ଜଳ ଯୋଗାଣ ପ୍ରକଳ୍ପରେ ତାଲା, ଗ୍ରାମବାସୀଙ୍କ ବିକ୍ଷୋଭ

ପାପଡ଼ାହାଣ୍ଡି,୩ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପ୍ରଧାନିଗୁଡ଼ା ଗ୍ରାମରେ ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ତାଲା ଝୁଲୁଥିବାରୁ ଗତ ପାଞ୍ଚ ଦିନ ହେଲା ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପ୍ରତିବାଦ ସ୍ବରୂପ ଗ୍ରାମବାସୀ ପ୍ରକଳ୍ପ ନିକଟରେ ବୁଧବାର ବିକ୍ଷୋଭ କରିଥିଲେ। ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ସେମାନେ ରାଜରାସ୍ତାକୁ ଓଲ୍ଲହାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଗ୍ରାମରେ ୪୦୦ରୁ ଊର୍ଦ୍ଧ୍ୱ ଓ ବାଙ୍କସର୍ଗି ଗ୍ରାମରେ ପ୍ରାୟ ୩୦୦ ପରିବାର ଅଛନ୍ତି। ସେମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଏହି ପ୍ରକଳ୍ପ କରାଯାଇଥିଲା। କିନ୍ତୁ ଗତ ୫ଦିନ ହେଲା ଟାଙ୍କିରେ ତାଲା ଝୁଲୁଛି। ଫଳରେ ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଉଭୟ ଗାଁରେ ଆବଶ୍ୟକ ନଳକୂପ ନ ଥିବାରୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପାଣି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଟାଙ୍କିର ମୋଟର ଚାଳକ ମନମାନି କରି ତାଲା ପକାଇ ଦେଇଥିବାରୁ ପାଣି ଯୋଗାଣ ହୋଇପାରିନାହିଁ। ତାଙ୍କୁ ପାରିଶ୍ରମିକ ମିଳୁ ନ ଥିବାରୁ ସେ ତାଲା ପକାଇ ଦେଇଥିବା ପାଣି ମୋଟର ଚାଳକ କହୁଛନ୍ତି। ମୋଟର ଚାଳକ କାହାକୁ ବି ଚାବି ଦେଉ ନ ଥିବା ଗ୍ରାମବାସୀ କହିଛନ୍ତି। ସମସ୍ତଙ୍କୁ ଅବଗତ କରିବା ସତ୍ତ୍ୱେ ସବୁ ଚୁପ୍‌ ରହିଥିବା କହିଛନ୍ତି ଅସନ୍ତୋଷ ଗ୍ରାମବାସୀ। ଖରା ବଢୁଥିବାରୁ ଏବେ ଏପରି ଅବସ୍ଥା ଦେଖି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗ୍ରାମର ନରେନ୍ଦ୍ର ଗୌଡ଼, ବୁଦୁ ଗୌଡ଼, ନନ୍ଦ ଗୌଡ଼, ତୁଲାରାମ ହରିଜନ, ସଦା ଗୌଡ଼, ଚୈତନ୍ୟ ଗୌଡ଼, ଘନ ଗୌଡ଼, ଜୟନ୍ତୀ ଗୌଡ଼, ରାମା ଗୌଡ଼, ବୈଦୀ ଗୌଡ଼, ଯମୁନା ଗୌଡ଼, ସୁଲଭାନନ୍ଦ ମହାପାତ୍ର ପ୍ରମୁଖ ପ୍ରଶାସନ ନିକଟରେ ସମସ୍ୟା ସମାଧାନ ଲାଗି ନିବେଦନ କରିଛନ୍ତି। ଏପରି ନ ହେଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ଅନ୍ୟ ଜାତିରେ ବିବାହ କରିଥିଲେ ବାପା, ପୁଅର ମୃତଦେହ ଛୁଇଁଲେନି ସମାଜ ଲୋକେ

ଚନ୍ଦାହାଣ୍ଡି/ନବରଙ୍ଗପୁର,୨୯।୧୧(ଦିଲ୍ଲୀପ ଦାସ/ସଦଶିବ ପ୍ରହରାଜ): ଯେତେ ସଚେତନକଲେ ମଧ୍ୟ ଲୋକଙ୍କ ଭିତରେ ଏବେ ମଧ୍ୟ ଅନ୍ଧବିଶ୍ୱାସ, ଜାତିପ୍ରଥା ଭରି ରହିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...

ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…

ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା...

ଝିଅ ଦେହ ଖରାପ ଖବର ପାଇ ଯାଇଥିଲେ ଦିଲ୍ଲୀ: ନିଖୋଜ ହେବାର ୪ ବର୍ଷ ପରେ ଜୀବିତ ଫେରିଲେ ବୃଦ୍ଧ 

ଉମରକୋଟ, ୨୨।୧୧(ସନ୍ତୋଷ ଶତପଥୀ): ୪ ବର୍ଷ ତଳେ ଦିଲ୍ଲୀରୁ ନିଖୋଜ ଥିବା ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ଦଶରାପଦା ସାହିର ଲାଲୁ ହରିଜନ (୬୫) ଘରକୁ...

ପିଅନ ଥାଇ ସ୍କୁଲରେ ଝାଡ଼ୁ ମାରିଥିଲେ ଜିଲା ଶିକ୍ଷା ଅଧିକାରୀ: କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ

ନବରଙ୍ଗପୁର,୨୦।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଜଳଣି ମାତା ହାଇସ୍କୁଲରେ ବିଭିନ୍ନ ଅନିୟମିତତା ଓ କର୍ମଚାରୀଙ୍କ ଅବହେଳା, ଛାତ୍ରୀଛାତ୍ର ଉପସ୍ଥାପନ ବ୍ୟତିକ୍ରମ ଓ ମଧ୍ୟାହ୍ନ ଭୋଜନରେ ମେନ୍ୟୁ...

ବିଡିଓଙ୍କ ଘରେ ବୁଲିଲା କଳାକନା : ଭେଣ୍ଟିଲେଟର ଭାଙ୍ଗି ପଶିଲେ…

ନବରଙ୍ଗପୁର,୪।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବଡିଓଙ୍କ ଘରେ ବୁଲିଲା କଳା କନା। ନବରଙ୍ଗପୁର ବ୍ଲକ ବଡିଓ ସୁନୀଲ ଖରା ଗତ ଶନିବାର ଛୁଟିରେ ରାୟଗଡାରେ ଥିବା ପରିବାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri