭ ହେକ୍ଟର, ଧର୍ମଗଡ଼ ନିର୍ବାଚନମଣ୍ଡଳୀର ୪୪ ହଜାର ୮୭୫.୯୬ ହେକ୍ଟର,ଜୁନାଗଡ଼ ନିର୍ବାଚନମଣ୍ଡଳୀର ୪୪ ହଜାର ୮୫୭ ହେକ୍ଟର ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀର ୫୦୮୨ ହେକ୍ଟରକୁ ମିଶାଇ ସର୍ବମୋଟ ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମିରେ ଜଳ ସେଚନ ଲକ୍ଷ ରଖାଯାଇଛି। ଏଥିରେ ଜିଲାର ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା, ଧର୍ମଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା ଓ କେସିଙ୍ଗା ଆଦି ୮ଟି ବ୍ଳକର ୪୨୯ ଗାଁର ଚାଷୀ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ସ୍କୁଲ ଆସୁନାହାନ୍ତି ଶିକ୍ଷକ: ପଡୁଛି ତାଲା

ଜୁନାଗଡ଼,୨୫ା୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଲଖନାପଡ଼ା ପ୍ରାଥମିକ ବିଦ୍ୟାଳୟକୁ ଅଧିକାଂଶ ସମୟରେ ଶିକ୍ଷକ ଆସୁ ନ ଥିବାରୁ ତାଲା ଝୁଲୁଥିବା ଦେଖିବାକୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ, ସମସ୍ୟା ଦେଖି କହିଲେ…

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ ପି.ଅନ୍ବେଷା ରେଡ୍ଡୀ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ଗୁରୁବାର ପରିଦର୍ଶନ କରିଛନ୍ତି। ପ୍ରଥମେ ବେଳଖଣ୍ଡି ଗ୍ରାମର ଜଳମଗ୍ନ ବା ବୁଡି...

ଡାଇରିଆ ଆତଙ୍କ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା

କୋକସରା,୨୨।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଡଙ୍ଗରିପଡା ଗ୍ରାମରେ ଗତ କିଛିଦିନ ହେବ ଡାଇରିଆ ବ୍ୟାପୁଥିବା ଦେଖିବାକୁ ମିଳିଛି। ଗ୍ରାମର...

ବିକାଶ ଅପହଞ୍ଚ: ଗାଁରେ ନାହିଁ ରାସ୍ତା କି ବିଦ୍ୟାଳୟ

କର୍ଲାମୁଣ୍ଡା,୨୨ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ ବୋରାପଦର ପଞ୍ଚାୟତର କେର୍ଣାପଲା ଗାଁ। ୩୫ ପରିବାର...

କଳାହାଣ୍ଡିରେ ଝାଡ଼ାବାନ୍ତି: ଗାଁରେ ଡେରା ପକାଇଲା ମେଡ଼ିକାଲ ଟିମ୍‌

କୋକସରା,୨୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଡଙ୍ଗରିପଡା ଗ୍ରାମରେ ଗତ କିଛିଦିନ ହେବ ଝାଡ଼ାବାନ୍ତି ବ୍ୟାପୁଥିବା ଦେଖିବାକୁ ମିଳିଛି। ଗ୍ରାମର...

ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଭିଜିଲାନ୍ସ ଅଧିକାରୀ

ଭବାନୀପାଟଣା,୧୯।୭: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ସରପଞ୍ଚ ଦିନେଶ ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦିନେଶ କାରରେ ଟଙ୍କା ନେଇ ଯାଉଥିବା ବେଳେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri